ETV Bharat / technology

ରୋଷେଇ ଘରେ ଅସରପା ମାତୁଛନ୍ତି କି ? ଘରକୁ ଆଣନ୍ତୁ ଏହି ସ୍ପ୍ରେ - How to get rid of cockroaches

author img

By ETV Bharat Tech Team

Published : Sep 10, 2024, 4:33 PM IST

How to get rid of cockroaches: ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଘର କରିଥାନ୍ତି ଅସରପା । ଯାହାକି ଖାଦ୍ୟରେ ଚାଲିଗଲେ ଏହା ଆମ ପାଇଁ ବିଷାକ୍ତ ହୋଇଥାଏ । ତେବେ ଏହି କୀଟଠାରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ଦରକାର କିଛି ରାସାୟନିକ ସ୍ପ୍ରେ । ଯାହାକି ଖୁବ ସହଜରେ ବଜାରରେ ମିଳୁଥିବା ବେଳେ ଆପଣଙ୍କୁ ଅସରପାଠାରୁ ମୁକ୍ତି ଦେବ । ଅଧିକ ପଢନ୍ତୁ

How to get rid of cockroaches
How to get rid of cockroaches (ETV Bharat)

ହାଇଦ୍ରାବାଦ: ରୋଷେଇ ଘରେ ଅସରପା ଚଳପ୍ରଚଳ ଶରୀର ପାଇଁ ହାନିକାରକ ହୋଇଥାଏ । କାରଣ ଏହି କୀଟଟି ଖାଇବାରେ ଚାଲିବା ସହ ମଳତ୍ୟାଗ ମଧ୍ୟ କରିଥାଏ । ଯାହାକି ଖାଦ୍ୟକୁ ବିଷାକ୍ତ କରିବା ସହ ସେଥିରୁ ଏକ ଦୁର୍ଗନ୍ଧ ବାହାରିବା ସହ ଏହା ଅସ୍ବାଦଯୁକ୍ତ ଲାଗେ । ଏଣୁ ଏହି ବିଷାକ୍ତ କୀଟଠାରୁ ଦୂରେଇ ରହିବା ଉଚିତ । ଏଥିଲାଗି ଆପଣଙ୍କୁ କିଛି ରାସାୟନିକ ସ୍ପ୍ରେର ଆବଶ୍ୟକ । ଏଥିଲାଗି ଆପଣଙ୍କୁ ଏହି ରାସାୟନିକ ସ୍ପ୍ରେର ନାଁ ଜାଣିବା ଉଚିତ ।

