ETV Bharat / technology

Boeing Starliner Return: ମହାକାଶରୁ ଖାଲି ସିଟ୍‌ ଫେରିଲା ଷ୍ଟାରଲାଇନର; ସୁନୀତା କେଉଁଠି ରହିବେ କଣ କରିବେ ? - Sunita says goodbye to Starliner - SUNITA SAYS GOODBYE TO STARLINER

Boeing Starliner Returns to Earth: ବୋଇଙ୍ଗ ଷ୍ଟାରଲାଇନର ମହାକାଶ ଯାନ ଆଜି ସକାଳ ସାଢେ 9ଟାରେ ପୃଥିବୀପୃଷ୍ଠରେ ଲ୍ୟାଣ୍ଡ କରିଛି । ଜୁନରେ ଲଞ୍ଚ ହୋଇଥିବା ଏହି କ୍ୟାପସୁଲ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମହାକାଶରେ ଫସି ଯାଇଥଲା । ତେବେ ଏହି କ୍ୟାପସୁଲରେ ମହାକାଶକୁ ଯାଇଥିବା 2 ମହାକାଶଚାରୀ ଫେରିନାହାନ୍ତି । ତେବେ ସେମାନେ କେଉଁଠି ରହିବେ ଓ କଣ କରିବେ ଜାଣନ୍ତୁ...

Boeing Starliner Return
Boeing Starliner Return (NASA)
author img

By ETV Bharat Tech Team

Published : Sep 7, 2024, 12:14 PM IST

ହାଇଦ୍ରାବାଦ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମହାକାଶରେ ଫସି ରହିଥିବା ସ୍ପେଶକ୍ରାଫ୍ଟ ବୋଇଙ୍ଗର ଷ୍ଟାରଲାଇନର କ୍ୟାପସୁଲ ଆଜି ସକାଳେ ପୃଥିବୀକୁ ଫେରିଛି । ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନ (ISS)ରୁ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସାଥୀ ବ୍ୟାରି ୱିଲମୋର କିନ୍ତୁ ଫେରିନାହାନ୍ତି । ଆଜି ସକାଳ ସାଢେ 9ଟାରେ ନ୍ୟୁ ମେକ୍ସିକୋର ହ୍ବାଇଟ ସ୍ୟାଣ୍ଡସ୍‌ ସ୍ପେଶ ହାର୍ବରେ ଏହି ମହାକାଶ ଯାନ ଲ୍ୟାଣ୍ଡ କରିଛି ।

ବୋଇଙ୍ଗ ଷ୍ଟାରଲାଇନର ସୁରକ୍ଷିତ ଅବତରଣ:-

ବହୁ ବର୍ଷର ଅପେକ୍ଷା ପରେ ଚଳିତ ବର୍ଷ ଜୁନରେ ଏହି ଯାନଟି ମହାକାଶକୁ ଗସ୍ତ କରିଥିଲା । ମାତ୍ର କେଇଟା ଦିନ ଲାଗି ଯାଇଥିବା ଏହି ମହାକାଶ ଯାନଟି ଯାନ୍ତ୍ରିକ ତ୍ରୁଟି ଓ ହିଲିୟମ ଲିକ୍‌ ଯୋଗୁଁ ମହାକାଶରେ ଫସି ରହିଥିଲା । ଏହି ଯାନଟି ପୃଥିବୀ ପୃଷ୍ଠକୁ ଫେରିବାର ଭିଡିଓ ନାସା ପକ୍ଷରୁ ଜାରି କରାଯାଇଛି । ଏହି ଭିଡିଓରେ ସ୍ପେଶ ଷ୍ଟେସନରୁ ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲ ଅଲଗା ହେବାର ଦେଖିବାକୁ ମିଳିଛି । ତେବେ ଏହା ସୁରକ୍ଷିତ ଭାବେ ପୃଥିବୀରେ ଆଜି ଅବତରଣ କରିଛି ।

କାହିଁକି ଫେରିଲେନି ସୁନୀତା ?

ଷ୍ଟାରଲାଇନର ଆମେରିକୀୟ ମହାକାଶଚାରୀ ସୁନୀତା ଓ ତାଙ୍କ ସହଯୋଗୀ ବ୍ୟାରିଙ୍କ ବିନା ପୃଥିବୀକୁ ଫେରିବ ବୋଲି ନାସା ଅଗଷ୍ଟ 24 ତାରିଖରେ ନିଷ୍ପତ୍ତି ନେଇଥିଲା । ଏହି ମହାକାଶ ଯାନରେ ବୈଷୟିକ ତ୍ରୁଟି ଥିବା ଯୋଗୁଁ ଦୁଇ ମହାକାଶଚାରୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବିନା କ୍ରୁ ମେମ୍ବରରେ ଏହି ଯାନଟି ପୃଥିବୀକୁ ଫେରିଛି । ସୁନୀତା ଓ ତାଙ୍କ ସହଯୋଗୀଙ୍କୁ ଆଉ 5ରୁ 6ମାସ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ରହିବାକୁ ପଡ଼ିବ ।

କେବେ ଫେରିବେ ସୁନୀତା ଓ ସହଯୋଗୀ ମହାକାଶଚାରୀ ?

ଆସନ୍ତା ବର୍ଷ 2025 ଫେବୃଆରୀରେ ନାସାର ସ୍ପେଶ ଏକ୍ସ କ୍ରୁ-9 ମିଶନ (SpaceX Crew-9 Mission) ଜରିଆରେ ସୁନୀତା ଓ ସହଯୋଗୀ ପୃଥିବୀ ପୃଷ୍ଠକୁ ଫେରିବେ ବୋଲି ନାସା ପକ୍ଷରୁ କୁହାଯାଇଛି । ଏହି ସମୟ ମଧ୍ୟରେ ଉଭୟ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ରହିବା ସହିତ ମହାକାଶ ସମ୍ବନ୍ଧରେ ଅଧିକ ଗବେଷଣା କରିବେ ।

ପଢନ୍ତୁ ଅନ୍ୟ କିଛି ଖବର

ପୃଥିବୀ ଫେରିବାକୁ ସଜବାଜ ବୋଇଙ୍ଗ ଷ୍ଟାରଲାଇନର; ସେପ୍ଟେମ୍ବର 6ରେ ଅବତରଣ, ଆସିବେ ନାହିଁ ସୁନୀତା

ଜହ୍ନ ନଥିଲେ କଣ ହୋଇଥାନ୍ତା ? ଜହ୍ନ ଆମ ନିଦକୁ ନିୟନ୍ତ୍ରଣ କରେ କି ?

ମହାକାଶ ଯାତ୍ରା କଲେ ଶରୀର ଉପରେ କଣ ପ୍ରଭାବ ପଡେ ? ଜାଣନ୍ତୁ - SPACE TRAVEL SIDE EFFECTS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.