ETV Bharat / state

କିମିଆ କରୁଛି ରିଲ୍ସ ନିଶା: ପାଣିରେ କରୁଥିଲେ ରିଲ୍ସ,ଆଉ ତା ପରେ... - Youth drowned while making reels

Youth drowned while making reels: ରିଲ୍ସ ନିଶା ସାଜିଲା କାଳ । ଖୋର୍ଦ୍ଧା ତାପଙ୍ଗ ନିକଟରେ ଥିବା ଏକ ବେଆଇନ ଗଭୀର ପଥର ଖଣି ନିକଟରେ ରିଲ୍ସ କରିବା ବେଳେ ଜଣେ ଯୁବକ ପାଣି ଭିତରେ ନିଖୋଜ । ମିଳୁନି ପତ୍ତା । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 8, 2024, 10:01 PM IST

Updated : Jul 8, 2024, 11:09 PM IST

Youth drowned while making reels
Youth drowned while making reels (ETV Bharat Odisha)

ଖୋର୍ଦ୍ଧା: ରିଲ୍ସ ନିଶା ଯୋଗୁଁ ଘଟିଗଲା ବଡ଼ ଅଘଟଣ । ଖୋର୍ଦ୍ଧା ତାପଙ୍ଗ ନିକଟରେ ଥିବା ଏକ ବେଆଇନ ଗଭୀର ପଥର ଖଣି ନିକଟରେ ରିଲ୍ସ କରିବା ବେଳେ ଜଣେ ଯୁବକ ପାଣି ଭିତରେ ନିଖୋଜ ହୋଇଯାଇଛନ୍ତି । ଅନ୍ୟଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ୱାଟର କ୍ୟାମେରା ସହିତ ସ୍କୁବା ଡ୍ରାଇଭ ଟିମ, ଓଡ୍ରାଫ ଟିମ ଦୁଇ ଦୁଇଟି ବୋଟ ସାହାଯ୍ୟରେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ ମଧ୍ୟ ନିଖୋଜ ଯୁବକଙ୍କର କୌଣସି ସନ୍ଧାନ ମିଳୁନାହିଁ ।

ସୂଚନା ଅନୁସାରେ ଆଜି ଦିନ ୧୧ଟା ସମୟରେ ଭୁବନେଶ୍ବରରୁ ଏକ ଟାକ୍ସି ଭଡାରେ ଆଣି ଦୁଇଜଣ ଯୁବକ ଓ ଜଣେ ଯୁବତୀ ଖୋର୍ଦ୍ଧା ଆସିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ତାଙ୍କ ଅନ୍ୟଜଣେ ସାଙ୍ଗଙ୍କୁ ନେଇ ସଦର ଥାନା ଅନ୍ତର୍ଗତ ତାପଙ୍ଗର ଏକ ଗଭୀର ପଥର ଖଣି ନିକଟରେ ରିଲ୍ସ କରିବା ପାଇଁ ଆସି ପହଞ୍ଚିଥିଲେ । ପାଣି ଭିତରେ ପଶି ରିଲ୍ସ କରୁଥିବାବେଳେ ଅସାବଧାନତା ବଶତଃ ଜଣେ ଯୁବକଙ୍କର ଗୋଡ଼ ଖସି ଯାଇଥିଲା । ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଖୋର୍ଦ୍ଧାରୁ ଯାଇଥିବା ଯୁବକ ଓମ ପ୍ରକାଶ ରଥ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ । ତାଙ୍କ ସହ ଆସିଥିବା ଯୁବକ ଓ ଯୁବତୀ ଟାକ୍ସି ଚାଳକଙ୍କୁ ପାଟିକରି ଡାକିବା ପରେ ଟାକ୍ସି ଚାଳକ ଗୁରୁତର ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରିବା ସହ ପୋଲିସ ଓ ଅଗ୍ନିଶମ ବାହିନୀକୁ ସହାୟତା ପାଇଁ ଫୋନ କରିଥିଲେ ।

