ETV Bharat / technology

ବର୍ଷାକୁ ଆହୁରି ଉପଭୋଗ କରିବାକୁ ଚାହୁଁଛନ୍ତି ? ଏହାସହ କରନ୍ତୁ ଫୁଲ୍‌ ମସ୍ତି - Best Gadgets For Monsoon

author img

By ETV Bharat Tech Team

Published : Sep 1, 2024, 4:14 PM IST

Updated : Sep 1, 2024, 4:19 PM IST

Best Gadgets for Monsoon: ଆରମ୍ଭ ହୋଇଗଲାଣି ବର୍ଷା ଋତୁ । ଏହି ସମୟରେ ବାହାର କାଦୁଅ ଯୋଗୁଁ ଅଧିକାଂଶ ଘରୁ ବାହାରିବାକୁ ପସନ୍ଦ କରନ୍ତି ନାହିଁ । ଆଉ ସେପଟେ ଘରେ ବସି ବସି ମଧ୍ୟ ବିରକ୍ତ ଲାଗେ । କିନ୍ତୁ ଯଦି ଘରେ କିଛି କାମର ଜିନିଷ ଥାଏ, ତେବେ ଆମେ ଏହି ବର୍ଷା ଋତୁକୁ ଅଧିକ ଉପଭୋଗ କରିପାରିବା । ଆସନ୍ତୁ ଜାଣିବା କଣ ସେହି ଜିନିଷ, ଯାହାକି ବର୍ଷା ଋତୁକୁ ଅଧିକ ଉପଭୋଗ କରିବାରେ ସାହାଯ୍ୟ କରିବ । ଅଧିକ ପଢନ୍ତୁ

Monsoon
Monsoon (ETV Bharat)

ହାଇଦ୍ରାବାଦ: ବର୍ଷା ଋତୁରେ ପ୍ରକୃତିର ଶୋଭା ବଢିଯାଏ । ବର୍ଷାର ପାଣି ବୁନ୍ଦା ସମସ୍ତଙ୍କ ମନରେ ଏକ ସକରାତ୍ମକ ଭାବନା ସୃଷ୍ଟି କରିଥାଏ । କିନ୍ତୁ ବର୍ଷା ଋତୁ ହର୍ଷ ଉଲ୍ଲାସ ସାଙ୍ଗକୁ ରୋଗକୁ ମଧ୍ୟ ଆଣି ଆସିଥାଏ । ଏଣୁ ଲୋକେ ବାହାରକୁ ବାହାରିବାକୁ ପସନ୍ଦ କରିନଥାନ୍ତି । କିନ୍ତୁ ଯଦି ଆମ ଘରେ ସେମିତି କିଛି ଜିନିଷ ମିଳିଯାଏ, ତେବେ ତାହାକୁ ଉପଯୋଗ କରି ବର୍ଷା ଋତୁଟି ଆହୁରି ରଙ୍ଗୀନ ହୋଇଯାଏ । ତେବେ କଣ ସେହି ଜିନିଷଗୁଡ଼ିକ ଆସନ୍ତୁ ଜାଣିବା ।

Philips PowerPro Vacuum Cleaner
Philips PowerPro Vacuum Cleaner (Philips)

1. Vacuum Cleaner: ବର୍ଷା ଋତୁରେ ଚାରିଆଡ଼େ ଓଦା ହୋଇଯାଏ । ଏଣୁ ସମସ୍ତେ ଏକ ଶୁଖିଲା ସ୍ଥାନ ଖୋଜନ୍ତି । ଏଭଳି ସ୍ଥିତିରେ ଏକ ଭ୍ୟାକୁମ କ୍ଲିନରର ଆବଶ୍ୟକ ପଡ଼େ । ଯାହାକୁ ଘରକୁ ସଫା କରିବାରେ ବ୍ୟବହାର କରାଯାଇପାରିବ । ଆପଣଙ୍କ ପାଇଁ 'Philips PowerPro' ଏକ ଭଲ ପ୍ରଡକ୍ଟ ହୋଇପାରେ । ଏହାର ଦାମ 10ହଜାର ଟଙ୍କା ହୋଇଥିବା ବେଳେ ଆମାଜନରେ ଏହା ଆପଣଙ୍କୁ ମାତ୍ର 8,999 ଟଙ୍କାରେ ମିଳିଯିବ ।

