ETV Bharat / technology

ପୁଣି ଫସିଲେ Elon Musk; ଦ୍ବିତୀୟ ଥର ଲାଗି X ଉପରେ ଲାଗିଲା ଜୋରିମାନା - Brazil Asks X To Pay Fine - BRAZIL ASKS X TO PAY FINE

Brazil to Unban X: ବ୍ରାଜିଲରେ ବଢିଲା ଏଲନ ମସ୍କଙ୍କ ଅଡୁଆ । ଦ୍ବିତୀୟ ଥର ଲାଗି ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ଉପରେ ବ୍ରାଜିଲ ସୁପ୍ରିମକୋର୍ଟ ଜୋରିମାନା ଲଗାଇଛନ୍ତି । ଏହାସହିତ ଯଦି ବ୍ରାଜିଲରେ X ସେବା ପୁଣି ଆରମ୍ଭ ହେବ ତେବେ ଏହି ଜୋରିମାନା ଭରିବାକୁ ଏଲନ ମସ୍କଙ୍କୁ କୁହାଯାଇଛି । ଅଧିକ ପଢନ୍ତୁ

Brazil to Unban X
Brazil to Unban X (ETV Bharat)
author img

By ETV Bharat Tech Team

Published : Sep 29, 2024, 4:16 PM IST

ହାଇଦ୍ରାବାଦ: ବ୍ରାଜିଲ ସୁପ୍ରିମକୋର୍ଟ ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ଅନୁମତି ଦେଇଛନ୍ତି । ଏକ୍ସ (X) ପୁଣି ଥରେ ବ୍ରାଜିଲରେ ଏହାର ସେବା ଆରମ୍ଭ କରିବାକୁ ସକ୍ଷମ ହେବ କିନ୍ତୁ ଏହାପୂର୍ବରୁ କମ୍ପାନୀକୁ 5 ମିଲିୟନ ଡଲାରରୁ ଅଧିକ ଜୋରିମାନା ଦେବାକୁ ପଡିବ ।

ବ୍ୟାନ ହଟାଇବାକୁ ଅନୁରୋଧ କରିଥିଲା କମ୍ପାନୀ:-

ଗତ ମାସେ ତଳେ ବ୍ରାଜିଲରେ ଏକ୍ସ ଉପରେ ବ୍ୟାନ ଲାଗିଥିଲା । ଏହି ବ୍ୟାନକୁ ହଟାଇବା ଲାଗି ଚଳିତ ସପ୍ତାହ ପ୍ରାରମ୍ଭରେ ବ୍ରାଜିଲ ସୁପ୍ରିମକୋର୍ଟକୁ ଏଲନ ମସ୍କ ଅନୁରୋଧ କରିଥିଲେ । ଭୁଲ ତଥ୍ୟ ପ୍ରସାରଣକୁ ରୋକିବା ଆଦେଶକୁ ଏକ୍ସ ପାଳନ କରିଛି ବୋଲି କମ୍ପାନୀ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା । ଏଥିଲାଗି ଦେଶରେ ପୁଣି ଥରେ ଏକ୍ସ ସେବାକୁ ଲାଗୁ କରିବାକୁ ଅନୁରୋଧ କରାଯାଇଥିଲା । ବିଚାରପତି ଆଲେକ୍ସଜାଣ୍ଡ୍ରେ ଡି ମୋରିସ୍ (Alexandre De Morais) ଶୁକ୍ରବାର ଦିନ କହିଛନ୍ତି ଯେ X ଏବଂ ତାଙ୍କ ବ୍ରାଜିଲର ଆଇନ ପ୍ରତିନିଧୀଙ୍କୁ 1.83 ମିଲିୟନ୍ ରିସ୍ (ପ୍ରାୟ 3.4 ମିଲିୟନ୍ ଡଲାର୍) ଜୋରିମାନା ଦେବାକୁ ପଡିବ । ଏହା ପରେ ହିଁ ଏହି ପ୍ଲାଟଫର୍ମ ବ୍ରାଜିଲରେ ଚାଲିବାରେ ସକ୍ଷମ ହେବ ।

Also Read: ଏଲନ ମସ୍କଙ୍କୁ ସୁପ୍ରିମ ଝଟକା; ବ୍ରାଜିଲରେ ବ୍ୟାନ ହେଲା 'X' - Why Brazil Banned X

କାହିଁକି ପୁଣି ଥରେ ଲାଗିଲା ଜୋରିମାନା ?

