ETV Bharat / technology

ଆଉ କିଛି ଦିନ ପରେ ପୃଥିବୀକୁ ବାଏ ବାଏ କହିବ ମିନି ମୁନ୍‌; ପାଖେଇ ଆସୁଛି ବିଦାୟ ଘଡ଼ି - SECOND MOON OF EARTH

ପୃଥିବୀ ନିକଟରେ ଗତ ସେପ୍ଟେମ୍ବରରେ ଠାବ ହୋଇଥିବା ମିନି ମୁନ୍‌ ଖୁବଶୀଘ୍ର ବିଦାୟ ନେବାକୁ ବସିଛି । ଏହାକୁ 'ମିନି ମୁନ୍‌ ବା 2024 PT5' ବୋଲି କୁହାଯାଉଛି । ଅଧିକ ପଢନ୍ତୁ

SECOND MOON OF EARTH
SECOND MOON OF EARTH (ETV Bharat)
author img

By ETV Bharat Tech Team

Published : Nov 2, 2024, 3:11 PM IST

ହାଇଦ୍ରାବାଦ: ପୃଥିବୀ ନିକଟରେ ଠାବ ହୋଇଥିବା ଦ୍ବିତୀୟ ଜହ୍ନ ବା ମିନି ମୁନ୍‌ ଖୁବଶୀଘ୍ର ବିଦାୟ ନେବାକୁ ବସିଛି । ଗତ ସେପ୍ଟେମ୍ବରରେ ଏହା ପୃଥିବୀ ନିକଟରେ ଠାବ ହୋଇଥିଲା । ଏହାକୁ 'ମିନି ମୁନ୍‌ ବା 2024 PT5' ବୋଲି ନାମକରଣ କରାଯାଇଥିଲା । ଆଉ କିଛି ସପ୍ତାହ ମଧ୍ୟରେ ଆମର ଅସ୍ଥାୟୀ ପଡ଼ୋଶୀ ବିଦାୟ ନେବ । ଏହି ଆଷ୍ଟେରଏଡ ବା ଗ୍ରହାଣୁ (ସୂର୍ଯ୍ୟଙ୍କ ଚାରିପାଖରେ ଘୁରୁଥିବା ଛୋଟ ପଥର ଖଣ୍ଡ ଆଦିର ପିଣ୍ଡ) ପୃଥିବୀର ମାଧ୍ୟାକର୍ଷଣ ବଳରୁ ଖସି ସୂର୍ଯ୍ୟଙ୍କ ଚାରିପଟେ ଘୂରିବ ।

ଆଷ୍ଟେରଏଡ 2024 PT5 ପ୍ରଥମେ ଚଳିତ ବର୍ଷ ଅଗଷ୍ଟ 7ରେ ହାୱାଇର ହାଲାକାଲା ଅବଜରଭେଟୋରୀରେ ନାସାର ଆଷ୍ଟେରଏଡ ଟେରେଷ୍ଟ୍ରିଆଲ-ଇଫେକ୍ଟ ଲଷ୍ଟ ଆଲର୍ଟ ସିଷ୍ଟମ (ATLAS) ଦ୍ବାରା ଚିହ୍ନଟ ହୋଇଥିଲା । ଯାହା ପରେ କମ୍ପ୍ଲୁଟେନ୍ସ ବିଶ୍ବବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀମାନେ ଦକ୍ଷିଣ ଆଫ୍ରିକାର ସଦରଲ୍ୟାଣ୍ଡରେ ଅବସ୍ଥିତ ଏକ ହାଇ-ପାୱାର ଟେଲିସ୍କୋପ ବ୍ୟବହାର କରି ପରବର୍ତ୍ତୀ ପର୍ଯ୍ୟବେକ୍ଷଣ କରିଥିଲେ ।

Asteroid 2024 PT5's Orbit Around the Sun
Asteroid 2024 PT5's Orbit Around the Sun (Credit: NASA/JPL-Caltech)
ଏହା ବି ପଢନ୍ତୁ
  1. ପୃଥିବୀ ନିକଟକୁ ଆସିବ ନୂଆ ଅତିଥି; ଆଜିଠୁ ଆକାଶରେ ଦିଶିବ 2ଟି ଜହ୍ନ, କଣ ଏହି Mini Moon ଜାଣନ୍ତୁ
  2. ମହାକାଶରେ 'ଆଷ୍ଟରଏଡ' ଠାବ କଲେ ୧୧ ବର୍ଷୀୟ ହାଇଦ୍ରାବାଦୀ ଛାତ୍ରୀ, ନାସା କଲା ପ୍ରଶଂସା
  3. NASA DART Mission: ସଫଳତାର ସହ ଗ୍ରହାଣୁ ଡିମୋରଫସ୍‌କୁ ଧକ୍କା ଦେଲା ନାସାର ସ୍ପେସକ୍ରାଫ୍ଟ

