ETV Bharat / technology

ଭାରତର ପ୍ରଥମ ଏନାଲଗ ମହାକାଶ ମିଶନ ଲଞ୍ଚ; Lehର ଶୂନଶାନ ଜାଗାରେ ରହିବେ ମହାକାଶଚାରୀ

ଭାରତର ପ୍ରଥମ ଏନାଲଗ ସ୍ପେଶ ମିଶନ ଲଞ୍ଚ ହୋଇଛି । ଏହି ମିଶନ ଅନୁଯାୟୀ ଲେହ ଲଦାଖର ଶୂନଶାନ ସ୍ଥାନରେ ମହାକାଶଚାରୀ ରହିବେ । କଣ ଏହି ମିଶନ ଜାଣନ୍ତୁ...

India’s first analog space mission
India’s first analog space mission (X /@ISRO)
author img

By ETV Bharat Tech Team

Published : Nov 1, 2024, 7:22 PM IST

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଇସ୍ରୋ ଲେହଠାରେ ଦେଶର ପ୍ରଥମ ଏନାଲଗ ସ୍ପେଶ ମିଶନ (Analog Space Mission) ଆରମ୍ଭ କରିଛି । ଯାହାକୁ ନେଇ ବିଶ୍ବରେ ବେଶ ଚର୍ଚ୍ଚା ହେଉଛି । କୁହାଯାଉଛି ମହାକାଶକୁ ଯିବା ପୂର୍ବରୁ ମହାକାଶ ପରି କଠିନ ପରିସ୍ଥିତିରେ ମହାକାଶଚାରୀମାନଙ୍କୁ ତାଲିମ ଦେବା ପାଇଁ ପୃଥିବୀରେଏହି ମିଶନକୁ ପରିକଳ୍ପନା କରାଯାଇଛି । ଏଥିରେ ପୂରା ପରିବେଶ ମହାକାଶ ପରି ହେବ ।

କଣ ଏହି ମିଶନ ?

ଏନାଲଗ ସ୍ପେଶ ମିଶନ ହେଉଛି ଏକ ଟେକନିକ୍‌ ଯେଉଁଥିରେ ପୃଥିବୀରେ ସ୍ପେଶ ପରି ପରିବେଶ ସୃଷ୍ଟି କରାଯିବ । ଯାହା ଦ୍ବାରା ମହାକାଶଚାରୀମାନେ ମହାକାଶରେ ସାମ୍ନା କରିବାକୁ ଥିବା ଚ୍ୟାଲେଞ୍ଜଗୁଡ଼ିକ ସହିତ ଆଗରୁ ପରିଚିତ ହୋଇପାରିବେ । ଏହି ମିଶନରେ ISRO ଏକ କ୍ଷେତ୍ର ବାଛିଛି ଯାହା ଚନ୍ଦ୍ର କିମ୍ବା ମଙ୍ଗଳ ପୃଷ୍ଠ ସହିତ ସମାନ । ସେଠାରେ ମହାକାଶଚାରୀମାନେ ସୀମିତ ଉତ୍ସ ସହିତ ରହିବେ । ଚ୍ୟାଲେଞ୍ଜିଂ ଓ ବିଚ୍ଛିନ୍ନ ପରିବେଶରେ କାର୍ଯ୍ୟ କରିବାର ଅଭିଜ୍ଞତା ହାସଲ କରିବେ । ଏହି ମିଶନରେ ନିମ୍ନଲିଖିତ ଆହ୍ବାନର ସମାଧାନ ନେଇ ଗବେଷଣା କରିବେ ମହାକାଶଚାରୀ । ସେଗୁଡ଼ିକ ହେଲା:

  • ଭାରତୀୟ ମହାକାଶଚାରୀମାନେ ଅନ୍ୟ ଗ୍ରହମାନଙ୍କରେ କିପରି ରହିବେ ?
  • ସେଠାରେ ଏକ କଲୋନୀ କିପରି ନିର୍ମାଣ ହେବ ?
  • କିପରି ବଞ୍ଚିବେ ?
  • ସେଠାରେ କ’ଣ ଆହ୍ବାନ ହେବ ?
  • ପୃଥିବୀଠାରୁ ବହୁତ ଦୂର ଅନ୍ୟ ଗ୍ରହରେ ମାନବ ସମାଜ କିପରି ପ୍ରତିଷ୍ଠା ହେବ ?
ଏହା ବି ପଢନ୍ତୁ
  1. ଚନ୍ଦ୍ର ପରେ ଏବେ ଶୁକ୍ର ଗ୍ରହକୁ ଯିବ ଭାରତ; Venus ମିଶନ ଆରମ୍ଭ କଲା ଇସ୍ରୋ
  2. 2047 ସୁଦ୍ଧା କିପରି ରହିବ ଭାରତର ମହାକାଶ ଗବେଷଣା ? କହିଲେ ଇସ୍ରୋ ମୁଖ୍ୟ

ଏହି ମିଶନ ପାଇଁ ଲେହ କାହିଁକି ?

ଲଦାଖ ଏହାର ଭୌଗୋଳିକ ବୈଶିଷ୍ଟ୍ୟ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଏଠାରେ ଥିବା ଅବସ୍ଥା କିଛି ପରିମାଣରେ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହର ଅବସ୍ଥା ସହିତ ମେଳ ଖାଏ । ଶୀତ ଓ ଶୁଷ୍କ ପରିବେଶ ଏବଂ ଉଚ୍ଚ ଉଚ୍ଚତା କ୍ଷେତ୍ର ବିଭିନ୍ନ ଟେକ୍ନୋଲୋଜି ଏବଂ ଦୀର୍ଘକାଳୀନ ସ୍ପେଶ ମିଶନ ପାଇଁ ପ୍ରସ୍ତୁତି ପାଇଁ ଉପଯୁକ୍ତ ବିବେଚନା କରାଯାଏ । ଏଣୁ ଇସ୍ରୋ ଏହି ମିଶନ ଲାଗି ଲେହକୁ ବାଛିଛି ।

କେଉଁମାନେ ମିଶନରେ ଜଡ଼ିତ ?

ଇସ୍ରୋର ଏହି ମିଶନକୁ ଅନେକ ସଂସ୍ଥା ମିଳିତ ଭାବେ ପୂରା କରୁଛନ୍ତି । ପ୍ରଥମତଃ ଇସ୍ରୋ, ପରେ ଗଗନ ଯାନ ପ୍ରକଳ୍ପ ସହ ଜଡ଼ିତ ହ୍ୟୁମାନ ସ୍ପେଶ ଫ୍ଲାଇଟ ସେଣ୍ଟର, AAKA ସ୍ପେଶ ଷ୍ଟୁଡିଓ, ଲଦାଖ ୟୁନିଭର୍ସିଟି, IIT ବମ୍ବେ ଓ ଲଦାଖ ଅଟୋନୋମସ ହିଲ ଡେଭଲପମେଣ୍ଟ କାଉନସିଲ ମଧ୍ୟ ଏହି ମିଶନରେ ଜଡ଼ିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.