ETV Bharat / technology

ଏଣିକି 5ଜଣ ଚଲାଇପାରିବେ ଗୋଟିଏ UPI; ନୂଆ ଫିଚର୍ସ ଆଣିଲା Google Pay - No Bank Account For Payment

author img

By ETV Bharat Tech Team

Published : Sep 1, 2024, 12:44 PM IST

Google Pay New Features: ବ୍ୟାଙ୍କ ଆକାଉଣ୍ଟ ନଥିଲେ ବି ଆପଣ କରିପାରିବେ ୟୁପିଆଇ ପେମେଣ୍ଟ । ନୂଆ ଫିଚର୍ସ ଆଣିଲା ଗୁଗଲ ପେ । ଆପଣଙ୍କ ୟୁପିଆଇ ପେମେଣ୍ଟରୁ ଘର ଲୋକ ଓ ବନ୍ଧୁ ବି କରିପାରିବେ ପେମେଣ୍ଟ । ଅଧିକ ପଢନ୍ତୁ

Google Pay New Features
Google Pay New Features (ETV Bharat Tech Team)

ହାଇଦ୍ରାବାଦ: ଭାରତରେ ଅନଲାଇନ ପେମେଣ୍ଟ କରିବା ଲାଗି ସବୁଠୁ ଅଧିକ UPI ପେମେଣ୍ଟରେ ବ୍ୟବହାର ହୋଇଥାଏ । ଧିରେ ଧିରେ ଏହି ବ୍ୟବସ୍ଥା ବାହାର ଦେଶରେ ମଧ୍ୟ ଲୋକପ୍ରିୟ ହେବାରେ ଲାଗିଛି । ସମୟ ସହିତ ତାଳ ଦେଇ ଉପଭୋକ୍ତାଙ୍କୁ ଅଧିକରୁ ଅଧିକ ସହଜ ସୁବିଧା ପ୍ରଦାନ କରିବା ଲାଗି ନୂଆ ନୂଆ ଫିଚର୍ସ ଆଣୁଛନ୍ତି ପେମେଣ୍ଟ କମ୍ପାନୀ । ତେବେ ଗୁଗଲ ପେ' 6ଟି ନୂଆ ଫିଚର୍ସ ଆଣିଛି । ଯାହାକି ପ୍ରତିଯୋଗୀ କମ୍ପାନୀ ପେଟିଏମ ଓ ଫୋନ ପେ'କୁ ପଛରେ ପକାଇପାରେ ।

UPI Circle
UPI Circle (X)

ଭାରତରେ ଗୁଗଲ ପେ, ଫୋନ ପେ ଓ ପେଟିଏମ ଭଳି କମ୍ପାନୀ ୟୁପିଆଇ ପେମେଣ୍ଟ ସେବା ପ୍ରଦାନ କରିଥାଏ । ଏହି ଆପ୍‌ ମାଧ୍ୟମରେ ଆପଣ ଖୁବ ସହଜରେ ଟଙ୍କା ନେଣଦେଣ କରିପାରିବେ । କିନ୍ତୁ ଏହି ଆପ୍‌ ଗୁଡ଼ିକୁ ବ୍ୟବହାର କରିବା ଲାଗି ଆପଣଙ୍କ ନିକଟରେ ବ୍ୟାଙ୍କ ଆକାଉଣ୍ଟ ଥିବା ନିହାତି ଆବଶ୍ୟକ । ଆପଣ ସ୍କାନ କରି ନିଜ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପୈଠ କରିପାରିବେ । ବର୍ତ୍ତମାନ ଭାରତୀୟ ମାର୍କେଟରେ ମଧ୍ୟ ଚା' ଦୋକାନୀଙ୍କଠୁ ଆରମ୍ଭ କରି ଫଳ ପନିପରିବା ଦୋକାନୀ ସମସ୍ତେ ଏହି ୟୁପିଆଇ ପେମେଣ୍ଟର ବହଳୁ ବ୍ୟବହାର କରୁଛନ୍ତି । ଫଳରେ ଲୋକଙ୍କ ନିକଟରେ କ୍ୟାସ ପାଇବା ଏବେ ମୁସ୍କିଲ ହୋଇପଡୁଛି । ସମସ୍ତେ ନିଜ ସ୍ମାର୍ଟଫୋନ ମାଧ୍ୟମରେ ଟଙ୍କା ନେଣଦେଣ କରୁଛନ୍ତି ।

