ETV Bharat / state

କ୍ଷମା ନମାଗିଲେ ବୁଦ୍ଧାଦିତ୍ୟଙ୍କୁ ଅଣ୍ଡାମାଡ କରିବୁ: ଯୁବ କଂଗ୍ରେସ

ରାହୁଲ ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ଅଡୁଆରେ ଅଭିନେତା ବୁଦ୍ଧାଦିତ୍ୟ । ସାମ୍ବାଦିକ ସମ୍ମିଳନୀ କରି କ୍ଷମା ମାଗିବାକୁ କହିଲା ଯୁବ କଂଗ୍ରେସ ।

author img

By ETV Bharat Odisha Team

Published : 5 hours ago

BUDDHADITYA MOHANTY
BUDDHADITYA MOHANTY (ETV BHARAT ODISHA)

ଭୁବନେଶ୍ବର: ସୋସିଆଲ ମିଡିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟକୁ ନେଇ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଉରେ ପୁଣି ବର୍ଷିଲା କଂଗ୍ରସେ । ଯଦି ବୁଦ୍ଧାଦିତ୍ୟ କ୍ଷମା ନମାଗନ୍ତି ତେବେ ଅଭିନେତା ପପୁ ପମ ପମଙ୍କ ପରି ଦଶା ଭୋଗିବେ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ । 24 ଘଣ୍ଟା ଭିତରେ ସର୍ବ ସମ୍ମୁଖରେ କ୍ଷମା ନ ମାଗିଲେ ତାଙ୍କ ଉପରକୁ କାଳି ମାଡ଼ ସହ ଅଣ୍ଡା ମାଡ଼ କରାଯିବ ବୋଲି ଦଳର ନେତା କହିଛନ୍ତି ।

ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗନ୍ତୁ ବୁଦ୍ଧାଦିତ୍ୟ:

BUDDHADITYA MOHANTY (ETV BHARAT ODISHA)

ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଯୁବ କଂଗ୍ରେସ ନେତା ସୁଦୀପ ସାମଲ କହିଛନ୍ତି, ''ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଯେପରି ଆମର ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଯେଉଁ ଟିପ୍ପଣୀ ଦେଇଥିଲେ ଏହାକୁ ଆମେ ନିନ୍ଦା କରୁଛି । ପୋଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ସେ ବିରୋଧୀ ଦଳ ନେତା ବୋଲି ନିୟମ ଅଲଗା ତାଙ୍କ ପାଇଁ । ଆମେ ତାଙ୍କୁ ଚେତାଇ ଦେବାକୁ ଚାହୁଁଛୁ ଯେ ରାହୁଲ ଗାନ୍ଧୀଙ୍କୁ ସେ କ୍ଷମା ମାଗନ୍ତୁ । କାହିଁକିନା ତମେ କଂଗ୍ରେସ କର୍ମୀଙ୍କ ଭାବାବେଗ ସହ ଖେଳିଛ । ''

ବୁଦ୍ଧାଦିତ୍ୟଙ୍କୁ କାଳିମାଡ ହେବ:

ସେ ଆହୁରି ମଧ୍ୟ କହିଛନ୍ତି, ''ଯଦି ବୁଦ୍ଧାଦିତ୍ୟ କ୍ଷମା ନମାଗ ତେବେ ଯୁବ କଂଗ୍ରେସ ସାରା ଓଡ଼ିଶାରେ ତମକୁ ବିରୋଧ କରିବ । ଯେଉଁଠି ଫିଲ୍ମ ସୁଟିଂ କରିବ ସେଠାରେ ଆମ ଦଳ ତମକୁ ପ୍ରତିବାଦ କରିବ । ୨୪ ଘଣ୍ଟା ଭିତରେ ସର୍ବ ସମ୍ମୁଖରେ କ୍ଷମା ନ ମାଗିଲେ ଯୁବ କଂଗ୍ରେସ ତମକୁ ରାଜରାସ୍ତାରେ ଚଲେଇ ଦେବ ନାହିଁ । ବୁଦ୍ଧାଦିତ୍ୟଙ୍କ ଘର ଆଗରେ ତାଙ୍କୁ କାଳି ମାଡ଼ ସହ ଅଣ୍ଡା ମାଡ଼ କରାଯିବ । ତାଙ୍କ ଗାଲରେ କାଳି ଲଗାଇ ରାଜରାସ୍ତାରେ ଟାଣି ଟାଣି ନେବୁ ।''

ଏହା ମଧ୍ୟ ପଢନ୍ତୁ-ବିବାଦୀୟ ପୋଷ୍ଟ କରି ଅଡୁଆରେ ବୁଦ୍ଧାଦିତ୍ୟ, ଏତଲା ଦେଲା କଂଗ୍ରେସ

ସୋସିଆଲ ମିଡିଆରେ କଣ ଲେଖିଥିଲେ ବୁଦ୍ଧାଦିତ୍ୟ ?

ସୋସିଆଲ ମିଡିଆ ପୋଷ୍ଟରେ ବୁଦ୍ଧାଦିତ୍ୟ ଲେଖିଥିଲେ, ''ଜର୍ମାନରେ ଗେଷ୍ଟାପୋ, ଇସ୍ରାଏଲର ମୋସାଦ, ଆମେରିକାରେ ସିଆଇଏ... ବର୍ତ୍ତମାନ ଭାରତରେ ଲରେନ୍ସ ବିଷ୍ଣୋଇ, ପରବର୍ତ୍ତୀ ତାଲିକାରେ ଓୱେସି ଏବଂ ରାହୁଲ ଗାନ୍ଧୀ ନା ରହିବା ଦରକାର ।''

କ୍ଷମା ମାଗିଥିଲେ ବୁଦ୍ଧାଦିତ୍ୟ:

ଛାତ୍ର କଂଗ୍ରେସ ଥାନାରେ ବୁଦ୍ଧାଦିତ୍ୟଙ୍କ ନାମରେ ଅଭିଯୋଗ କରିବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି କ୍ଷମା ମାଗିଥିଲେ ସେ। ଏକ ପୋଷ୍ଟରେ ସେ ଲେଖିଛନ୍ତି, ''ରାହୁଲ ଗାନ୍ଧୀଙ୍କୁ ନେଇ ମୁଁ କରିଥିବା ଶେଷ ପୋଷ୍ଟରେ କାହାକୁ ଟର୍ଗେଟ କିମ୍ବା ଅପମାନିତ କରିବା ମୋର ଉଦ୍ଦେଶ୍ୟରେ ନଥିଲା । ତାଙ୍କ ବିରୋଧରେ ମୁଁ କିଛି ସେମିତି ଭାବିକି ଲେଖିନି । ଅଜଣାତରେ ଯଦି କାହାକୁ ମୁଁ ଦୁଃଖ ଦେଇଛି, ତେବେ ଏଥି ପାଇଁ କ୍ଷମା ମାଗୁଛି । କାହାକୁ ଦୁଃଖ ଦେବା ମୋର ଉଦ୍ଦେଶ୍ୟ ନଥିଲା ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.