ETV Bharat / state

ରାୟଗଡାରେ ଡରାଇଲାଣି ଝାଡାବାନ୍ତି, ବୀରମିତ୍ରପୁରରେ ବିଷାକ୍ତ ଛତୁ ଖାଇ ୯ ଅସୁସ୍ଥ - Diarrhea In Bhatangpadar

Diarrhea In Bhatangpadar: ଝାଡ଼ାବାନ୍ତିରେ ଆକ୍ରାନ୍ତ ଯୁବକ ମୃତ, ୨ ଜଣ ଗୁରୁତର । ସେପଟେ ବିଷାକ୍ତ ଛତୁ ଖାଇ ୯ ଅସୁସ୍ଥ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 8, 2024, 10:32 PM IST

ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କ ମୃତ୍ୟୁ
ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କ ମୃତ୍ୟୁ (ETV Bharat Odisha)

ରାୟଗଡ଼ା/ରାଉରକେଲା: ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଯୁବକ ମୃତ । ଆହୁରି ୫ ଜଣ ଏଥିରେ ଆକ୍ରନ୍ତ ଥିବା ବେଳେ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଖବର ପାଇ ଗ୍ରାମରେ ଡାକ୍ତରୀ ଟିମ ପହଞ୍ଚି ଆକ୍ରାନ୍ତଙ୍କୁ ଔଷଧ ପ୍ରଦାନ କରିବା ସହ ସଚେତନତା କରିଥିବା ଜଣାପଡ଼ିଛି ।

ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ରଘୁବାରୀ ପଞ୍ଚାୟତ ଭାତଙ୍ଗପାଦାର ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଗ୍ରାମରେ ପ୍ୟାପିଥିବା ଝାଡାବାନ୍ତିର କାରଣ ଦୂଷିତ ପାଣି ବୋଲି ଜଣାପଡ଼ିଥିବା ବେଳେ ପ୍ରଶାସନ ତରଫରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ତେବେ ଭାତଙ୍ଗପାଦାର ଗ୍ରାମର ଚିତ୍ରସେନ ସୁନା (32) ନାମକ ଜଣେ ଯୁବକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସେପଟେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବ ଯୁବକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୂର୍ବତନ ସ୍ୱତନ୍ତ୍ର ଉର୍ନ୍ନୟନ ପରିଷଦ ଅଧକ୍ଷ ଜଗନ୍ନାଥ ନୁଣ୍ଡ୍ରୃକା । ଅନ୍ୟପଟେ ଡାକ୍ତରି ଟିମ ପହଞ୍ଚି ମୃତକଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ତା ଯାଞ୍ଚ କରିଛନ୍ତି । ଏହା ସହ ଭାତଙ୍ଗପାଦାର ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବିତରଣ କରିବା ସହ 2 ଜଣଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ତେବେ ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ମୋଟ ୫ ଜଣ ଚିକିତ୍ସା ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ରାୟଗଡାରେ ଝାଡାବାନ୍ତି ଆତଙ୍କ, ୭ ଆକ୍ରାନ୍ତ ଜଣେ ମୃତ ! - Diarrhea Outbreak in Rayagada

ସେପଟେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌର ପରିଷଦର ୧୦ ନମ୍ବର ୱାର୍ଡର ଲାହାକୋଟି ବସ୍ତିରେ ବିଷାକ୍ତ ଛତୁ ଖାଇ ୯ ଜଣ ଅସୁସ୍ଥ ହୋଇଛନ୍ତି । ଏହାରି ମଧ୍ୟରେ ୪ ଶିଶୁ ମଧ୍ୟ ଅଛନ୍ତି ଏବଂ ଶିଶୁଙ୍କ ସମେତ ମୋଟ ୯ ଜଣ ଅସୁସ୍ଥ ହୋଇଛନ୍ତି । ସୂଚନା ମୁତାବକ, ବୀରମିତ୍ରପୁର ପୌର ପରିଷଦର ୧୦ ନମ୍ବର ୱାର୍ଡ ଅଞ୍ଚଳର କିଛି ଛୋଟ ପିଲା ନିକଟରେ ଥିବା ପଡ଼ିଆରେ ଖେଳୁଥିବା ସମୟରେ ଛତୁ ଦେଖି ଏହାକୁ ତୋଳି ଘରକୁ ଆଣିଥିଲେ । ସେହି ଛତୁକୁ ଖାଇବାର କେଇ ଘଣ୍ଟା ମଧ୍ୟରେ ଛତୁ ଖାଇ ଥିବା ସମସ୍ତେ କ୍ରମାଗତ ଭାବେ ଅସୁସ୍ଥ ହୋଇପଡ଼ିଥିଲେ । ଏହା ପରେ ସମସ୍ତଙ୍କୁ ବୀରମିତ୍ରପୁର ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଡାକ୍ତର ସମସ୍ତ ୭ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ ପୁଣି ଆଉ ୨ ଜଣ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ମଧ୍ୟ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ସମସ୍ତ ୯ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏ ନେଇ ସୁନ୍ଦରଗଡ଼ରୁ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍ ଆସି ଏହା ବିଷାକ୍ତ ଛତୁ ଯୋଗୁଁ କି ଅନ୍ୟ କୌଣସି କାରଣରୁ ହୋଇଛି ତାର ଯାଞ୍ଚ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା/ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.