ETV Bharat / technology

ବଦଳିଛି ଟ୍ରେନ ଟିକେଟ ବୁକିଂ ନିୟମ; ଅନଲାଇନରେ କେମିତି ଟିକେଟ କରିବେ ଜାଣିନିଅନ୍ତୁ

ନିକଟରେ ଭାରତୀୟ ରେଳବାଇ ଆଗୁଆ ଟ୍ରେନ ଟିକେଟ୍ ବୁକିଂ ନିୟମରେ ପରିବର୍ତ୍ତନ କରିଛି । ଆଗକୁ ଦୀପାବଳି ଓ ଛଟ ପୂଜା ଆସୁଥିବା ବେଳେ ଜାଣିନିଅନ୍ତୁ ଅନଲାଇନରେ କେମିତି କରିବେ ଟିକେଟ ବୁକିଂ...

author img

By ETV Bharat Tech Team

Published : 5 hours ago

Railway Online Ticket Book
Railway Online Ticket Book (ETV Bharat)

ହାଇଦ୍ରାବାଦ: ଯଦି ଆପଣ IRCTC ଆପ୍ କିମ୍ବା ଭାରତୀୟ ରେଳବାଇର ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଟ୍ରେନ୍ ଟିକେଟ୍ ବୁକିଂ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । କାରଣ ଭାରତୀୟ ରେଳବାଇ ଆଗୁଆ ଟ୍ରେନ୍ ଟିକେଟ୍ ବୁକିଂର ନିୟମ ପରିବର୍ତ୍ତନ କରିଛି । ତେଣୁ ଯାତ୍ରୀମାନେ ବର୍ତ୍ତମାନ 60 ଦିନ ପୂର୍ବରୁ ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ । ଏହାପୂର୍ବରୁ ଭାରତୀୟ ରେଳବାଇ 120 ଦିନ ପୂର୍ବରୁ ଟ୍ରେନ୍ ଟିକେଟ ବୁକିଂ କରିବାର ସୁବିଧା ଯୋଗାଇ ଦେଉଥିଲା । ନଭେମ୍ବର ପହିଲାରୁ ଏହି ନିୟମ ଲାଗୁ ହେବ । ତେବେ ଆଗକୁ ଦୀପାବଳି ଓ ଛଟ୍‌ ପୂଜା ଆସୁଥିବାରୁ ଅନଲାଇନରେ ଟ୍ରେନ ଟିକେଟ ବୁକିଂ କିପରି କରିବେ ତାର ପ୍ରଣାଳୀ ଜାଣିନିଅନ୍ତୁ ।

ନଭେମ୍ବର ପହିଲାରୁ ନିୟମ ଲାଗୁ:-

ଭାରତୀୟ ରେଳବାଇର ନୂତନ ଟିକେଟ୍ ବୁକିଂ ନିୟମ ନଭେମ୍ବର 1, 2024ରୁ ଲାଗୁ କରିବାକୁ ଯାଉଛି । ଆଗୁଆ ଟ୍ରେନ୍ ଟିକେଟ୍ ବୁକିଂ ପାଇଁ ଏହି ନୂତନ ନିୟମ ଲାଗୁ ହେବ । ପୂର୍ବରୁ ବୁକ୍ ହୋଇଥିବା ଟିକେଟ୍ ପ୍ରଭାବିତ ହେବ ନାହିଁ । ଯଦି ଆପଣ ଆଗରୁ ଟ୍ରେନ୍ ଟିକେଟ୍ ବୁକ୍ କରିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ନୂତନ ନିୟମ ଜାଣିବା ଆବଶ୍ୟକ ନଚେତ୍ କନଫର୍ମ ଟ୍ରେନ୍ ଟିକେଟ୍ ପାଇବାରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ।

AI ସିଷ୍ଟମର ବ୍ୟବହାର:-

ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଭାରତୀୟ ରେଳ ଦ୍ରୁତ ଗତିରେ କାମ କରୁଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ହିନୀ ବୈଷ୍ଣବ କହିଛନ୍ତି ଯେ ଭାରତୀୟ ରେଳବାଇ ଟ୍ରେନରେ ଏଆଇ ସିଷ୍ଟମ ଲଗାଉଛି । ଏହା ଟ୍ରେନରେ ସିଟ୍ ଉପଲବ୍ଧତା, ଟିକେଟ୍ ବାତିଲ ପ୍ରକ୍ରିୟାରେ ଉନ୍ନତି ଆଣିବ । IRCTC ଆପ୍ AI ସାହାଯ୍ୟରେ ଯାତ୍ରୀମାନେ ସିଟ୍ ଉପଲବ୍ଧତା ବିଷୟରେ ସୂଚନା ପାଇବେ ।

Also Read: ଏଣିକି ଟ୍ରେନରେ ବସି ଖାଆନ୍ତୁ ମନ ପସନ୍ଦର ଖାଦ୍ୟ; IRCTC ସହ ପାର୍ଟନରସିପ କଲା Zomato

