ETV Bharat / technology

ବିଜ୍ଞାନର ଚମତ୍କାରିତା, ଭାବିଲେ ହେଇଯାଉଛି କାମ - Neuralink - NEURALINK

ELON MUSK NEURALINK: ନ୍ୟୁରୋଲିଙ୍କ୍‌ର ସଫଳତା । ପ୍ରଥମ ଥର ପାଇଁ ବ୍ୟକ୍ତିଙ୍କ ମସ୍ତିଷ୍କରେ ବ୍ରେନ ଚିପ୍ ଲଗାଯାଇଥିବା ବେଳେ ବସ୍ତୁକୁ ନଛୁଇଁ ଗେମ୍ ଖେଳିପାରିଲେ ବ୍ୟକ୍ତି । ଅଧିକ ପଢନ୍ତୁ

NEURALINK
NEURALINK
author img

By ETV Bharat Odisha Team

Published : Mar 21, 2024, 1:29 PM IST

ହାଇଦ୍ରାବାଦ: ବିଜ୍ଞାନର ଚମତ୍କାରିତା । ଏଣିକି ଯାହା ଚାହିଁବେ ତାହା କରିବାରେ ସମ୍ଭବ ହୋଇପାରିବେ । ପୂର୍ବରୁ କର୍ମ କଲେ ହିଁ ଫଳ ମିଳିବ ବୋଲି କୁହାଯାଉଥିବା ବେଳେ ଏବେ କିନ୍ତୁ ଭାବିଲେ ସମ୍ଭବ ହୋଇପାରିବ ବୋଲି କୁହାଯାଉଛି । ଭାବିଲେ ଗେମ ଖେଳିବା ମଧ୍ୟ ସମ୍ଭବ ହେବ । କେବଳ ସୁସ୍ଥ ବ୍ୟକ୍ତି ନୁହନ୍ତି ପକ୍ଷାଘାତ ରୋଗୀଙ୍କ କ୍ଷେତ୍ରରେ ବି ଏହା ସମ୍ଭବ ଅଟେ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଏକଥା ଆମେ କହୁନାହୁଁ, ବରଂ ଏଭଳି କାର୍ଯ୍ୟକୁ ସଫଳ କରିପାରିଛି ବିଲେନିୟର ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ।

ନିକଟରେ ନ୍ୟୁରୋଲଙ୍କ ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରେ ଏକ ଚିପ୍ ଲଗାଇଥିବା ବେଳେ ଏହାର ଭିଡିଓ ସାମ୍ନାକୁ ଆସିଛି । ବ୍ୟକ୍ତି ଜଣକ ଭାବିବା ମାତ୍ରେ ଗେମ୍ ଖେଳିବାରେ ସକ୍ଷମ ହୋଇପାରିଛନ୍ତି । ତେବେ ନ୍ୟୁରୋଲିଙ୍କ ପକ୍ଷରୁ ଏହି ଭିଡିଓ ପୋଷ୍ଟ କରାଯାଇଥିବା ବେଳେ ଏଲନ ମସ୍କ ମଧ୍ୟ ଏହି ଭିଡିଓକୁ ସେୟାର କରିଛନ୍ତି । ନ୍ୟୁରୋଲିଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ବେଳେ କିଛି ଘଣ୍ଟା ମଧ୍ୟ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିଛନ୍ତି ।

ଯଦି ଭିଡିଓ ବିଷୟରେ କହିବା ତାହେଲେ 29 ବର୍ଷୀୟ ବ୍ୟକ୍ତି ନୋଲାଣ୍ଡ ଆର୍ବାଗ୍ ଏକ ଅପରେସନ କରିଥିଲେ । ଭିଡିଓରେ ବ୍ୟକ୍ତିଙ୍କ ସହିତ ନ୍ୟୁରୋଲିଙ୍କ ଇଞ୍ଜିନିୟର ନଜର ଆସିଛନ୍ତି । ନୋଲାଣ୍ଡ ଆର୍ବାଗଙ୍କ ମସ୍ତିଷ୍କରେ ଚିପ୍ ଲଗାଯାଇଥିଲା, ସେ କ୍ୱାଡ୍ରିପ୍ଲେଜିକ୍ ନାମକ ଏକ ରୋଗରେ ପୀଡିତ ଥିଲେ । ଏହି କାରଣରୁ ତାଙ୍କ ପକ୍ଷାଘାତ ହୋଇଥିଲା । ଏଭଳି ସ୍ଥିତିରେ ବ୍ୟକ୍ତି କେବଳ ହ୍ବିଲ ଚେୟାରରେ ବସି ରହିଥାଆନ୍ତି ।

ଏହା ମଧ୍ୟ ପଢନ୍ତୁ: ବିଶ୍ବରେ ପ୍ରଥମ, ମନୁଷ୍ୟ ମସ୍ତିଷ୍କରେ ଲାଗିଲା ବ୍ରେନ୍ ଚିପ୍

ତେବେ ଭିଡିଓରେ ନୋଲାଣ୍ଡ କମ୍ୟୁଟରରେ ଚେସ୍ ଖେଳୁଥିବା ନଜର ଆସିଛନ୍ତି । ତେବେ ସମୟ ସମୟରେ ଗୀତ ପ୍ଲେ କରିବା ସହିତ ପଜ୍ ମଧ୍ୟ କରିବାରେ ସମ୍ଭବ ହେଉଛନ୍ତି । ସେ କେବଳ ନିଜ ମନରେ ଚିନ୍ତା କରି ଏଭଳି କାର୍ଯ୍ୟ କରିବାରେ ସଫଳ ହେଉଛନ୍ତି । କୌଣସି ବସ୍ତୁକୁ ସ୍ପର୍ଶ ନକରି କେବଳ ଭାବନା ଦ୍ବାରା ଏହା କରିପାରୁଛନ୍ତି । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ: ମସ୍କଙ୍କ ନ୍ୟୁରୋଲିଙ୍କକୁ ଆମେରିକାର ଅନୁମତି, ଏଣିକି ମସ୍ତିଷ୍କରେ ଲାଗିପାରିବ ଚିପ୍‌

ନ୍ୟୁରୋଲିଙ୍କ ଏହି ଭିଡିଓକୁ ଏକ୍ସରେ ସେୟାର କରିଥିବା ବେଳେ କିଛି ଘଣ୍ଟା ମଧ୍ୟରେ 41 ମିଲିୟନ ଭ୍ୟୁଜ ହୋଇଥିଲା । ଖବର ଲେଖାଯିବା ପର୍ଯ୍ୟନ୍ତ 48.4 ମିଲିୟନ ଲୋକ ଏହାକୁ ଦେଖିଥିଲେ । 14 ହଜାରରୁ ଅଧିକ ଲୋକ ଏହାକୁ ରି ଟ୍ବିଟ ମଧ୍ୟ କରିଛନ୍ତି । ତେବେ ନ୍ୟୁରୋଲଙ୍କର ଏଭଳି କାର୍ଯ୍ୟ ପରେ ଅନେକ ୟୁଜର୍ସ ଏହାକୁ ବେସ୍ ପସନ୍ଦ କରିଛନ୍ତି । ଏହାକୁ ଅନେକ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ । ଏହି ଦିବ୍ୟାଙ୍କ ପାଇଁ ବରଦାନ ସଦୃଶ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.