ETV Bharat / state

ଶାଢୀ ଚୋରି ସନ୍ଦେହରୁ ଯୁବକଙ୍କୁ ପିଟି ପିଟି ମାରିଦେଲେ - Youth Beaten to death

author img

By ETV Bharat Odisha Team

Published : 2 hours ago

Updated : 2 hours ago

Youth Beaten to Death: ଶାଢୀ ଚୋରି କରୁଥିବା ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା । ଖୁଣ୍ଟରେ ବାନ୍ଧି ପିଟି ପିଟି ମାରିଦେଲେ ଲୋକେ । ହତ୍ୟାକାଣ୍ଡରେ ଦୁଇ ଭାଇ ଗିରଫ । ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଯୁବକଙ୍କୁ ନିର୍ମମ ହତ୍ୟା
ଯୁବକଙ୍କୁ ନିର୍ମମ ହତ୍ୟା (ETV Bharat Odisha)

ରାଇରଙ୍ଗପୁର: ଶାଢୀ ଚୋରିକୁ ନେଇ ନିର୍ମମ ହତ୍ୟା । ଶାଢୀ ଚୋରି କରୁଥିବା ସନ୍ଦେହରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟି ପିଟି ମାରିଦେଲେ ଲୋକେ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଗୁଣ୍ଡୁରିଆ ଗ୍ରାମରୁ । ମୃତକ ହେଲେ ପଥରକଟା ଗାଁର ଘନ ନାଏକ । ବୟସ 40 ବର୍ଷ । ପୋଲିସ ଘଟଣାରେ 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କଣ ଥିଲା ଘଟଣା ?

ଗତକାଲି(ଶନିବାର) ମୃତ ଘନ ନାଏକଙ୍କ ମୃତଦେହ ବିଶୋଇ ଥାନା ଅନ୍ତର୍ଗତ ଗୁଣ୍ଡୁରିଆ ଗ୍ରାମର ଦଶରଥ ନାଏକଙ୍କୁ ଘରୁ ଉଦ୍ଧାର କରାଯାଇଥିଲା । ଏହାକୁ ଥାନାରେ ଅଭିଯୋଗ କରିଥିଲେ ମୃତକଙ୍କ ମାଆ ଜୁନାଇ ନାଏକ । ବିଶୋଇ ଥାନା ପୋଲିସ ଘଟଣାର ତଦନ୍ତ କରିବା ସହ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଭାଇ ହେଲେ ଦଶରଥ ନାଏକ ଓ ମଙ୍ଗଲ ନାଏକ ।

ଶାଢୀ ଚୋରି ସନ୍ଦେହରେ ହତ୍ୟା:

ମୃତ ଘନ ନାଏକ
ମୃତ ଘନ ନାଏକ (ETV Bharat Odisha)

ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଦଶରଥଙ୍କ ଘରେ କିଛି ଦିନ ହେଲା ଲୁଗାପଟା ଚୋରି ହେଉଥିଲା । ଏହାକୁ ନେଇ ସେ ମୃତ ଘନ ନାଏକଙ୍କ ଉପରେ ସନ୍ଦେହ କରୁଥିଲେ । ଗତକାଲି(ଶନିବାର) ମୃତ ଘନ ଦଶରଥଙ୍କ ଘରେ ପଶିଥିବା ବେଳେ ଚୋର ସନ୍ଦେହରେ ସେମାନେ ତାଙ୍କୁ ଖୁଣ୍ଟରେ ବାନ୍ଧିକି ପିଟିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

କଣ କହିଲେ ମୃତକଙ୍କ ମାଆ:

ମୃତକ ଘନ ନାଏକଙ୍କ ମାଆ ଜୁନାଇ ନାଏକଙ୍କ କହିଛନ୍ତି, ‘ଦଶରଥ ନାଏକଙ୍କ ଘର ଲୋକେ ଆସି ମୋତେ କହିଲେ ଯେ ଆମେ ଘନକୁ ବାନ୍ଧି ରଖିଛୁ, ଯାଇକି ତାକୁ ନେଇ ଆସ। ମୁଁ ଯାଇ ଦେଖିଲା ବେଳକୁ ପୁଅ ଘନ ନାଏକ(୪୦) ମୃତଦେହ ପଡିଥିବା ଦେଖିବାକୁ ପାଇଥିଲି ।’

କଣ କହିଲା ପୋଲିସ ?

ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ କହିଛନ୍ତି, ‘ଜୁନାଇ ନାଏକ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅକୁ ଗାଁର ଦୁଇ ଜଣ ପିଲା ପିଟି ପିଟି ହତ୍ୟା କରିଛନ୍ତି । ପୋଲିସର ତଦନ୍ତ ପରେ ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି ଦୁଇ ଅଭିଯୁକ୍ତ ଦଶରଥ ଓ ମଙ୍ଗଲକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ତେବେ ପ୍ରାଥମିକ ତଦନ୍ତରୁ ଘନ ନାଏକ ଦଶରଥଙ୍କ ଘରେ ପଶିଥିଲେ । ପୂର୍ବରୁ ଦଶରଥଙ୍କ ଘରୁ ଲୁଗାପଟା ଚୋରି ହୋଇଥିବାରୁ ଘନ ନାଏକଙ୍କୁ ଚୋର ସନ୍ଦେହରେ ବାନ୍ଧିକି ପିଟି ପିଟି ହତ୍ୟା କରିଛନ୍ତି ।’

ହତ୍ୟାକାଣ୍ଡ ସମ୍ପର୍କିତ ଖବର ପଢନ୍ତୁ:

ମହାଲକ୍ଷ୍ମୀଙ୍କୁ କାହିଁକି ହତ୍ୟା କଲା ମୁକ୍ତିରଞ୍ଜନ ? ଗଣମାଧ୍ୟମରେ ମୁହଁ ଖୋଲିଲା ସାନ ଭାଇ

ନାବାଳିକାର ସନ୍ଦେହଜନକ ମୃତ୍ୟୁ, ବାପା ବିରୋଧରେ ମାଆ ଆଣିଲେ ହତ୍ୟା ଅଭିଯୋଗ

ମା'କୁ ମିଳିମିଶି ମାରିଦେଲେ ୨ ନରହନ୍ତା ପୁଅ

ପୁଣି ରାଜଧାନୀରେ ଝାଡଖଣ୍ଡ ଛାତ୍ରଙ୍କ ସନ୍ଦେହଜଣକ ମୃତ୍ୟୁ, 15 ଦିନରେ ଦ୍ବିତୀୟ ଘଟଣା

ଇଟିଭି ଭାରତ, ମୟୂରଭଞ୍ଜ

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.