Also Read: ରେଳଯାତ୍ରୀଙ୍କ ପାଇଁ ବମ୍ପର ଅଫର, ଏହି ଟ୍ରେନରେ ଯାତ୍ରୀଙ୍କୁ ମାଗଣା ଖାଦ୍ୟ

AI ଆଧାରିତ କ୍ୟାମେରା:-

ଭାରତୀୟ ରେଳବାଇ ପୂର୍ବରୁ ପ୍ରତ୍ୟେକ ଷ୍ଟେସନ ପାଇଁ ସ୍ଥିର ହୋଇଥିବା ସିଟ୍‌ ନିୟମକୁ ପରିବର୍ତ୍ତନ କରିଛି । ବର୍ତ୍ତମାନ ଏଆଇ ସହାୟତାରେ କେଉଁ ଷ୍ଟେସନରେ ସିଟ୍ ଏବଂ ସିଟ୍ ପାଇଁ ସର୍ବାଧିକ ଚାହିଦା ରହିଛି ତାହା ଅନୁସନ୍ଧାନ କରାଯାଉଛି । ଯାହାକି କନଫର୍ମ ସିଟ୍‌ ପାଇବା ସହଜ କରିବ । ଏହା ବ୍ୟତୀତ ଭାରତୀୟ ରେଳବାଇ ଦ୍ବାରା ଏଆଇ ଆଧାରିତ କ୍ୟାମେରା ଲଗାଯାଉଛି ।

IRCTCରେ ନିଜ ଆକାଉଣ୍ଟ କିପରି ଖୋଲିବେ ?

  • IRCTCର ଅଫିସିଆଲ୍ ୱେବସାଇଟ୍ ଖୋଲନ୍ତୁ ।
  • ପଞ୍ଜୀକରଣ (Registration) ଅପସନ ଉପରେ କ୍ଲିକ୍ କରନ୍ତୁ ।
  • ଏକ ନୂତନ ପୃଷ୍ଠା ଖୋଲିବ । ସେଥିରେ ନାମ, ଲିଙ୍ଗ, ଜନ୍ମ ତାରିଖ ଇତ୍ୟାଦି ସୂଚନା ପୂରଣ କରନ୍ତୁ ।
  • ଆପଣଙ୍କର Username ଏବଂ ପାସୱାର୍ଡ ପ୍ରବେଶ କରନ୍ତୁ ।
  • ଏହା ପରେ ଆପଣଙ୍କର ଇମେଲ୍ id, ମୋବାଇଲ୍ ନମ୍ବର ଏବଂ ଲଗଇନ୍ ପାସୱାର୍ଡ ଦିଅନ୍ତୁ ।
  • ଠିକଣା ଏବଂ ପିନକୋଡ୍ ପରେ କ୍ୟାପଚା (Captcha) ପ୍ରବେଶ କରନ୍ତୁ ।
  • ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ଇମେଲ୍ id ପ୍ରବେଶ କରନ୍ତୁ ।
  • ଏହି ଉପାୟରେ IRCTCରେ ଆପଣ ନିଜ ID ଖୋଲିପାରିବେ ।

IRCTCରେ ଅନଲାଇନ ଟିକେଟ ବୁକିଂ କିପରି କରିବେ ?

  • IRCTC ୱେବସାଇଟକୁ ଯାଇ ଲଗ୍ ଇନ୍ କରନ୍ତୁ ।
  • 'Book Your Ticket' ଅପସନ ଉପରେ କ୍ଲିକ୍ କରନ୍ତୁ ।
  • ତା’ପରେ ଆପଣ କେଉଁଠାକୁ ଯିବାକୁ ଚାହୁଁଛନ୍ତି ସେ ସମ୍ବନ୍ଧରେ ସୂଚନା ଦିଅନ୍ତୁ ।
  • ତା’ପରେ ଯେଉଁ ଦିନ ଆପଣ ଯାତ୍ରା କରିବାକୁ ଚାହୁଁଛନ୍ତି ସେହି ତାରିଖ ବାଛନ୍ତୁ । ଏହାପରେ ଯାତ୍ରୀ ଶ୍ରେଣୀ (passenger class) ଚୟନ କରିବାକୁ ପଡ଼ିବ ।
  • ତା’ପରେ 'Train and Book Now' ଅପସନ ଉପରେ ଟ୍ୟାପ୍ କରନ୍ତୁ ।
  • ଏହାପରେ ଯାତ୍ରୀଙ୍କ ବିବରଣୀ ପ୍ରବେଶ କରିବାକୁ ପଡ଼ିବ।
  • ଏହାପରେ ଆପଣ ନିଜ ମୋବାଇଲ୍ ନମ୍ବର ଏବଂ କ୍ୟାପଚା କୋଡ୍ ପ୍ରବେଶ କରାନ୍ତୁ ।
  • ତା’ପରେ ଅନ୍ଲାଇନରେ ପେମେଣ୍ଟ୍ କରନ୍ତୁ । ଦେୟ ଦେବା ପରେ ଆପଣ ଟିକେଟ୍ ବୁକ୍ ହେବ ।
Also Read: ବଦଳିଲା ଟ୍ରେନ ଟିକେଟ ବୁକିଂ ନିୟମ, ୧୨୦ରୁ ୬୦ ଦିନକୁ କମିଲା ଆଡଭାନ୍ସ ରିଜର୍ଭେସନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.