ବିନା ବ୍ୟାଙ୍କ ଆକାଉଣ୍ଟରେ ପେମେଣ୍ଟ:-

ବର୍ତ୍ତମାନ ଗୁଗଲ ପେ ଆଣିଥିବା ନୂଆ ଫିଚର୍ସରେ ଆପଣ ବିନା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇ ପାରିବେ । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ନିକଟରେ ୟୁପିଆଇ ସର୍କଲ (UPI Circle) ଲଞ୍ଚ କରିଛି । ଏବେ ଗୁଗଲ ଏହି ସୁବିଧା ନିଜ ଆପ୍‌ରେ ପ୍ରଦାନ କରିବାକୁ ଯାଉଛି । ଗ୍ଲୋବାଲ ଫିନଟେକ ଫେଷ୍ଟ (GFF 2024)ରେ ଗୁଗଲ ଏହି ନୂଆ ଫିଚର ଉପରୁ ପରଦା ଉଠାଇଛି । ଗୁଗଲ ପେ ପାଇଁ କମ୍ପାନୀ ୟୁପିଆଇ ସର୍କଲ ଆଣିଛି । ଯାହାକି ଆପଣଙ୍କୁ ଡିଜିଟାଲ ପେମେଣ୍ଟରେ ଅଧିକ ସୁବିଧା ପ୍ରଦାନ କରିବ । ଏହି ନୂଆ ସୁବିଧାରେ ଆପଣଙ୍କ ସ୍ଥାନରେ ଆପଣଙ୍କ ପରିବାର ସଦସ୍ୟ ମଧ୍ୟ ଟଙ୍କା ନେଣଦେଣ କରିପାରିବେ ।

ଆପଣଙ୍କ ସ୍ଥାନରେ ଟଙ୍କା ନେଣଦେଣ କରିବେ ପରିବାର ସଦସ୍ୟ:-

ପୂର୍ବରୁ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ଆପଣ ଟଙ୍କା ନେଣଦେଣ କରୁଥିଲେ । କିନ୍ତୁ ଏବେ ଆପଣଙ୍କ ପରିବାର ସଦସ୍ୟ ବିନା ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ଆପଣଙ୍କ ଟଙ୍କାର ଉପଯୋଗ କରିପାରିବେ । ଏଥିଲାଗି ଆପଣଙ୍କୁ ନିଜ ଗୁଗଲ ପେ ଆକାଉଣ୍ଟରେ ସେମାନଙ୍କୁ ଆଡ୍‌ କରିବାକୁ ପଡ଼ିବ । କୌଣସି ପରିବାର ସଦସ୍ୟ ହେଉ କି ବନ୍ଧୁଙ୍କୁ ଆପଣ ସେକେଣ୍ଡାରୀ ପାର୍ଟିସିପେଣ୍ଟସ୍‌ ମାଧ୍ୟମରେ ଚୟନ କରିପାରିବେ । ସେମାନଙ୍କ ବିନା ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରି ଆପଣଙ୍କ ଟଙ୍କାର ବିନିଯୋଗ କରିପାରିବେ ।

eRupi Voucher
eRupi Voucher (X)