ECOVACS Deebot U2 Pro
ECOVACS Deebot U2 Pro (ECOVACS)

2. Robotic Vacuum Cleaner: ବର୍ଷା ଦିନରେ ଯେଉଁମାନେ ଅଧିକ କାମ କରିବାକୁ ପସନ୍ଦ କରିନଥାନ୍ତି, ତେବେ ସେମାନଙ୍କ ପାଇଁ ରୋବୋଟିକ୍‌ ଭ୍ୟାକୁମ କ୍ଲିନର ଭଲ ପସନ୍ଦ ହୋଇପାରେ । ଘର ସଫା କରିବା ଲାଗି ଏହି ପ୍ରଡକ୍ଟଟି ବେଶ କାମରେ ଆସିଥାଏ । ଅଟୋମେଟିକ ଭ୍ୟାକୁମ କ୍ଲିନର ଚାହୁଁଥିଲେ, 'ECOVACS Deebot U2 Pro' ଆପଣଙ୍କ ପାଇଁ ଭଲ ପସନ୍ଦ ହୋଇପାରେ । ଆମାଜନରେ ଏହା 14,900 ଟଙ୍କାରେ ବିକ୍ରି ହେଉଛି । ଏହାକୁ ଆପଣ ଟାଇଲ, କାର୍ପେଟ ଓ ୱୁଡେନ ଫ୍ଲୋର ଉପରେ ମଧ୍ୟ ବ୍ୟବହାର କରିପାରିବେ । ଏହା Amazon Alexa ଓ Google Assistantsକୁ ମଧ୍ୟ ସପୋର୍ଟ କରିଥାଏ ।

SHARP Electric Home Dehumidifier
SHARP Electric Home Dehumidifier (SHARP)

3. SHARP Electric Home Dehumidifier: ବର୍ଷା ଦିନରେ ଆଉ ଏକ ବଡ଼ ସମସ୍ୟା ହେଉଛି କପଡ଼ାରୁ ଏକ ଗନ୍ଧ ବାହାରିବା । ବାସ୍ତବରେ କପଡ଼ା ଶୁଖାଇବା ବେଳେ ଏଥିରେ ସୂର୍ଯ୍ୟ କିରଣ ପଡ଼ୁନଥିବାରୁ ଏଭଳି ଗନ୍ଧ ହୋଇଥାଏ । ଏଭଳି କ୍ଷେତ୍ରରେ ଡିହ୍ୟୁମିଡିଫାଅର ବହୁ କାମରେ ଆସିଥାଏ । ଏହି ପ୍ରଡକ୍ଟଟି ଆପଣଙ୍କୁ ବଜେଟ୍‌ ଭିତରେ ମିଳିଯିବ । ଏହାର ଦାମ ରହିଛି 24 ହଜାର 988 ଟଙ୍କା । ଏହା ଆପଣଙ୍କୁ ଅଟୋ-ଡ୍ରାଏ, ଲଣ୍ଡ୍ରି ଓ ପ୍ରି-ଫିଲ୍ଟର ସୁବିଧା ପ୍ରଦାନ କରିଥାଏ ।

Philips Drip Coffee Maker
Philips Drip Coffee Maker (Philips)

4. Philips Drip Coffee Maker: ବାହାରେ ବର୍ଷା ହୋଇ ପାଗ ଥଣ୍ଡା ହୋଇଥିବାରୁ ସମସ୍ତେ କିଛି ଗରମ ଖାଦ୍ୟ ଖାଇବା ଓ ମୃଦୁ ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । ଯଦି ଆପଣ ଜଣେ କଫି ଲଭର ତେବେ ଏହି ପ୍ରଡକ୍ଟଟି ଆପଣଙ୍କ ପାଇଁ ବେଶ ଲାଭଦାୟକ । ବାହାରୁ କଫି ମଗାଇବା ଅପେକ୍ଷା ଆପଣ ଏହି କଫି ମେକରରେ ନିଜ ପସନ୍ଦ ଅନୁଯାୟୀ କଫି ତିଆରି କରିପାରିବେ । ଆମାଜନରେ ଏହା ମାତ୍ର 3116 ଟଙ୍କାରେ ଉପଲବ୍ଧ । ଏହା 750W ମୋଟର ସହିତ ଆସିଥାଏ ।