ବ୍ରାଜିଲରେ X ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯିବା ସମୟରେ ଲାଗିଥିବା ଜୋରିମାନା ବ୍ୟତୀତ ସୁପ୍ରିମକୋର୍ଟ ମଧ୍ୟ X ଉପରେ ଏକ ନୂତନ ଜୋରିମାନା ଲଗାଇଛନ୍ତି । ନିଷେଧାଦେଶ ସତ୍ତ୍ବେ ବ୍ରାଜିଲର କିଛି ଉପଭୋକ୍ତାଙ୍କ ପାଇଁ X ଉପଲବ୍ଧ ରହିବା ପରେ ଗତ ସପ୍ତାହରେ ଜଷ୍ଟିସ ମୋରିସ୍ 10 ମିଲିୟନ ରିସ୍ (ପ୍ରାୟ 18 ଲକ୍ଷ ଟଙ୍କା) ଜୋରିମାନା ଲଗାଇଥିଲେ ।

ଜୋରିମାନାକୁ ନେଇ କଣ କହିଲା କମ୍ପାନୀ ?

X ବର୍ତ୍ତମାନ ଏହି ବିଷୟରେ କୌଣସି ମନ୍ତବ୍ୟ ଦେଇନାହିଁ । କିନ୍ତୁ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କମ୍ପାନୀର ନିକଟ ସୂତ୍ରରୁ ପ୍ରକାଶ ଯେ X ଏହି ଜୋରିମାନା ଭରବି । କିନ୍ତୁ ସେ ନୂଆ 10 ମିଲିୟନ୍ ରିସ୍ ଜୋରିମାନାକୁ ଚ୍ୟାଲେଞ୍ଜ କରିପାରନ୍ତି ।

ମାସେ ପୂର୍ବରୁ ବ୍ରାଜିଲରେ X ଉପରେ ଲାଗିଥିଲା ବ୍ୟାନ୍‌:-

ଅଗଷ୍ଟ ଶେଷରେ ବ୍ରାଜିଲରେ Xକୁ ଦେଶରେ ବ୍ୟାନ୍‌ କରିଥିଲା । ଏହି ରାୟ ପ୍ରଦାନ କରିବାବେଳେ ଜଷ୍ଟିସ ମୋରିସ୍ କହିଥିଲେ ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ଭୁଲ ଖବର ପ୍ରସାରଣ ସହିତ ସ୍ଥାନୀୟ ଆଇନ ପ୍ରତିନିଧୀ ନିଯୁକ୍ତ କରିବା ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୋଇଛି । Xର ମାଲିକ ଏଲନ୍ ମସ୍କ ପ୍ରଥମେ ଏହାକୁ "ସେନ୍ସରସିପ୍" ଏବଂ ମୋରିସ୍ଙ୍କୁ "ଏକଛତ୍ରବାଦୀ ଶାସକ" ବୋଲି କହିଥିଲେ, କିନ୍ତୁ ଗତ ସପ୍ତାହରେ ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଥିବା ଜଣାପଡିଛି ।

Also Read: 'X' TV App: ଏଲନ ମସ୍କ ଆଣୁଛନ୍ତି ନୂଆ ଟିଭି ଆପ୍‌, ଟେନସନରେ Netflix ଓ YouTube - X TV App Beta Version Launch Soon

ବ୍ରାଜିଲ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଦେଶରେ ସ୍ଥାନୀୟ ପ୍ରତିନିଧୀଙ୍କ ନିଯୁକ୍ତିକୁ Xର ଆଇନ ଟିମ୍‌ ନିଶ୍ଚିତ କରିଛି । ଭବିଷ୍ୟତରେ କମ୍ପାନୀ କୋର୍ଟଙ୍କ ରାୟକୁ ପାଳନ କରିବ ବୋଲି ମଧ୍ୟ କହିଛି । ଜଷ୍ଟିସ ମୋରିସ୍ ନିଜ ନୂଆ ରାୟରେ ସ୍ବୀକାର କରିଛନ୍ତି ଯେ X ହେଟ୍‌ ସ୍ପିଚ ବିସ୍ତାର କରୁଥିବା ଆକାଉଣ୍ଟକୁ ବନ୍ଦ କରିଛି ଏବଂ ବ୍ରାଜିଲରେ ଏକ ଆଇନ ପ୍ରତିନିଧୀ ନିଯୁକ୍ତ କରି ନିର୍ଦ୍ଦେଶ ପାଳନ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.