ଗୁଗଲ ପେ' ଆଣିଲା ଏହି ନୂଆ ଫିଚର୍ସ:- ୟୁପିଆଇ ସର୍କଲ ବ୍ୟତୀତ ଆଉ କିଛି ନୂଆ ଫିଚର୍ସ ଆଣିଛି ଗୁଗଲ ପେ । ଯାହାକି ଉପଭୋକ୍ତାଙ୍କୁ ଅଧିକ ଭଲ ସୁବିଧା ପ୍ରଦାନ କରିବାକୁ ଯାଉଛି ।

  • eRupi Voucher: ଏହା ଏକ ଭାଉଚର ବେସଡ ପେମେଣ୍ଟ ଫିଚର । ସରକାରୀ ବିଭାଗ ସମେତ ବିଦ୍ୟମାନ UPI ସଂଗଠନଗୁଡିକ ଏହି ଫିଚର ଅନୁଯାୟୀ UPI ଭାଉଚର୍ ପ୍ରଦାନ କରିପାରିବେ । ବିଭିନ୍ନ ସେବା ଏବଂ କାରବାରରେ ଏହି ଭାଉଚରଗୁଡିକୁ ବ୍ୟବହାର କରାଯାଇପାରିବ ।
  • Tap & Pay Payments: ଏହି ନୂଆ ଫିଚର ବ୍ୟବହାର କରି ମୋବାଇଲ ଜରିଆରେ ରୁପେ କାର୍ଡ ପେମେଣ୍ଟ ଅଧିକ ସହଜ ହେବ । ଗୁଗଲ ପେ'ରେ ଆପଣଙ୍କୁ ରୁପେ କାର୍ଡ (RuPay Card)ର ସବିଶେଷ ତଥ୍ୟ ଦେବାକୁ ପଡ଼ିବ । ଏହାପରେ କାର୍ଡ ସ୍କାନ ମେସିନରେ ମୋବାଇଲକୁ ଟ୍ୟାପ୍‌ କରିବା ଦ୍ବାରା ପେମେଣ୍ଟ ହୋଇଯିବ ।
  • UPI Lite Autopay: ଏହି ଫିଚର ୟୁପିଆଇ ଲାଇଟ ୟୁଜର୍ସଙ୍କ ଲାଗି ଜାରି କରାଯାଇଛି । ଯଦି UPI Liteରେ ଆପଣଙ୍କର ବାଲାନ୍ସ ନିର୍ଦ୍ଧାରିତ ସୀମାଠାରୁ କମ୍ ହୋଇଯାଏ, ତେବେ ଏହି ଅପ୍ସନ୍ ସହିତ ବାଲାନ୍ସ ସ୍ବୟଂଚାଳିତ ଭାବରେ କ୍ରେଡିଟ୍ ହେବ ।
  • ClickPay QR: ଏହି ନୂଆ ଫିଚରରେ ପେମେଣ୍ଟ ପରିମାଣ ଅନୁସାରେ ଆପଣଙ୍କୁ କ୍ୟୁଆର କୋଡ୍‌ (QR Code) ସୃଷ୍ଟି କରିବା ଲାଗି ଅପସନ ମିଳିବ । ଏହି କ୍ୟୁଆର କୋଡ୍‌ ସ୍କାନ କରିବା ମାତ୍ରେ ଆପଣ ସିଧାସଳଖ ୟୁପିଆଇ ପେମେଣ୍ଟ କରିପାରିବେ । ଏହି ନୂଆ ଫିଚର ଦ୍ବାରା ଆପଣଙ୍କୁ ବାରମ୍ବାର ପେମେଣ୍ଟ ଆମାଉଣ୍ଟ ବା ଟଙ୍କା ରାଶି ଲେଖିବାକୁ ପଡ଼ିବ ନାହିଁ ।

ଏହା ବି ପଢନ୍ତୁ- ପର୍ସ ହଜାଇବାଠୁ ବେଶୀ ବିପଦ ମୋବାଇଲ ହଜାଇବା, SIM ବ୍ଲକ୍‌ ପୂର୍ବରୁ କରନ୍ତୁ UPI ID ବନ୍ଦ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.