ETV Bharat / technology

ଏଲନ ମସ୍କଙ୍କୁ ସୁପ୍ରିମ ଝଟକା; ବ୍ରାଜିଲରେ ବ୍ୟାନ ହେଲା 'X' - Why Brazil Banned X - WHY BRAZIL BANNED X

BRAZIL SUSPENDS X: ବ୍ରାଜିଲରେ ବ୍ୟାନ୍‌ ଏକ୍ସ । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏଠାରେ ଏକ୍ସକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି । ତେବେ ସୁପ୍ରିମକୋର୍ଟ ଓ ଏଲନ ମସ୍କଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ଯୋଗୁଁ ଏପରି ହୋଇଛି । ତେବେ କଣ ସେହି ବିବାଦ ଆସନ୍ତୁ ଜାଣିବା...

BRAZIL SUSPENDS X
BRAZIL SUSPENDS X (File Photo)
author img

By ETV Bharat Tech Team

Published : Sep 1, 2024, 4:58 PM IST

ହାଇଦ୍ରାବାଦ: ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲରେ ବ୍ୟାନ ହେଲା ମାଇକ୍ରୋବ୍ଲଗିଂ ସାଇଟ X (ପୂର୍ବରୁ ଟ୍ବିଟର) । ଏବେ ବ୍ରାଜିଲର ନାଗରିକମାନେ ଏକ୍ସକୁ ବ୍ୟବହାର କରିପାରିବେ ନାହିଁ । ଏଠାରେ ଏକ୍ସର ମୋବାଇଲ ଓ ୱେବ ଦୁଇଟି ଯାକ ଭର୍ସନ କାମ କରୁନାହିଁ । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏଠାରେ ଏଲନ ମସ୍କଙ୍କ ଏକ୍ସକୁ ବ୍ୟାନ କରାଯାଇଛି । ଦୀର୍ଘ ସମୟ ଧରି ବ୍ରାଜିଲ ସୁପ୍ରିମକୋର୍ଟ ଓ ଏଲନ ମସ୍କଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଏବେ ଏହି ଦେଶର ନାଗରିକ ଏକ୍ସ ବ୍ୟବହାରରୁ ବଞ୍ଚିତ ହୋଇଛନ୍ତି ।

କୋର୍ଟରେ ରାୟରେ କଣ କହିଲେ ?

ବ୍ରାଜିଲର ଶୀର୍ଷ କୋର୍ଟର ବିଚାରପତି ଏଲେକଜାନ୍ଦେ ଡି. ମୋରେସ ଦେଶରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥଇଲେ । ବ୍ରାଜିଲରେ 'X' ମାଲିକ ଏଲନ୍ ମସ୍କ ତାଙ୍କ କମ୍ପାନୀର ଆଇନଗତ ପ୍ରତିନିଧୀ ନିଯୁକ୍ତ କରିବାକୁ ମନା କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ଜଜ୍ କହିଛନ୍ତି ଯେ ବ୍ରାଜିଲର ସାର୍ବଭୌମତ୍ବ ଏବଂ ନ୍ୟାୟପାଳିକା ପ୍ରତି ମସ୍କ ସମ୍ପୂର୍ଣ୍ଣ ଅସମ୍ମାନ ପ୍ରଦର୍ଶନ କରିଛନ୍ତି ।

ପୂର୍ବରୁ ଚେତାବନୀ ଦେଇଥିଲେ କୋର୍ଟ ?

ବ୍ରାଜିଲରେ ଏକ୍ସକୁ ବ୍ୟାନ୍‌ କରିବା ଲାଗି ଜଜ୍‌ ଏଲନ ମସ୍କଙ୍କୁ ଚେତାବନୀ ଦେଇଥିଲେ । ମାତ୍ର ଏଲନ ମସ୍କ ଏହାକୁ ମାନି ନଥିଲେ । ଯଦି ଏଲନ ମସ୍କ ବ୍ରାଜିଲରେ କମ୍ପାନୀର ଆଇନଗତ ପ୍ରତିନିଧୀ ନିଯୁକ୍ତ ନ କରନ୍ତି ତେବେ ଏକ୍ସକୁ ବ୍ୟାନ କରାଯିବ ବୋଲି ସଫା ସଫା କହିଥିଲେ ବିଚାରପତି । ଏଥିଲାଗି କୋର୍ଟ ଏଲନ ମସ୍କଙ୍କୁ 24 ଘଣ୍ଟାର ସମୟ ପ୍ରଦାନ କରିଥିଲେ । ମାତ୍ର ଧାର୍ଯ୍ୟ ସମୟ ମଧ୍ୟରେ କମ୍ପାନୀ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ପରେ କୋର୍ଟ ଏହି ରାୟ ଶୁଣାଇଥିଲେ ।