ଏହି ରାସାୟନିକ ପଦାର୍ଥକୁ ଘରକୁ ଆଣନ୍ତୁ:-

  • Boric Acid Spray: ଆପଣଙ୍କୁ ଅସରପାଠାରୁ ମୁକ୍ତି ପାଇବାକୁ ହେଲେ ରସାୟନ ବିଜ୍ଞାନର ଧାରଣା ଥିବା ଆବଶ୍ୟକ । ତେବେ ଏହି ବୋରିକ୍‌ ଏସିଡ୍‌ ରୋଷେଇ ଘରେ ଅସରପାର ମୂଳପୋଛ କରିବାକୁ ଏକ ଉପଯୁକ୍ତ ରାସାୟନିକ ପଦାର୍ଥ । ତେବେ ଆପଣଙ୍କୁ କଣ କରିବାକୁ ହେବ କିଛି ବୋରିକ୍‌ ଏସିଡ୍ ନେବାକୁ ହେବ । ଏହାପରେ କୌଣସି ଶସ୍ୟର ଗୁଣ୍ଡ ଯେପରିକି ଅଟାରେ ଏହାକୁ ମିଶାଇବାକୁ ହେବ । ଅଟାକୁ ଚକଟି ଛୋଟ ଛୋଟ ବଲ୍‌ ପ୍ରସ୍ତୁତ କରନ୍ତୁ । ଯେଉଁଠି ଅଧିକ ଅସରପା ବାହାରୁଛନ୍ତି ସେଠାରେ ଏହି ବଲ୍‌ଗୁଡ଼ିକୁ ରଖନ୍ତୁ । ଅସରପା ଏହାକୁ ଖାଇବା ମାତ୍ରେ ମୃତ୍ୟୁର ଶିକାର ହେବ ।
  • Borax spray: ବୋରିକ୍‌ ଏସିଡ୍‌ ପରି ବୋରାକ୍ସ ମଧ୍ୟ ଏପରି ଏକ ରାସାୟନିକ ପଦାର୍ଥ ଯାହାକୁ ଅସରପାକୁ ମାରିବାରେ ବ୍ୟବହାର କରାଯାଇପାରିବ । ଏହା ବୋରିକ୍‌ ଏସିଡ୍‌ ପରି ସମାନ କାମ କରିଥାଏ । ବୋରାକ୍ସ ପାଉଡରକୁ କିଛି ମିଠାଯୁକ୍ତ ଖାଦ୍ୟରେ ମିଶାନ୍ତୁ । ଏହାକୁ ଅସରପା ବାହାରୁଥିବା ସ୍ଥାନରେ ରଖନ୍ତୁ ।
  • Ammonia solution: ଡ୍ରେନେଜ୍ ପାଇପ୍ ଏବଂ ସିଙ୍କରେ ଲୁଚି ରହିଥିବା ଅସରପାରୁ ମୁକ୍ତି ପାଇବା ପାଇଁ ଆମୋନିଆ ବ୍ୟବହାର କରାଯାଇପାରିବ । ଏକ କପ୍ ଆମୋନିଆକୁ ଏକ ବାଲ୍ଟିରେ ପାଣି ସହିତ ମିଶାନ୍ତୁ, ତା’ପରେ ଏହାକୁ ଡ୍ରେନ୍ ପାଇପ୍ ତଳକୁ ଢାଳନ୍ତୁ । ଏହାପରେ ଅସରପାଗୁଡ଼ିକ ସେଠାରୁ ଚାଲିଯିବେ ।
  • Listerine Spray: ଲିଷ୍ଟେରାଇନ୍‌ରେ ଆଣ୍ଟିସେପ୍ଟିକ୍ ଗୁଣ ରହିଛି, ଯାହା ଅସରପାରୁ ମୁକ୍ତି ପାଇବାରେ ଆପଣଙ୍କୁ ସାହାଯ୍ୟ କରିଥାଏ । ଅଧା କପ୍ ଲିଷ୍ଟେରାଇନକୁ ଏକ ସ୍ପ୍ରେ ବୋତଲରେ ପାଣିରେ ମିଶାନ୍ତୁ, ତା’ପରେ ଏହାକୁ ଅସରପା ଅଧିକ ଦେଖାଯାଉଥିବା ସ୍ଥାନଗୁଡ଼ିକରେ ସ୍ପ୍ରେ କରନ୍ତୁ ।
  • Liquid Concentrates: ଲିକ୍ବିଡ କନସେଣ୍ଟ୍ରେଟ ଏକ ଜଣାଶୁଣା ଅସରପା ନିୟନ୍ତ୍ରଣ ରାସାୟନିକ ପଦାର୍ଥ । ଏହାକୁ ଅଧିକାଂଶ ଷ୍ଟୋରରେ କିଣାଯାଇପାରିବ । ଏହି ରାସାୟନିକ ପଦାର୍ଥ ମିଶାଇ ଏକ ସଲ୍ୟୁସନ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଅସରପା ବାହାରୁଥିବା ସ୍ଥାନରେ ସ୍ପ୍ରେ କରନ୍ତୁ ।

ଏହା ବି ପଢନ୍ତୁ- ଘରେ ଅସରପା ପାଇଁ ସ୍ବାସ୍ଥ୍ୟବସ୍ଥା ବିଗୁଡୁଛି କି ? ଆପଣାନ୍ତୁ ଏହି ଉପାୟ

ଏହା ବି ପଢନ୍ତୁ- ଅସରପା ଆତଙ୍କ ନେଇ ଚିନ୍ତିତ କି ? ରୋଷେଇ ଘରେ ଅଛି ମୁକ୍ତି ପାଇବାର ବାଟ, ଜାଣି ନିଅନ୍ତୁ ଗୃହିଣୀ

cockroach
cockroach (File Photo)

ନିଜ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ:-

  • ଅସରପାକୁ ମାରିବା ଲାଗି ବ୍ୟବହାର କରୁଥିବା ରାସାୟନିକ ପଦାର୍ଥ ଆପଣଙ୍କ ପାଇଁ ମଧ୍ୟ କ୍ଷତିକାରକ । ଏଣୁ ଏହାକୁ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ।
  • ଏହି ରାସାୟନିକ ପଦାର୍ଥ ବ୍ୟବହାର କରିବା ସମୟରେ ହାତରେ ଗ୍ଲୋଭ ପିନ୍ଧନ୍ତୁ, ମୁହଁରେ ମାସ୍କ ଲଗାନ୍ତୁ ଏବଂ ଏକ ପ୍ରୋଟେକ୍ଟିଭ ଗ୍ଲାସ ବା ଚଷମା ପିନ୍ଧନ୍ତୁ ।
  • ରାସାୟନିକ ସ୍ପ୍ରେ କରିବା ସମୟରେ ଘରର କବାଟ ଓ ଝରକା ଖୋଲା ରହିବା ଉଚିତ ।
  • କେମିକାଲ ସ୍ପ୍ରେଠାରୁ ଛୋଟ ପିଲା ଓ ପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ ।
  • ଯଦି ଆପଣ ଅସାବଧାନତା ଅବଲମ୍ବନ କରନ୍ତି, ତେବେ ଏହି ରାସାୟନିକ ପଦାର୍ଥ ଆପଣଙ୍କ ଜୀବନ ନେଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.