ETV Bharat / state

ବୃଦ୍ଧାଙ୍କୁ କୁରାଢୀରେ ହାଣିଲା ଯୁବକ, ହତ୍ୟାର କାରଣ ଅସ୍ପଷ୍ଟ - Youth Killed Old Lady

author img

By ETV Bharat Odisha Team

Published : Jul 4, 2024, 8:01 PM IST

Youth Killed Old Lady: ପଡୋଶୀ ହାତରେ ଗଲା ନିରିହ ବୃଦ୍ଧାଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ନିଶ୍ଚିନ୍ତପୁର ଗ୍ରାମରେ ଘଟିଛି ଏଭଳି ଅଘଟଣ । ଅଧିକ ପଢନ୍ତୁ

Youth Killed Old Lady
Youth Killed Old Lady (ETV Bharat Odisha)

ରାଇରଙ୍ଗପୁର: ମଣିଷପଣିଆ ହଜାଇ ନୃଶଂସ ପାଲଟିଲା ମଣିଷ । କୁରାଢି ଚୋଟରେ ଜନୈକା ବୃଦ୍ଧାଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲା ପଡୋଶୀ । କୌଣସି କାରଣରୁ ପଡୋଶୀ ଜଣକ ଜଣେ ବିଧବା ମହିଳାଙ୍କୁ କୁରାଢ଼ୀ ସାହାଯ୍ୟରେ ହାଣି ନୃଶଂସ ଭାବେ ହତ୍ୟା କରିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ନିଶ୍ଚିନ୍ତପୁର ଗ୍ରାମରେ । ହତ୍ୟା ଅଭିଯୁକ୍ତ ଜଣକ ବଡ଼ସାହି ଥାନା ନିଶ୍ଚିନ୍ତପୁର ଗ୍ରାମର ବାବୁଲି ମହାକୁଡ ଏବଂ ମୃତ ବିଧବା ବୃଦ୍ଧା ଜଣକ ଗୌରୀ ବେହେରା ଓ ତାଙ୍କ ବୟସ ୭୨ ବର୍ଷ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବିଧବା ବୃଦ୍ଧା ଜଣକ କୌଣସି କାମରେ ଘରୁ ବାହାରକୁ ଯାଉଥିବା ସମୟରେ ଗାଁ ଦାଣ୍ଡରେ ହିଁ ବାବୁଲି ମହାକୁଡ ଏକ କୁରାଢ଼ୀ ସାହାଯ୍ୟରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ବୃଦ୍ଧାଙ୍କୁ ଅତି ନୃଶଂସ ଭାବେ ହାଣି ପକାଇ ମୁଣ୍ଡଟିକୁ ଦେହରୁ ଅଲଗା କରି ପକାଇଥିଲେ ଅଭିଯୁକ୍ତ ବାବୁଲି । ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ବାବୁଲିକୁ ଗ୍ରାମବାସୀ ମାନେ ଅଟକ ରଖି ବଡ଼ସାହି ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବଡ଼ସାହି ଥାନା ଅଧିକାରୀ ଉମାଶଙ୍କର ନାୟକ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସ‌ହ ହତ୍ୟାରେ ବ୍ୟବହୃତ କୁରାଢିକୁ ମଧ୍ୟ ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ... ଜମି ବାଡ଼ି ବିବାଦରୁ ଜଣଙ୍କୁ ହତ୍ୟା ଅଭିଯୋଗ - murder for land dispute

ସେପଟେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମକୁ ଡ଼କାଇ ତଦନ୍ତ ପ୍ରକ୍ରିୟା ଶେଷ କରିଥିଲା ପୋଲିସ । ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଛି ପୋଲିସ । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଭିଯୁକ୍ତକୁ ପଚରାଉଚରା ପରେ ହତ୍ୟାକାଣ୍ଡର କାରଣ ଜଣାପଡିବ ବୋଲି ବଡ଼ସାହି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.