ETV Bharat / technology

ଆଦିତ୍ୟ L-1 କୁ ସଫଳତା, ସୌରପୃଷ୍ଠରେ କୋରୋନଲ ମାସ୍ ଇଜେକ୍ସନକୁ ନେଇ ବଡ଼ ଖୁଲାସା

Aditya-L1 Solar mission: ଭାରତର ପ୍ରଥମ ସୌର ମିଶିନ ଆଦିତ୍ୟ ଏଲ-1ରେ ରହିଥିବା ପେଲୋଡର ସ୍ପେନ୍ସର ସୂର୍ଯ୍ୟରୁ ପ୍ଲାଜମା ଏବଂ ଚୁମ୍ବକୀୟ ତତ୍ତ୍ବରୁ ନିର୍ଗତ ହେଉଥିବା କୋରୋନଲ ମାସ୍ ଇଜେକ୍ସନର ପ୍ରଭାବକୁ ପରିପ୍ରକାଶ କରିଥାଏ । ଅଧିକ ପଢନ୍ତୁ

Aditya-L1
Aditya-L1
author img

By ETV Bharat Odisha Team

Published : Feb 23, 2024, 4:30 PM IST

Updated : Feb 23, 2024, 5:09 PM IST

ହାଇଦ୍ରାବାଦ: ଇସ୍ରୋର ସୌର ମିଶନ ଆଦିତ୍ୟ ଏଲ-1କୁ ବଡ ସଫଳତା ମିଳିଛି । ଆଦିତ୍ୟ ଏଲ-1ରେ ରହିଥିବା ଏକ ପେଲୋଡର ଆଡଭାନ୍ସ ସ୍ପେନ୍ସର ସୌରପୃଷ୍ଠରେ ହେଉଥିବା କୋରୋନଲ ମାସ ଇଜେକ୍ସନର ପ୍ରଭାବକୁ ନେଇ ଗୁରୁତ୍ବପୂର୍ଣ୍ଣ ଖୁଲାସା କରିଛି । କୋରୋନଲ ମାସ ଇଜେକ୍ସନ ସମୟରେ ସୌରପବନରେ ଇଲେକ୍ଟ୍ରନ ଏବଂ ଆୟନରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ପାପା(Plasma Analyzer Package for Aditya) ପୋଲୋଡର ସେନ୍ସର ଏହାକୁ ଚିହ୍ନଟ କରିଛି । କହିରଖୁଛୁ କି, କୋରୋନାଲ ମାସ ଇଜେକ୍ସନ ସୂର୍ଯ୍ୟର କୋରୋନା ଏବଂ ସୌର ପବନରେ ପ୍ଲାଜମା ସହିତ ଚୁମ୍ବକୀୟ କ୍ଷେତ୍ରରେ ରିଲିଜ ହେଉଥିବା ଏକ ଘଟଣା ଅଟେ । କୋରୋନାଲ ମାସ ଇଜେକ୍ସନ ପ୍ରାୟତଃ ସୌର ଜ୍ବଳା ଏବଂ ସୌର ଗତିବିଧିର ଅନ୍ୟରୂପ ସହିତ ଜଡିତ ରହିଥାଏ ।

ଇସ୍ରୋର ସୂଚନା ଅନୁସାରେ, ସୌର ପବନରେ ଇଲେକ୍ଟ୍ରନ ଏବଂ ଆୟନ ଚିହ୍ନଟ କରିବା ପାଇଁ ପେଲୋଡ PAPAକୁ ଡିଜାଇନ କରାଯାଇଛି । ଏଥିରେ ଦୁଇଟି ସେନ୍ସର ସୋଲାର ୱିଣ୍ଡ ଇଲେକ୍ଟ୍ରୋନ ଏନର୍ଜି ପ୍ରୋବ (SWEEP) ରହିଛି ଏବଂ ସୋଲାର ଓ୍ବିଣ୍ଡ ଆୟନକମ୍ପୋଜିସନ ଆନାଲାଇଜର(SWICAR) ରହିଛି । SWEEP ସେନ୍ସର10 eV ଠାରୁ ଆରମ୍ଭ କରି 3 KeV ରେଞ୍ଜର ଇଲେକ୍ଟ୍ରୋନକୁ ଗଣନା କରିପାରିବ । ଅନ୍ୟପଟେ SWICAR 10eV ଠାରୁ ଆରମ୍ଭ କରି 25 KeV ମଧ୍ୟରେ ଇଲେକ୍ଟ୍ରୋନ ଗଣନା କରିପାରେ । ଏହି ସେନ୍ସର ସାହାଯ୍ୟରେ ପବନର ଦିଗ ମଧ୍ୟ ଚିହ୍ନଟ କରାଯାଇ ପାରିବ । ପେଲୋଡ PAPAକୁ ବିକ୍ରମ ସାରଭାଇ ସ୍ପେସ୍ ସେଣ୍ଟରର ସ୍ପେସ୍ ଫିଜିକ୍ସ ଲାବୋରେଟୋରୀ ଆଣ୍ଡ ଏବିୟୋନିକ୍ସ ଦ୍ବାରା ବିକଶିତ କରାଯାଇଛି । ତେବେ କରୋନାଲ ମାସ ଇଜେକ୍ସନକୁ ପ୍ରଥମେ ଗତ ଡିସେମ୍ବର 15 ତାରିଖ ଏବଂ ପୁନଃ ଫେବୃଆରୀ 10-11 ତାରିଖରେ ପେଲୋଡ ପାପା ଦ୍ବାରା ରେକର୍ଡ କରାଯାଇଥିବା ନେଇ ଇସ୍ରୋ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଉପଲବ୍ଧିର ବର୍ଷ ୨୦୨୩: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ ୧ ପ୍ରେରଣରେ ଇସ୍ରୋର ଅସୀମ ସଫଳତା

