ହାଇଦ୍ରାବାଦ: ଆସର (Acer) ନୂଆ ଲ୍ୟାପଟପ Swift 14 AI ଓ 16 AI ଲଞ୍ଚ କରିଛି । ଆସରର ପ୍ରଥମ ସ୍ବିଫ୍ଟ ମଡେଲରେ Intel Core Ultra ପ୍ରୋସେସର ରହିଛି । ଏହି ଲ୍ୟାପଟପ୍ ବହୁତ ପତଳା ଥିବା ବେଳେ ଦେଖିବାକୁ ଆକର୍ଷଣୀୟ ରହିଛି । ଏହାର ପରଫର୍ମାନ୍ସ, ବ୍ୟାଟେରୀ ଓ ଲମ୍ବା ବ୍ୟାଟେରୀ ଲାଇଫ ସହିତ AI ଫିଚର ମଧ୍ୟ ରହିଛି । ଯାହାକି ବଜାରରେ ଏହାର ଚର୍ଚ୍ଚା ବଢାଇଛି । ଏଥିରେ ଆପଣ ଉଭୟ ନିଜ କାମ ଓ କ୍ରିଏଟିଭ କାମ ମଧ୍ୟ କରିପାରିବେ ।
💥 Heads up! @intel’s Dan Rogers and Talia are unveiling the Swift 14 AI PC over at IFA 2024 😎. This beast brings serious heat with #IntelCoreUltra processor and a killer 29-hour battery life. Catch all the deets here!
— Acer (@Acer) September 8, 2024
Learn More: https://t.co/aMBgm6r0G1#NextAtAcer #AIPC pic.twitter.com/BjeC93DjqS
Swift 14 AI, Swift 16 AI ଲ୍ୟାପଟପ୍ର ବିଶେଷତା:-
- ଅପରେଟିଂ ସିଷ୍ଟମ: Windows 11 Home
- ପ୍ରୋସେସର: ସ୍ନାପଡ୍ରାଗନ X ପ୍ଲସ 8-core ପ୍ରୋସେସର
- ଗ୍ରାଫିକ୍ସ: Qualcomm* AdrenoTM GPU
- ଇନଷ୍ଟଲଡ୍ ସଫୱେର: MS Office Home, Student
- ପ୍ରଡକ୍ଟ ଟାଇପ: ଲ୍ୟାପଟପ କମ୍ପ୍ୟୁଟର
- ବ୍ୟାଟେରୀ: 75Wh ବ୍ୟାଟେରୀ କ୍ଷମତା, 28ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାରଯୋଗ୍ୟ
- ଷ୍ଟୋରେଜ: 32 GB LPDDR5X RAM ଓ 2 TB PCIe Gen 4 NVMe SSD ଷ୍ଟୋରେଜ
- ସିକ୍ୟୁରିଟି: ଫେସ ରିଡର ଓ ଫିଙ୍ଗରପ୍ରିଣ୍ଟ ରିଡର
- ଭିଡିଓ: ଅଡିଓ କଲ୍ ଉପଲବ୍ଧ
- କନେକ୍ଟିଭିଟି: Wi-Fi 7, Bluetooth 5.4, Thunderbolt 4 ଓ HDMI 2.1 ପୋର୍ଟ
- ଦାମ: Rs. 1,29,999
Lightweight, yet packs a punch. The Acer Swift models have now been upgraded to have the chops to function properly in an AI-centric world, thanks to #IntelCoreUltra. Ready to unleash your #HumanIntelligence with the help of AI? #NextAtAcer #IFA2024 #BreakingAIBarriers #Swift14AI pic.twitter.com/Lw9vCrnxrc
— Acer (@Acer) September 6, 2024
Swift 14 AI, Swift 16 AI ଲ୍ୟାପଟପ୍ ଫିଚର:-
- 3K OLED ଡିସପ୍ଲେ
- ରିଫ୍ରେସ ରେଟ: 90Hz
- ଟଚସ୍କ୍ରିନ
- ଟଚପ୍ୟାଡରେ AI ଆକ୍ଟିଭିଟି ଇଣ୍ଡିକେଟର
- Acer LiveArt ଫିଚର:- ଏହି ଲ୍ୟାପଟପରେ ଆସର୍ ଲାଇଭ ଆର୍ଟ ଫିଚର ରହିଛି, ଯେଉଁଥିରେ ଆପଣ କ୍ରିଏଟିଭ କାମ ଖୁବ ସହଜରେ କରିପାରିବେ ।
- Acer Assist: ଆସିଷ୍ଟ ନାମକ ଏହି ଫିଚର ମାଧ୍ୟମରେ ଆପଣଙ୍କୁ ଡକ୍ୟୁମେଣ୍ଟକୁ ସମରି କରିବାକୁ ଏବଂ ଯେକୌଣସି ସମସ୍ୟାର ସମାଧାନ କରିବା ସହଜ ହେବ ।
- Acer ପ୍ୟୁରିଫାଏଡ ଭ୍ୟୁ 2.0:- ଭିଡିଓ କଲ୍ ଭଲ ଭାବେ କରିପାରିବେ ।
- Acer ପ୍ୟୁରିଫାଏଡ ଭଏସ 2.0:- ଭଏସ କଲ୍ ମଧ୍ୟ ଭଲ ଭାବେ କରିପାରିବେ ।
- ଫିଙ୍ଗରପ୍ରିଣ୍ଟ ରିଡର ଓ ଫେସ ରିଡର ଫିଚର
- Wi-Fi 7
- ବ୍ଲୁଟୁଥ 5.4
- Thunderbolt 4
- HDMI 2.1 ପୋର୍ଟ