ହାଇଦ୍ରାବାଦ: ଆମେରିକୀୟ ଟେକ୍ କମ୍ପାନୀ ଆପଲ୍ ସାରା ବିଶ୍ବରେ ବେଶ ଲୋକପ୍ରିୟତା ଅର୍ଜନ କରିଛି । ଅନେକ ଥର ମାର୍କେଟ୍ ଲିଡର ମଧ୍ୟ ରହିଛି । ସାରା ବିଶ୍ବରେ ଆପଲ୍ ସ୍ମାର୍ଟଫୋନର ଲଭରଙ୍କ ସଂଖ୍ୟା ଢେର ଅଧିକ । ଏବେ ଆପଲ୍ ଫୋଲ୍ଡେବଲ ସ୍ମାର୍ଟଫୋନ ମାର୍କେଟରେ ପ୍ରବେଶ କରିବାକୁ ଯୋଜନା କରୁଛି । କିଛି ଲିକ୍ ହୋଇଥିବା ତଥ୍ୟ ଅନୁସାରେ ଆସନ୍ତା 2026ରେ ଦ୍ବିତୀୟାର୍ଦ୍ଧରେ କମ୍ପାନୀ ନିଜର ପ୍ରଥମ ଫୋଲ୍ଡେବଲ ଆଇଫୋନ୍ ଆଣିପାରେ ।
ବଜାରରେ ଏବେ ଫୋଲ୍ଡେବଲ ସ୍ମାର୍ଟଫୋନର କ୍ରେଜ୍ ରହିଛି । ଏଥିଲାଗି ଅନେକ କମ୍ପାନୀ ନିଜ ନିଜର ଫୋଲ୍ଡେବଲ ଫୋନ ଲଞ୍ଚ କରୁଛନ୍ତି । 2019ରେ ଚାଇନିଜ କମ୍ପାନୀ Royole ବିକ୍ରି ଉଦ୍ଦେଶ୍ୟରେ ପ୍ରଥମ ଫୋଲ୍ଡେବଲ ଫୋନ FlexPai ଲଞ୍ଚ କରିଥିଲା । ଯାହାକି ସାମସଙ୍ଗ ଗାଲାକ୍ସି ଫୋଲ୍ଡ ଓ ହୁୱେଇ ମେଟ୍ Xକୁ ମଧ୍ୟ ଟକ୍କର ଦେଇଥିଲା । ଇତି ମଧ୍ୟରେ ଅନେକ ଟେକ୍ ଜାଏଣ୍ଟ ନିଜର ଫୋଲ୍ଡେବଲ ଫୋନ ଲଞ୍ଚ କରିସାରିଛନ୍ତି । ଏବେ ସେମାନଙ୍କୁ ଟକ୍କର ଦେବାକୁ ଯୋଜନା କରୁଛି ଆପଲ୍ ।
The iPhone will be interesting again pic.twitter.com/CsVMddNukW
— Apple Hub (@theapplehub) December 5, 2024
କେମିତି ରହିବ ଫୋଲ୍ଡେବଲ ଆଇଫୋନ୍ ?
