ETV Bharat / technology

ଭାରତରେ ଆପଲର ବଡ ପ୍ଲାନ, ମିଳିବ 5ଲକ୍ଷ ଚାକିରୀ ! - Apple in India

author img

By ETV Bharat Odisha Team

Published : Apr 22, 2024, 11:10 AM IST

apple hiring
apple hiring

Apple in India: ଭାରତୀୟଙ୍କୁ ମିଳିବ ଆପଲରେ ଚାକିରୀ କରିବା ସୁଯୋଗ । 5 ଲକ୍ଷ ଲୋକ ପାଇବେ ଚାକିରୀ । ଜାଣନ୍ତୁ କାରଣ

ହାଇଦ୍ରାବାଦ: ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ୍ ନିର୍ମାତା ଆପଲ୍ ଭାରତ ପାଇଁ ଏକ ବଡ ଯୋଜନା ତିଆରି କରୁଥିବା ଜଣାପଡିଛି । ଆପଲର ଏହି ଯୋଜନା ଚାକିରୀ ଖୋଜୁଥିବା ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ । ଭାରତୀୟଙ୍କୁ ମିଳିବ ଚାକିରୀ । ଆଇଫୋନ୍ ଉତ୍ପାଦନକାରୀ କମ୍ପାନୀ ଆସନ୍ତା 3 ବର୍ଷରେ ଭାରତରେ ପ୍ରାୟ 5 ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ନେଇ ସୂଚନା ରହିଛି । ଆପଲ ଭେଣ୍ଡରଙ୍କ ଦ୍ବାରା ଏହି ଚାକିରୀ ପ୍ରଦାନ କରାଯିବ । ବର୍ତ୍ତମାନ ଆପଲର ଭେଣ୍ଡର ଏବଂ ଯୋଗାଣକାରୀମାନେ ଭାରତରେ 1.5 ଲକ୍ଷ ଲୋକଙ୍କୁ ଚାକିରୀ ଯୋଗାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

ସବୁଠାରୁ ଅଧିକ ଚାକିରୀ ଯୋଗାଉଛି ଟାଟା ଇଲେକ୍ଟ୍ରୋନିକ୍ସ: ପିଟିଆଇର ତଥ୍ୟ ଅନୁସାରେ, ଭାରତରେ ଦିନକୁ ଦିନ ଆପଲ ନିଯୁକ୍ତି ବୃଦ୍ଧି ପାଇବାରେ ଲାଗିଛି । ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଆମେ ବିଶ୍ୱାସ କରୁ ଯେ ଆପଲ୍ ଆସନ୍ତା ତିନି ବର୍ଷ ମଧ୍ୟରେ ପ୍ରାୟ 5 ଲକ୍ଷ ଲୋକଙ୍କୁ ଚାକିରୀ ଯୋଗାଇବ । ଆପଲ୍ ପାଇଁ ଦୁଇଟି ପ୍ଲାଣ୍ଟ ଚଳାଉଥିବା ଟାଟା ଇଲେକ୍ଟ୍ରୋନିକ୍ସ ବର୍ତ୍ତମାନ ସର୍ବାଧିକ ସଂଖ୍ୟକ ନିଯୁକ୍ତି ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ: WWDC ଇଭେଣ୍ଟ ନେଇ ଘୋଷଣା ହେଲା ତାରିଖ, ଜେନେରେଟିଭ ଏଆଇ ଉପରେ ନଜର - WWDC 2024

ଆପଲ୍ ଭାରତରେ ଏହାର ଉତ୍ପାଦନକୁ 5ଗୁଣା ବୃଦ୍ଧି କରିବ: ଭାରତରେ ଏହାର ଉତ୍ପାଦନ ପ୍ରାୟ 5 ଗୁଣ ବୃଦ୍ଧି କରିବାକୁ ଆପଲ୍ ଯୋଜନା କରୁଛି । କମ୍ପାନୀ ଆସନ୍ତା 5 ବର୍ଷ ମଧ୍ୟରେ ଭାରତରେ ଏହାର ଉତ୍ପାଦନକୁ ପ୍ରାୟ 40 ବିଲିୟନ ଡଲାରକୁ ପହଞ୍ଚାଇବାକୁ ଚେଷ୍ଟା କରୁଥିବା ନେଇ ସୂଚନା ରହିଛି । ତେବେ ଏତେ ପରିମାଣରେ ପ୍ରଡକ୍ସନ ନୂତନା ଚାକିରୀ ସୃଷ୍ଟି କରିବା ନେଇ ଆଶା କରାଯାଉଛି । ପ୍ରକାଶଥାଉକି, କୋଭିଡ 19 ମହାମାରୀ ସମୟରେ ଚାଇନାରେ ଏହାର ଉତ୍ପାଦନ ଆଧାର ହେତୁ ଆପଲକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ପରେ କମ୍ପାନୀର ବର୍ତ୍ତମାନ ଫୋକଶ ହେଉଛି ଭାରତ ।

2013ରେ ଭାରତରୁ ଆପଲର ରେଭେନ୍ୟୁ ଅଧିକ: ମାର୍କେଟ ରିସର୍ଚ୍ଚ ଫାର୍ମ କାଉଣ୍ଟରପଏଣ୍ଟର ପକ୍ଷରୁ କୁହାଯାଇଛି ଯେ, 2023 ମସିହାରେ ଆପଲ ଭାରତରୁ ସର୍ବାଧିକ ରାଜସ୍ୱ ପାଇଛି । କିନ୍ତୁ ସେଲ୍ସ ମାମଲାରେ ଆଗରେ ରହିଛି ସାମସଙ୍ଗ । ଆପଲ ଭାରତରୁ ପ୍ରାୟ 1 କୋଟି ଫୋନ ରପ୍ତାନୀ କରିଛି । ରାଜସ୍ୱ ଦୃଷ୍ଟିରୁ ପ୍ରଥମ ଥର ପାଇଁ ଭାରତର ଶ୍ରେଷ୍ଠ କମ୍ପାନୀ ହୋଇପାରିଛି । 2023-24 ବର୍ଷରେ ଆପଲ୍ ଆଇଫୋନ୍ ରପ୍ତାନି ମାଧ୍ୟମରେ ଭାରତରୁ 12.1 ବିଲିୟନ ଡ଼ଲାର୍ ପାଇଛି । 2022-23 ବର୍ଷରେ ଏହି ସଂଖ୍ୟା 6.27 ବିଲିୟନ ଡ଼ଲାର୍ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.