ETV Bharat / technology

ଇତିହାସ ରଚିବେ ଗୋପୀଚାନ୍ଦ, ହେବେ ଦ୍ବିତୀୟ ମହାକାଶ ଯାତ୍ରୀ - GOPICHAND TO FLY SPACE - GOPICHAND TO FLY SPACE

Gopichand Thotakura to Fly Space: ମହାକାଶକୁ ଯାତ୍ରା କରିବାରେ ଦ୍ୱିତୀୟ ଭାରତୀୟ ନାଗରିକ ହୋଇ ଇତିହାସ ରଚିବେ ଗୋପୀଚାନ୍ଦ ଥୋଟାକୁରା । ଜାଣନ୍ତୁ କିଏ ଏହି ଗୋପୀଚାନ୍ଦ

Gopichand Thotakura
Gopichand Thotakura
author img

By ETV Bharat Odisha Team

Published : Apr 13, 2024, 10:56 AM IST

ହାଇଦ୍ରାବାଦ: ମହାକାଶ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ହାତେଇବାରେ ଲାଗିଛି ଭାରତ । ଭାରତର ଦ୍ବିତୀୟ ମହାକାଶ ଯାତ୍ରୀ ଭାବେ ଇତିହାସ ରଚିବାକୁ ଯାଉଛନ୍ତି ଗୋପୀଚାନ୍ଦ ଥୋଟାକୁରା । ଆମାଜନ୍ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ବ୍ଲୁ ଅରିଜିନ୍‌ର 6 ଜଣିଆ ସଦସ୍ୟଙ୍କ ମଧ୍ୟ ସେ ଯୋଗଦେବେ । ତେବେ କେଉଁ ତାରିଖରେ ସେ ମହାକାଶ ଯାତ୍ରା କରିବେ ସେନେଇ ଘୋଷଣା କରାଯାଇ ନାହିଁ । ପ୍ରକାଶଥାଉକି, ଭାରତୀୟ ବାୟୁସେନାର ପୂର୍ବତନ ପାଇଲଟ୍ ୱିଙ୍ଗ କମାଣ୍ଡର ରାକେଶ ଶର୍ମା ପ୍ରଥମ ଭାରତୀୟ ନାଗରିକ ଯିଏକି 1984 ରେ ମହାକାଶକୁ ଯାତ୍ରା କରିଥିଲେ ।

ଏକ ସାକ୍ଷାତକାରରେ ଗୋପୀଚାନ୍ଦ ଥୋଟାକୁରା ମହାକାଶ ଯାତ୍ରାକୁ ନେଇ ତାଙ୍କ ସ୍ବପ୍ନ ଏବଂ ଉତ୍ସାହ ବିଷୟରେ କହିଥିଲେ । ଏହି ମିଶନ କିଭଳି ଭାବେ ଧରିତ୍ରୀ ମାତାର ରକ୍ଷା କରିବା ପାଇଁ ଦେଶରେ କାର୍ଯ୍ୟ କରୁଛି ଏହା କିପରି ମହାକାଶ ପର୍ଯ୍ୟଟନ ପାଇଁ ରାସ୍ତା ଖୋଲିପାରିବ ସେ ବିଷୟରେ କହିଥିଲେ । ଗୋପୀଚାନ୍ଦ ଥୋଟାକୁରା ପାଇଁ ଏହା ଅତ୍ୟନ୍ତ ଗର୍ବ ଏବଂ ଉତ୍ସାହର ମୁହୁର୍ତ୍ତ । ମୋର ଖୁସି ପ୍ରକାଶ କରିବା ପାଇଁ ଶବ୍ଦ ନାହିଁ ବୋଲି ସେ କହିଥିଲେ । ଏହି ମିଶନରେ ପର୍ଯ୍ୟଟକ ବାୟୁମଣ୍ଡଳର ଉର୍ଦ୍ଧ୍ବକୁ ଯାତ୍ରା କରିବେ ।

ଏହା ମଧ୍ୟ ପଢନ୍ତୁ: ରାକେଶଙ୍କ ମହାକାଶ ଯାତ୍ରାକୁ 37 ବର୍ଷ, ମନେପଡେ ବିଜୟର ଗାଥା

କିଏ ଏହି ଗୋପୀଚାନ୍ଦ ଥୋଟାକୁରା: ବ୍ଲୁ ଅରିଜିନ୍ ଅନୁଯାୟୀ ଗୋପୀ ଜଣେ ପାଇଲଟ । ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଜନ୍ମଗ୍ରହଣ କରିଥିବା ଗୋପୀ ବେଙ୍ଗାଲୁରୁର ଏକ ଘରୋଇ ବିଦ୍ୟାଳୟରେ ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ସେ ଜଣେ କମର୍ସିଆଲ ପାଇଲଟ ବ୍ୟତୀତ ମେଡିକାଲ ଜେଟ ପାଇଲଟ ମଧ୍ୟ । ସେ ଦୁଃସାହସିକ ଯାତ୍ରାକୁ ମଧ୍ୟ ଭଲ ପାଆନ୍ତି । ନିକଟରେ ସେ ତାଞ୍ଜାନିଆର ଆଗ୍ନେୟଗିରି ପର୍ବତ କିଲିମଞ୍ଜରୋ ଶିଖର ଚଢିଥିଲେ । ଏମ୍ବ୍ରି ରିଡିଲ ଏରୋନଟିକାଲ ବିଶ୍ବବିଦ୍ୟାଳୟରୁ ସେ ଡିଗ୍ରୀ ହାସଲ କରିଥିଲେ । ଏହାପରେ କେଭେଣ୍ଟ୍ରି ବିଶ୍ବବିଦ୍ୟାଳୟରୁ ଏୟାରଓ୍ବେ ମ୍ୟାନେଜମେୟାଣ୍ଟ ଆଣ୍ଡ ଅପରେସନରେ ଏମବିଏ କରିଛନ୍ତି । ଏବେ ଏସିଆନ ଇନଫ୍ରାଷ୍ଟ୍ରକଚର ଲମିଟେଡର ମୁଖ୍ୟ ପରିଚାଳନା ଅଧିକାରୀ ଅଟନ୍ତି । ବର୍ତ୍ତମାନ ସେ ଆମେରିକାରେ ରହୁଛନ୍ତି ।

ତେବେ କହିରଖୁଛୁ କି, ପ୍ରଥମ ମହାକାଶଚାରୀ ଆଲାନ ଶେଫର୍ଡଙ୍କ ନାମ ଅନୁସାରେ ନ୍ୟୁ ଶେଫର୍ଡ ରକେଟର ନାମକରଣ କରାଯାଇଛି । ଯଦି ଜଣ ମହାକାଶଚାରୀ ଭାବେ କିମ୍ବା ମହାକାଶକୁ ଉପକରଣ ପଠାଇବା ପାଇଁ ଯଦି ବ୍ଲୁ ଅରିଜିନରେ ଯାତ୍ରା କରାଯାଏ, ତାହେଲେ 11 ମିନିଟର ଯାତ୍ରା ଅଭୁଲା ହୋଇ ରହିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ନ୍ୟୁ ଶେଫଡ କାର୍ଯ୍ୟକ୍ରମ ଜରିଆରେ ବର୍ତ୍ତମାନ ସୁଦ୍ଧା 31 ଜଣ ପୃଥିବୀ ବାୟୁମଣ୍ଡଳ ଏବଂ ବାହ୍ୟ ମହାକାଶ ମଧ୍ୟସ୍ଥ ସୀମା କାରମାନ ଲାଇନକୁ ଅତିକ୍ରମ କରି ମହାକାଶ ଯାତ୍ରା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.