ହାଇଦ୍ରାବାଦ: ବିଶ୍ବର ଜଳବାୟୁ ପରିବର୍ତ୍ତନକୁ ମାପିବା ଲାଗି ପ୍ରତିବର୍ଷ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (CCPI) ରିପୋର୍ଟ ପ୍ରକାଶ ପାଇଥାଏ । ଚଳିତ ବର୍ଷ ପ୍ରକାଶ ପାଇଥିବା ରିପୋର୍ଟରେ ଭାରତ 2ଟି ସ୍ଥାନ ତଳକୁ ଖସି ଦଶମ ସ୍ଥାନରେ ରହିଛି । ଜଳବାୟୁ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଦେଶ ହୋଇପାରିଛି, ଯିଏକି ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ କାମ କରୁଛି । ଭାରତ ଦୁଇଟି ସ୍ଥାନ ତଳକୁ ଖସିଲେ ମଧ୍ୟ ଟପ୍-10 ସ୍ଥାନରେ ରହିଛି ।
ଟପ୍-10 ତାଲିକାରେ 2ଟି G20 ଦେଶ:-
ନୂଆ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କରେ ଭାରତ 10 ନମ୍ବରରେ ରହିଛି । ଗତ ବର୍ଷ ଭାରତ 7 ନମ୍ବରରେ ଥିଲା । ହେଲେ ଭାରତ ଶ୍ରେଷ୍ଠ ୧୦ ଦେଶମାନଙ୍କ ମଧ୍ୟରେ ନିଜ ସ୍ଥାନ ବଜାୟ ରଖିଛି । ଜି-20 ଦେଶ ମଧ୍ୟରେ ଭାରତ ଏବଂ ବ୍ରିଟେନ (ସ୍ଥାନ 6) ମାତ୍ର 2ଟି ଦେଶ ଯିଏ ଶ୍ରେଷ୍ଠ ୧୦ରେ ଅଛନ୍ତି । ଏହାପୂର୍ବରୁ 2014ରେ ଭାରତ 31 ତମ ସ୍ଥାନରେ ରହିଥିଲା ଏବଂ 2019ରେ ଟପ୍-10ରେ ସାମିଲ ହୋଇଥିଲା ।
ଏହା ବି ପଢନ୍ତୁ |
କେମିତି ଭଲ ପ୍ରଦର୍ଶନ କଲା ଭାରତ ?
ଭାରତ ଅକ୍ଷୟ ଶକ୍ତି ବିଶେଷ କରି ସୌର ଶକ୍ତି ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ଏବଂ ସବୁଜ ଶକ୍ତିରେ ବିଶ୍ବ ନେତୃତ୍ବ ପାଇଁ ଲକ୍ଷ୍ୟ ରଖିଛି । ଭାରତ ଦେଶରେ ବୃହତ ଆକାରରେ ସୌର ପ୍ରକଳ୍ପ, ଛାତ ସୌର ଯୋଜନା ଏବଂ ବୈଦ୍ୟୁତିକ ଯାନରେ ଅଗ୍ରଗତି, ଅଫ୍ ଗ୍ରୀଡ୍ ସୌର ପ୍ରଣାଳୀ ଦିଗରେ କାମ କରୁଛି । ଏହାବାଦ 2ଟି ସ୍ଥାନ ତଳକୁ ଖସିବାର କାରଣ ହେଉଛି ଦେଶରେ ଏବେ ବି କୋଇଲା ବ୍ୟବହାର ଉପରେ ନିର୍ଭରଶୀଳତା ବଜାୟ ରଖିଛି ।
ଟପ୍-3 ସ୍ଥାନ ଖାଲି:-
ଚିନ୍ତାଜନକ ବିଷୟ ହେଉଛି ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତାଲିକାର ଶୀର୍ଷ 3ଟି ସ୍ଥାନ ଖାଲି ପଡ଼ିଛି । କାରଣ ପର୍ଯ୍ୟାପ୍ତ ସ୍କୋର ଅଭାବରୁ କୌଣସି ଦେଶ ଶୀର୍ଷ 3 ସ୍ଥାନରେ ପହଞ୍ଚିପାରିନାହାନ୍ତି । କାହାକୁ ବି ଭଲ ରେଟିଂ ମିଳିନାହିଁ । ଅନ୍ୟପଟେ ଡେନମାର୍କ, ନେଦରଲ୍ୟାଣ୍ଡ ଏବଂ ବ୍ରିଟେନ ଯଥାକ୍ରମେ ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ଅଛନ୍ତି ।
57 ନମ୍ବର ସ୍ଥାନରେ ଆମେରିକା:-
ବିଶ୍ବର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏହି ତାଲିକାର 57ତମ ସ୍ଥାନରେ ଥିବା ବେଳେ ଚୀନ 55 ନମ୍ବର ସ୍ଥାନରେ ରହିଛି । ତାଲିକାରେ ଏହି 2 ଶକ୍ତିଶାଳୀ ରାଷ୍ଟ୍ର ସବୁଠୁ ଖରାପ ପ୍ରଦର୍ଶନ କରିଛନ୍ତି ।
ସବୁଠୁ ତଳେ ଦୁବାଇ ଓ ଋଷ:-
ଏଗି ସୂଚକାଙ୍କର ସବୁଠୁ ଶେଷରେ 4ଟି ଦେଶ ଇରାନ, ସାଉଦି ଆରବ ଅଛନ୍ତି । 14 ଜି-20 ଦେଶକୁ 'ଖରାପ' କିମ୍ବା 'ବହୁତ ଖରାପ' ମୂଲ୍ୟାୟନ ମିଳିଛି । ଦକ୍ଷିଣ କୋରିଆ, ଋଷ ଏବଂ ସାଉଦି ଆରବ ଦେଶକୁ 'ଅତି ନିମ୍ନ' ମାନ୍ୟତା ସହିତ ଖରାପ ପ୍ରଦର୍ଶନକାରୀ ଭାବେ ଦର୍ଶାଯାଇଛି ।