ETV Bharat / technology

ଆସିଗଲା Appleର ନୂଆ iMac; ରହିଛି M4 ପ୍ରୋସେସର, ଜାଣନ୍ତୁ କଣ ଖାସ - APPLE LAUNCHES NEW IMACS

ଆପଲ୍‌ ନୂଆ ଆଇମ୍ୟାକ୍‌ (iMac) ଲଞ୍ଚ କରିଛି । ଯାହାକି ପୂର୍ବ iMac M1ଠାରୁ ଅଧିକ ଭଲ ପ୍ରଦର୍ଶନ କରିବ । ଜାଣନ୍ତୁ ନୂଆ ଆଇମ୍ୟାକ୍‌ରେ କଣ ମିଳିବ ଫିଚର...

Apple launches new iMacs
Apple launches new iMacs (Photo- Apple)
author img

By ETV Bharat Tech Team

Published : Oct 29, 2024, 12:13 PM IST

ହାଇଦ୍ରାବାଦ: ଆପଲ୍‌ ଆଲୋକର ପର୍ବ ଦୀପାବଳିର ଠିକ ପୂର୍ବରୁ ନୂଆ ଡେସ୍କଟପ କମ୍ପ୍ୟୁଟର iMac ଲଞ୍ଚ କରିଛି । କମ୍ପାନୀ ଏହାକୁ ପାୱାରଫୁଲ M4 ଚିପସେଟ୍‌ ସହିତ ଆସିଥିବା ବେଳେ ଏହାର ଅନେକ ପ୍ରକାର କଲର ଅପସନ ଦିଆଯାଇଛି । ଆପଲ୍‌ର ଏହି ଲାଟେଷ୍ଟ iMacରେ କଣ ଫିଚର ରହିଛି, ଏହାର ବିଶେଷତା ଓ ବ୍ୟବହାରକାରୀଙ୍କୁ କଣ ଫାଇଦା ମିଳିବ ସେ ସମ୍ପର୍କରେ ବିସ୍ତୃତ ଭାବରେ କହିବାକୁ ଯାଉଛୁ ।

ଲାଟେଷ୍ଟ 24-ଇଞ୍ଚ iMacର ବିଶେଷତା:-

  • iMacର ବେସ ଭାରିଏଣ୍ଟକୁ 16GB RAM ସହିତ ଲଞ୍ଚ କରାଯାଇଛି ।
  • ହାୟର ଭାରିଏଣ୍ଟରେ ୟୁଜରଙ୍କୁ 31GB ପର୍ଯ୍ୟନ୍ତ ଅପସନ ମିଳିବ ।
  • ନୂଆ ଆଇମ୍ୟାକ୍‌କୁ ନାନୋ-ଟେକ୍ସଚର ଗ୍ଲାସ ପ୍ରଦାନ କରାଯାଇଛି ।
  • ଏଥିରେ ବ୍ୟବହାରକାରୀଙ୍କୁ 4ଟି Thunderbolt 4 ପୋର୍ଟ ମିଳିବ ।
  • ଭିଡିଓ କଲିଂ ପାଇଁ 12MP କ୍ୟାମେରା
  • ପାୱାରଫୁଲ M4 ଚିପ୍‌ (M1ଚିପ୍‌ ତୁଳନାରେ M4 ଚିପ୍‌ 1.7x ଗୁଣା ଭଲ ପ୍ରଦର୍ଶନ କରିବ)
  • Apple Intelligence ଫିଚର
  • ଅଲଟ୍ରା-ଥିନ୍‌ ଡିଜାଇନ
  • 24 ଇଞ୍ଚର 4.5K ରେଟିନା ଡିସପ୍ଲେ
  • 12MP ସେଣ୍ଟର ଷ୍ଟେଜ କ୍ୟାମେରା
  • Wi-Fi 6E ଓ ବ୍ଲୁଟୁଥ 5.3
ଏହା ବି ପଢନ୍ତୁ
  1. ସୋମବାର Appleର ମେଗା ଇଭେଣ୍ଟ; ଲଞ୍ଚ ହୋଇପାରେ M4 MacBook
  2. ଏହି ଦେଶରେ ବ୍ୟାନ୍‌ ହେଲା ଆପଲ iPhone 16; ପର୍ଯ୍ୟଟକ ହଟହଟା
  3. A17 ଚିପ୍‌ ବାଲା iPad Mini ବନାମ M2 ଚିପ୍‌ iPad Air; କେଉଁଟା କିଣିବେ ?

ନୂଆ iMac 2ଟି କନଫିଗ୍ରେସନ ସହିତ ଲଞ୍ଚ ହୋଇଛି । ପ୍ରଥମଟି 16ଜିବି Ram ସହିତ ଆସୁଥିବା ବେଳେ ଏଥିରେ 8-କୋର CPU ଓ 8-କୋର GPU ମିଳିବ । ଏହାସହ 256GB ଷ୍ଟୋରେଜ ଓ 2ଟି Thunderbolt 4 ପୋର୍ଟ ମଧ୍ୟ ମିଳିବ । ଅନ୍ୟପଟେ ଅନ୍ୟ ଭାରିଏଣ୍ଟରେ 10-କୋର CPU ଓ 10-କୋର GPU ସହିତ 32GB RAM, 2TB ଷ୍ଟୋରେଜ ଅପସନ ଓ 4ଟି Thunderbolt 4 ପୋର୍ଟ ମିଳିବ ।

M4 ଚିପ୍‌ର ପରଫର୍ମାନ୍ସ:-

ଆପଲ୍‌ର ଲାଟେଷ୍ଟ ଚିପ M4 ସମ୍ପର୍କରେ କହିଲେ ଏହା ପୂର୍ବ M1 ଚିପ୍‌ ତୁଳନାରେ ମାଇକ୍ରୋସଫ୍ଟ ଏକ୍ସେଲ ଭଳି ଆପରେ 1.7 ଗୁଣା ଅଧିକ ଦ୍ରୁତ ଗତିରେ କାମ କରିବ । ସେହିପରି ସଫାରୀ ୱେବ ବ୍ରାଉଜିଂରେମଧ୍ୟ ଏହାର ପ୍ରଦର୍ଶନ 1.5 ଗୁଣା ଅଧିକ । ଗେମିଂ କଥା କହିଲେ ଏହାର ଫ୍ରେମ ରେଟ 2ଗୁଣା ଅଧିକ ।

Apple iMacର ଦାମ କେତେ ?

ନୂଆ iMacର ଦାମ ଭାରତରେ 1,34,900 ଟଙ୍କା ରହିଛି । ଏହି ଦାମ ଏହାର 8-କୋର ସିପିୟୁ ମଡେଲ ଭଳି ।

ସେପଟେ 10-କୋର ସିପିୟୁ ମଡେଲ କଥା କହିଲେ ଏହାର ଦାମ 1,54,900 ଟଙ୍କା ରହିଛି । ଏଥିରେ ଆପଣଙ୍କୁ ସବୁଜ, ହଳଦିଆ, କମଳା, ଗୋଲାପୀ, ବାଇଗଣୀ ଓ ନୀଳ ରଙ୍ଗର କଲର ଅପସନ ମଧ୍ୟ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.