କିଛି ରିପୋର୍ଟ ଅନୁସାରେ, ଆସିବାକୁ ଥିବା ଫୋଲ୍ଡେବଲ୍ ଆଇଫୋନ୍ରେ ଅତ୍ୟାଧୁନିକ ଟେକନିକ୍ ରହିବ । ଏହା ଫ୍ଲିପ୍ ଷ୍ଟାଇଲ୍ ଆଇଫୋନ ହୋଇପାରେ । ଯେଉଁଥିରେ OMLED ଡିସପ୍ଲେ ସାମିଲ, ଯାହାକି ବିନା କୌଣସି କ୍ଷତିରେ ହଜାର ହଜାର ଫୋଲ୍ଡକୁ ସମର୍ଥନ କରିବ । Appleର ଫୋଲ୍ଡେବଲ ଫୋନ ଏକ ଅଦ୍ବିତୀୟ ଡିଜାଇନ ସହିତ ଆସିପାରେ । ଏଥିରେ ଶକ୍ତିଶାଳୀ ଚିପ୍, ଉଚ୍ଚ ଗୁଣବତ୍ତା କ୍ୟାମେରା ଓ ଆକର୍ଷଣୀୟ ଡିଜାଇନ ରହିବ ଯାହାକି ପ୍ରିମିୟମ ଡିଜାଇନକୁ ଜାରି ରଖିବ, ଯେଉଁଥିପାଇଁ ଆପଲ୍ ପରିଚିତ । ଏଥିରେ Appleର iOS ଦ୍ବାରା ମଧ୍ୟ ସମର୍ଥିତ ହେବାର ସମ୍ଭାବନା ରହିଛି, ଯାହାକି ଅନ୍ୟ ସୁବିଧା ଯେପରିକି iCloud, Apple Music ଓ Apple Payକୁ ସମର୍ଥନ କରିବ ।
ଏହା ବି ପଢନ୍ତୁ |
ଫ୍ଲିପ୍ ଷ୍ଟାଇଲ୍ ଫୋନ କଣ ?
ଏକ ଫ୍ଲିପ୍ ଫୋନ (Flip Phone) ହେଉଛି ସେଲ୍ ଫୋନ ଯାହାକି ଖୋଲା ଓ ବନ୍ଦ କରାଯାଇପାରିବ । ଯେତେବେଳେ ଫୋନଟି ଖୋଲାଯିବ ତାହାର ସ୍କ୍ରିନ ଓ କି-ବୋର୍ଡ ଉପଲବ୍ଧ ହେବ । ଯେତେବେଳେ ଫ୍ଲିପ୍କୁ ବନ୍ଦ କରାଯିବ ସେତେବେଳେ ଫୋନଟି ଛୋଟ ହୋଇଯିବା ସହ ନେବା ଆଣିବା ପାଇଁ ଅଧିକ ସହଜ ହେବ । ବର୍ଷ 2024ରେ ରିଲିଜ୍ ହୋଇଥିବା କିଛି ଫ୍ଲିପ୍ ଫୋନଗୁଡ଼ିକ ହେଉଛି: Samsung Galaxy Z Flip 6, Galaxy Z Flip 5, Motorola Razr 50 ଆଦି ।
ବଜାର ଉପରେ ପଡ଼ିବ କି ପ୍ରଭାବ ?
ଗତ କିଛି ବର୍ଷ ମଧ୍ୟରେ ଫୋଲ୍ଡିଂ ଫୋନ୍ ବହୁତ ଲୋକପ୍ରିୟ ହୋଇପାରିଛି । ସାମସଙ୍ଗ, ହୁୱେଇ ଏବଂ ମୋଟୋରୋଲା ପରି କମ୍ପାନୀଗୁଡିକ ଏପରି ଫୋନ୍ ତିଆରି କରୁଛନ୍ତି । ସାମସଙ୍ଗ ଏହାର ଗାଲାକ୍ସି Z ସିରିଜ୍ ଫୋନ୍ ସହିତ ଏହି ବଜାରରେ ବହୁତ ଭଲ କାମ କରିଛି । ଯଦି ଆପଲ୍ ମଧ୍ୟ ନିଜର ଫୋଲ୍ଡେବଲ ଫୋନ ଆଣିବାକୁ ଯୋଜନା କରୁଛି ତେବେ ଫୋଲ୍ଡେବଲ୍ ବଜାର ଏକ ନୂତନ ଦିଗ ପାଇବ । କାରଣ ଆପଲ୍ର ଫୋନଗୁଡ଼ିକ ସର୍ବଦା ନୂଆ ଡିଜାଇନ ଓ ଭଲ ଫିଚର ସହିତ ଲଞ୍ଚ ହୋଇଥାଏ ।