ପୋଲିସ ପକ୍ଷରୁ ଅସୁସ୍ଥ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅଗ୍ନିଶମ ବାହିନୀ ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛି । ଦୀର୍ଘ ୭ ଘଣ୍ଟାର ଅବିଶ୍ରାନ୍ତ ପରିଶ୍ରମ ପରେ ମଧ୍ୟ ନିଖୋଜ ଯୁବକଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ । ୱାଟର କ୍ୟାମେରା ସହିତ ସ୍କୁବା ଡ୍ରାଇଭ ଟିମ, ଓଡ୍ରାଫ ଟିମ ଦୁଇ ଦୁଇଟି ବୋଟ ସାହାଯ୍ୟରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଘଟଣାସ୍ଥଳରେ ସଦର ଥାନା ପୋଲିସ, ଖୋର୍ଦ୍ଧା ତହସିଲଦାର ପ୍ରମୁଖ ଉପସ୍ଥିତ ଅଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଖଣିରେ ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ଏଠାକୁ ନଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରିଲ୍ସ ସାଜିଲା କାଳ, ନଦୀରେ ପଡି ନାବାଳକଙ୍କ ମୃତ୍ୟୁ - minor boy fell into river

ତେବେ ବର୍ତ୍ତମାନର ଯୁବପିଢି ରିଲ୍ସ ନିଶାରେ କବଳିତ ହେଉଥିବା ଦେଖିବାକୁ ମିଳୁଛି । ରିଲ୍ସ ପାଇଁ ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ କରିବାକୁ ପଛାଉ ନାହାନ୍ତି ଯୁବପିଢି । ଯେଉଁଥିପାଇଁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି । ଏପରିକି ଜୀବନ ମଧ୍ୟ ଚାଲିଯାଉଛି । ଗତ ମେ' ମାସରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିଲା ଜଗତସିଂହପୁର ଜିଲ୍ଲା ଅଠରବାଙ୍କୀ ଅଞ୍ଚଳରେ । ସେଠାରେ ଦିବାକର ମାନସିଂ ନାମକ ଜଣେ ବ୍ୟକ୍ତିଙ୍କ ୧୬ ବର୍ଷର ପୁଅ ତ୍ରିଲୋଚନ ସ୍ଥାନୀୟ କାଉଡ଼ିଆ ନଦୀ ପୋଲ ଉପରେ ବସି ରିଲ୍ସ କରୁଥିବା ସମୟରେ ହଠାତ ଫୋନଟି ନଦୀରେ ଖସି ପଡ଼ିଥିଲା । ଯାହାକୁ ଆଣିବାକୁ ଯାଇ ୧୬ ବର୍ଷୀୟ ନାବାଳକର ଜୀବନ ଚାଲିଯାଇଥିଲା । କେତେବେଳେ କେଉଁ ନଦୀ ପୋଲ ଉପରେ ତ କେତେବେଳେ ସୁଉଚ୍ଚ କୋଠା ଉପରେ, ପୁଣି ଆଉ କେତେବେଳେ ଟ୍ରେନ୍‌ ଫାଟକ ନିକଟରେ ଛିଡ଼ା ହୋଇ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଭାଇରାଲ ହେବା ନିଶାରେ ରିଲ୍ସ କରି ଜୀବନ ବାଜିରେ ଲଗାଉଛନ୍ତି ଯୁବପିଢ଼ି । ସରକାରୀ ଓ ବେସରକାରୀସ୍ତରରେ ଯେତେ ସଚେତନ କରାଯାଉଥିଲେ ମଧ୍ୟ ତାହା ଯୁବବର୍ଗଙ୍କ ଉପରେ ସେତେଟା ପ୍ରଭାବ ପକାଇ ପାରୁନାହିଁ । ଯେଉଁଥିପାଇଁ ଅକାଳରେ ମୂଲ୍ୟବାନ ଜୀବନ ଚାଲିଯାଉଛି । ଏଥିପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଭଉଣୀ ଭିଡିଓ ରେକର୍ଡିଂ କରୁଥିଲା, ପ୍ରଖର ସୁଅରେ ଭାସିଗଲା ଭଉଣୀ - LIVES LOST IN MAKING REEL

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jul 8, 2024, 11:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.