'X' ବ୍ୟବହାର କଲେ 8900 ଡଲାର ଜୋରିମାନା:-

ଯଦି କେହି ୟୁଜର୍‌ କୋର୍ଟଙ୍କ ରାୟକୁ ଅବମାନନା କରି ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରିବାକୁ ଉଦ୍ୟମ କରନ୍ତି, ତେବେ ତାଙ୍କୁ ଜୋରିମାନ ଭରିବାକୁ ପଡ଼ିପାରେ । ଉକ୍ତ ବ୍ୟକ୍ତିଙ୍କୁ ପ୍ରତିଦିନ 8900 ଡଲାର (7b&) ଜୋରିମାନା ଦେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି ।

କଣ ଥିଲା ବିବାଦ ?

ବ୍ରାଜିଲରେ ନ୍ୟାୟ ପ୍ରକ୍ରିୟା ଉପରେ ବାଧା ସୃଷ୍ଟି କରିବା, ଅପରାଧିକ ସଂଗଠନ ତଥା ଅପରାଧ ଘଟାଇବା ପାଇଁ ଉସୁକାଇବା ଭଳି ଅଭିଯୋଗ ମସ୍କଙ୍କ ବିରୋଧରେ ରହିଛି । ଏହା ପୂର୍ବରୁ ଭୁଲ ତଥ୍ୟ ଏବଂ ଘୃଣା ବାର୍ତ୍ତା ବିସ୍ତାର ଅଭିଯୋଗରେ ଜଜ୍ ମୋରେସ୍ Xର କିଛି ଆକାଉଣ୍ଟକୁ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ସମର୍ଥକଙ୍କ କିଛି ଆକାଉଣ୍ଟ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଅନ୍ୟପଟେ କୋର୍ଟଙ୍କ ଆଦେଶ ପରେ ବ୍ରାଜିଲରେ କମ୍ପାନୀ ନିଜର ସମସ୍ତ ପରିଚାଳନା ଓ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ଘୋଷଣା କରିଛି । କମ୍ପାନୀ କହିଛି ଯେ ଏହାର କର୍ମଚାରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ବ୍ରାଜିଲରେ କେତେ ୟୁଜର୍ସ ଥିଲେ ?

ମିଳିଥିବା ସୂଚନା ଅନୁସାରେ, ବ୍ରାଜିଲରେ ପ୍ରାୟ 22 ମିଲିୟନ ଲୋକ ଏକ୍ସର ବ୍ୟବହାର କରୁଥିଲେ । ଏହି ବ୍ୟାନ ପରେ ଲୋକେ ବେଶ ପ୍ରଭାବିତ ହୋଇଛନ୍ତି । ସେମାନେ ବିଶ୍ବରୁ ଅଲଗା ହେବା ଭଳି ଅନୁଭବ କରୁଥିବା କହିଛନ୍ତି । କୋର୍ଟଙ୍କ ଏହି ଆଦେଶ ଲୋକଙ୍କ ଅଧିକାର ଉପରେ ପ୍ରଶ୍ନ ସୃଷ୍ଟି କରିଛି ବୋଲି ଏଠାକାର ନାଗରିକ କହିଛନ୍ତି । କୋର୍ଟଙ୍କ ଏହି ରାୟ ବ୍ରାଜିଲର ରାଜନୀତି ଓ ସମାଜ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି ।

ଏହା ବି ପଢନ୍ତୁ- ଟେଲିଗ୍ରାମ ପ୍ରତିଷ୍ଠାତା ମୁଖ୍ୟ ବିମାନ ବନ୍ଦରରୁ ଉଠାଇନେଲା ପ୍ୟାରିସ ପୋଲିସ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.