MIT ଜ୍ୟୋତିର୍ବିଜ୍ଞାନୀ ରିଚାର୍ଡ ବିଞ୍ଜେଲଙ୍କ କହିବାନୁସାରେ, "ପୃଥିବୀ ନିକଟରେ ଅନେକ ସମୟରେ ଏଭଳି ଆଷ୍ଟେରଏଡ ଦେଖିବାକୁ ମିଳନ୍ତି, ଏହାକୁ ଆମେ ମିନି ମୁନ୍‌ ବୋଲି କହିଥାଉ । ଏଗୁଡ଼ିକ ଆକାରରେ ଛୋଟ ହୋଇଥିବା ବେଳେ କିଛି ସମୟ ପାଇଁ ପୃଥିବୀ ନିକଟରେ ଦୃଶ୍ୟମାନ ହୁଅନ୍ତି । ଟେଲିସ୍କୋପ ଟେକ୍ନୋଲୋଜି ଯୋଗୁଁ ଆମେ ସହଜରେ ଏହି ଛୋଟ ଜହ୍ନକୁ ଟ୍ରାକ୍‌ କରିପାରୁଛୁ । ଯଦି ଆମେ ଏ ବିଷୟରେ ଅଧିକ ଗବେଷଣା କରିବା ତେବେ ଏହି ଛୋଟ ପିଣ୍ଡକୁ ଦେଖିବାରେ ସକ୍ଷମ ହୋଇପାରିବା ।"

ଜହ୍ନ ସହିତ ମିନି ଜହ୍ନର ତୁଳନା:-

ଆମ ଚନ୍ଦ୍ରର ବ୍ୟାସ 3474.8 କିଲୋମିଟର ହୋଇଥିବା ବେଳେ 2024 PT5 କେବଳ 10 ମିଟର ବା 33 ଫୁଟ ବ୍ୟାସାର୍ଦ୍ଧ ଅଟେ । ଯଦି ଆମେ ଅତି କମରେ 30 ଇଞ୍ଚ ବ୍ୟାସ ଟେଲିସ୍କୋପ ବ୍ୟବହାର ନ କରନ୍ତି ତେବେ ଏହା ଅଦୃଶ୍ୟ ହୋଇଯାଏ । ଜ୍ୟୋତିର୍ବିଜ୍ଞାନ ବିଶେଷଜ୍ଞ ୱିଲିୟମ୍ ବ୍ଲାକମୋର କହିଛନ୍ତି ଯେ ପ୍ରତ୍ୟେକ ମିନି ମୁନ୍‌ ମୂଲ୍ୟବାନ ଜ୍ଞାନ ପ୍ରଦାନ କରେ ଏବଂ ପୃଥିବୀ ପ୍ରତି ସମ୍ଭାବ୍ୟ ଆଷ୍ଟେରଏଡ୍ ବିପଦକୁ ଟ୍ରାକ୍ କରିବା ପାଇଁ ବୈଜ୍ଞାନିକମାନଙ୍କୁ କୌଶଳର ଉନ୍ନତି କରିବାରେ ସାହାଯ୍ୟ କରିଥାଏ ।

କଣ ଏହି Mini Moon ?

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମିନି-ମୁନ ହେଉଛି ଏକ ଆଷ୍ଟେରଏଡ (Asteroid) । ଏହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଗ୍ରହର ଚାରିପାଖକୁ ଚାଲିଆସେ । ଏହା ସେତେ ପର୍ଯ୍ୟନ୍ତ ପୃଥିବୀର କକ୍ଷରେ ଘୁରି ବୁଲୁଥାଏ, ଯେତେ ପର୍ଯ୍ୟନ୍ତ ଏହା ଦୂରକୁ ଚାଲି ଯାଇନାହିଁ । ପୃଥିବୀର କକ୍ଷପଥରେ ପ୍ରବେଶ କରୁଥିବା ଏଭଳି ମିନି-ମୁନକୁ ଦେଖିବା ମୁସ୍କିଲ । କାରଣ ଏହା ଆକାରରେ ବହୁ ଛୋଟ ହୋଇଥିବା ବେଳେ ମହାକାଶରେ ଅନ୍ଧାର ଯୋଗୁଁ ଭଲ ଭାବେ ଦୃଶ୍ୟମାନ ହୋଇନଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.