ଇସ୍ରୋ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି, ଗତ ଡେସେମ୍ବର 15 ତାରିଖରେ କୋରୋନାଲ ମାସ ଇଜେକ୍ସନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଏହି ସମୟରେ ଇଲେକ୍ଟ୍ରୋନ ଏବଂ ଆୟନରେ ବୃଦ୍ଧି ପରିଲଖିତ ହୋଇଥିବା ନେଇ ପେଲୋଡ PAPA ସ୍ପଷ୍ଟ କରିଥିଲା । ଏଲ 1 ବିନ୍ଦୁରେ ଡିପ ସ୍ପେସ ଜଳବାୟୁ ପର୍ଯ୍ୟବେକ୍ଷଣକାରୀ ଏବଂ ଆଡଭାନ୍ସ କମ୍ପୋଜିସନ ଏକ୍ସପ୍ଲୋୟର ଉପଗ୍ରହରୁ ରେକର୍ଡ ହୋଇଥିବା ପବନ ଏବଂ ସମୟ ମାନଦଣ୍ଡ ସମାନ ହୋଇଥିଲା । ଅନ୍ୟପଟେ ଗତ ଫେବୃଆରୀ 10-11 ତାରିଖରେ ହୋଇଥାଏ କୋରୋନାଲ ମାସ ଇଜେକ୍ସନ ସହିତ ଜଡିତ ଅନେକ ଘଟଣା ହୋଇଥିଲ । ଏହା ଇଲେକ୍ଟ୍ରୋନ ଆୟନ ଏବଂ ସମୟ ପରିବର୍ତ୍ତନରେ ପାର୍ଥକ୍ୟ ଦେଖାଯାଇଥିଲା ।

ଗତ ସେପ୍ଟେମ୍ବର 2 ତାରିଖ ପୂର୍ବାହ୍ନ ୧୧ଟା ୫୦ ମିନିଟ ସମୟରେ ଇସ୍ରୋର ସୌର ଅଭିଯାନ ଆଦିତ୍ୟ L୧ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ସଫଳ ଉତକ୍ଷେପଣ ହୋଇଥିଲା । ପୋଲାର ସାଟେଲାଇଟ୍‌ ଲଞ୍ଚ୍ ଭେକିଲ(PSLV-C୫୭) ରକେଟ୍ ସହୟତାରେ ଏହାକୁ ପ୍ରକ୍ଷେପଣ କରାଯାଇଥିଲା । ଆଦିତ୍ୟ L1ରେ ଲାଗିଥିବା ୭ଟି ପେଲୋଡ ଭିତରୁ ୪ଟି ରିମୋଟ ସେନ୍ସିଂ ପେଲୋଡ ଏବଂ ୩ଟି ଇନସିଟୁ ପେଲୋଡ ରହିଛି । ୪ଟି ପେଲୋଡ ସୂର୍ଯ୍ୟର ଆଲୋକ ଉପରେ ଅନୁଧ୍ୟାନ କରିବାକୁ ଥିବାବେଳେ ଆଉ ୩ଟି ମ୍ୟାଗ୍ନେଟିକ ଫିଲ୍ଡ ଓ ପ୍ଲାଜାର ଇନ-ସିଟୁ ପାରାମିଟର ଉପରେ ପରୀକ୍ଷା ନିରୀକ୍ଷା କରିବ । ଏଲ1 ପଏଣ୍ଚରେ ଚୁମ୍ବକୀୟ ପ୍ରଭାବ ରହିନଥାଏ ଫଳରେ ମହାକାଶଯାନ ସୂର୍ଯ୍ୟ ଉପରେ ଗବେଷଣା କରିବାରେ ସହଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 23, 2024, 5:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.