Havells Electric Kettle Aqua Plus
Havells Electric Kettle Aqua Plus (Havells)

5. Havells Electric Kettle Aqua Plus: ବର୍ଷା ଦିନେ ଗରମ ପାଣି ପିଇବା ମଧ୍ୟ ବେଶ ଲାଭଦାୟକ । ଥଣ୍ଡା ପାଗ ଯୋଗୁଁ ଥଣ୍ଡା ପାନୀୟ ମଧ୍ୟ ପିଇବାକୁ ଇଚ୍ଛା ହୋଇନଥାଏ । ଏପରି ସ୍ଥଳେ ଆପଣ ଇଲେକ୍ଟ୍ରିକ କେଟିଲ୍‌ର ବ୍ୟବହାର କରିପାରେ । ଏଥିରେ ଆପଣ ଖୁବ କମ ସମୟ ମଧ୍ୟରେ ପାଣି ଗରମ କରିବା ସାଙ୍ଗକୁ ଚା' ମଧ୍ୟ ପ୍ରସ୍ତୁତ କରିପାରିବେ । ଏହାକୁ ଆପଣ ରୋଷେଇ ଘର ବାହାରେ ମଧ୍ୟ ବ୍ୟବହାର କରିପାରିବେ । ଭ୍ରମଣ ସମୟରେ ଏହା ବେଶ ଲାଭଦାୟକ ହୋଇଥାଏ । ଏହି ପ୍ରଡକ୍ଟ 1.2ଲିଟର ହୋଇଥିବା ବେଳେ ଏହା ଆପଣଙ୍କୁ 3700 ଟଙ୍କାରେ ମିଳିଯିବ ।

JBL Go 3 Water Resistant Speaker
JBL Go 3 Water Resistant Speaker (JBL)

6. JBL Go 3 Water Resistant Speaker: ବର୍ଷା ଦିନେ ଯେତେବେଳେ ଆପଣ ଘର ବାଲକୋନିରେ ବସି ବର୍ଷାକୁ ଉପଭୋଗ କରନ୍ତି, ସେତେବେଳେ ହାତରେ ଗରମ ଗରମ ପକୁଡି ସାଙ୍ଗକୁ ଚା' କପେ ରହିଥାଏ । ଆଉ ଏହି ସମୟରେ ଯଦି ସୁମଧୁର ସଙ୍ଗୀତ ଗାନରେ ବାଜେ, ସେତେବେଳେ ମଜା ଦ୍ବିଗୁଣିତ ହୋଇଯାଏ । ଏହି ମଜା ଉଠାଇବାକୁ ଚାହୁଁଥିଲେ ଆପଣଙ୍କୁ ଏକ ଭଲ କମ୍ପାନୀର ୱାୟରଲେସ ୱାଟରପ୍ରୁଫ ବ୍ଲୁଟୁଥର ଆବଶ୍ୟକ । 'JBL Go 3'ର ବ୍ଲୁଟୁଥ ମାର୍କଟରେ ବହୁ ସୁଲଭ ମୂଲ୍ୟରେ ବିକ୍ରି ହେଉଛି । ଆପଣ ଏହାକୁ ଥରେ ଚାର୍ଜ କଲେ, 5ଘଣ୍ଟା ପର୍ଯ୍ୟନ୍ତ ନନଷ୍ଟପ ମ୍ୟୁଜିକ ଶୁଣିପାରିବେ ।

ଏହା ବି ପଢନ୍ତୁ- Rains Havoc: ଆନ୍ଧ୍ରରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ, ୭ ମୃତ: ରେଡ୍ ଆଲର୍ଟରେ ତେଲେଙ୍ଗାନାର ବିଭିନ୍ନ ଜିଲ୍ଲା

Last Updated : Sep 1, 2024, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.