ETV Bharat / technology

2 ଲକ୍ଷରୁ ଊର୍ଦ୍ଧ୍ବ ଭାରତୀୟଙ୍କ ଆକାଉଣ୍ଟ ବ୍ୟାନ କଲା 'X' - x banned accounts for violations - X BANNED ACCOUNTS FOR VIOLATIONS

x banned accounts for violations : 213,862 ଭାରତୀୟଙ୍କ ଏକ୍ସ ଆକାଉଣ୍ଟକୁ ବ୍ୟାନ । ଶିଶୁ ଯୌନ ଶୋଷଣ ଓ ନଗ୍ନତାକୁ ପ୍ରୋତ୍ସାହନ କରୁଥିବା ଆକାଉଣ୍ଟ ଉପରେ ପ୍ରତିବନ୍ଧକ । ଅଧିକ ପଢ଼ନ୍ତୁ

2 ଲକ୍ଷରୁ ଉର୍ଦ୍ଧ୍ବ ଭାରତୀୟଙ୍କ ଆକାଉଣ୍ଟ ବ୍ୟାନ କଲା X

author img

By ETV Bharat Odisha Team

Published : Apr 14, 2024, 10:13 PM IST

ହାଇଦ୍ରାବାଦ: 2 ଲକ୍ଷରୁ ଊର୍ଦ୍ଧ୍ବ ଭାରତୀୟଙ୍କ ଆକାଉଣ୍ଟ ବ୍ୟାନ କଲା ଏଲନ ମସ୍କଙ୍କ ମାଲିକାନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବର ଟୁଇଟର) । ଏଥି ମଧ୍ୟରୁ ଅଧିକାଂଶ ଶିଶୁ ଯୌନ ଶୋଷଣ ଓ ନଗ୍ନତାକୁ ପ୍ରୋତ୍ସାହନ କରୁଥିବା ଆକାଉଣ୍ଟ ରହିଥିବା ଅଭିଯୋଗ ହୋଇଥିଲା । ଏହାସହ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଦେଶରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପ୍ରାୟ 1235 ଆକାଉଣ୍ଟକୁ ବ୍ୟାନ କରିଛି ।

ତେବେ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସ (X) ଫେବୃଆରୀ 26ରୁ ମାର୍ଚ୍ଚ 25 ମଧ୍ୟରେ ଭାରତରେ ଶିଶୁ ଯୌନ ଶୋଷଣ ଓ ନଗ୍ନତାକୁ ପ୍ରୋତ୍ସାହନ କରୁଥିବା ପ୍ରାୟ 2,12,627ଟି ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । ସେହିପରି ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପ୍ରାୟ 1235 ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । ମୋଟ 213,862 ଏକ୍ସ ଆକାଉଣ୍ଟକୁ ବ୍ୟାନ କରାଯାଇଛି । ନୂତନ ଆଇଟି ନିୟମ 2021କୁ ଅନୁପାଳନ କରି ଏକ୍ସ ଏହାର ମାସିକ ରିପୋର୍ଟରେ କହିଛି ଯେ, ଗ୍ରିଭାନ୍ସ ରେଡ୍ରେସ ମେକାନିଜିମ (ଏକ ଅଭିଯୋଗ ପ୍ରକ୍ରିୟା ଯାହାକି କର୍ମକ୍ଷେତ୍ରରେ କୌଣସି ଅଭିଯୋଗର ସମାଧାନ ପାଇଁ ଏକ ସ୍ବଚ୍ଛ ଢାଞ୍ଚା ପ୍ରଦାନ କରିଥାଏ) ମାଧ୍ୟମରେ ଭାରତର ଏକ୍ସ ବ୍ୟବହାରକାରୀଙ୍କଠାରୁ ପ୍ରାୟ 5,158ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ଏହା ମଧ୍ୟରୁ 'X' 86ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯେଉଁଥିରେ ଆକାଉଣ୍ଟ ସ୍ଥଗିତାଦେଶ ଉପରେ ଆବେଦନ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଏକ୍ସରେ 2500 ଫଲୋର୍ସ ରହିଛନ୍ତି କି? ମିଳିବ ଏହି ସୁବିଧା - X PREMIUM SUBSCRIBER

ଏକ୍ସ କହିଛି ଯେ, ପରିସ୍ଥିତିର ବିଶେଷତା ସମୀକ୍ଷା କରିବା ପରେ 7ଟି ଆକାଉଣ୍ଟ ଉପରେ ପ୍ରତିବନ୍ଧକ ହଟାଯାଇଛି । ଏହାସହ ଅବଶିଷ୍ଟ ରିପୋର୍ଟ ହୋଇଥିବା ଆକାଉଣ୍ଟଗୁଡିକୁ ବ୍ୟାନ କରାଯାଇଛି । ଏକ୍ସ ଏହା ମଧ୍ୟ କହିଛି ଯେ, ଏହି ରିପୋର୍ଟିଂ ସମୟରେ ଆକାଉଣ୍ଟ ସହ ଜଡିତ 29 ଟି ସାଧାରଣ ପ୍ରଶ୍ନ ଗ୍ରହଣ କରାଯାଇଥିଲା । ଭାରତରୁ ଆସିଥିବା ଅଧିକାଂଶ ଅଭିଯୋଗ (3,074) ଏହି ପ୍ରତିବନ୍ଧକକୁ ହଟାଇବା ପାଇଁ ଥିଲା । ଏହା ବ୍ୟତୀତ ସମ୍ବେଦନଶୀଳ ବିଷୟ ବସ୍ତୁ (953), ଘୃଣ୍ୟ ଆଚରଣ (412) ଏବଂ ଅପ ଶବ୍ଦ ବ୍ୟବହାର କରିବା ବା ନିର୍ଯ୍ୟାତନା (359) ଆକାଉଣ୍ଟ ଉପରେ ଆବେଦନ କରାଯାଇଥିଲା । ତେବେ ପୂର୍ବରୁ X ଜାନୁଆରୀ 26ରୁ ଫେବୃଆରୀ 25 ମଧ୍ୟରେ ଭାରତରେ 5,06,173 ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହାସହ ଦେଶରେ ଆତଙ୍କବାଦକୁ ପ୍ରୋତ୍ସାହନ କରୁଥିବା 1,982 ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା ଏକ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.