ETV Bharat / state

ମହଙ୍ଗା ପଡିଲା ଅନଲାଇନ ଗେମ ନିଶା, ହାରିବା ପରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

author img

By ETV Bharat Odisha Team

Published : Feb 17, 2024, 10:58 PM IST

Youth Attempted Suicide Due To Online Game: ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ମୋବାଇଲ ଗେମରେ ହାରିବା ପରେ ଯୁବକ କାଟିଲେ ଗଳା । ଅଳ୍ପକେ ବର୍ତ୍ତିଲା ଯୁବକଙ୍କ ଜୀବନ । ଅଧିକ ପଢନ୍ତୁ

ମହଙ୍ଗା ପଡିଲା ଅନଲାଇନ ଗେମ ନିଶା, ହାରିବା ପରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ମହଙ୍ଗା ପଡିଲା ଅନଲାଇନ ଗେମ ନିଶା, ହାରିବା ପରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ମହଙ୍ଗା ପଡିଲା ଅନଲାଇନ ଗେମ ନିଶା, ହାରିବା ପରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ: ମୋବାଇଲ ଗେମ ନିଶା ଯୁବକଙ୍କ ଉପରେ ପଡିଲା ଭାରି । ଗେମରେ ହାରିବା ପରେ ନିଜ ଗଳା କାଟିଲେ ଯୁବକ । ହେଲେ ଜୀବନ ଯାଉ ଯାଉ ଅଳ୍ପକେ ବର୍ତ୍ତିଲେ ଯୁବକ । ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଜରପଡ଼ା ଥାନା ଜେରେଙ୍ଗ ଗାଁର ଯୁବକ ସୌମ୍ୟରଞ୍ଜନ ନାୟକ ନିଜ ଗଳା କାଟିବା ଦ୍ବାରା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଏହି ଯୁବକ ହେଉଛନ୍ତି ଜେରେଙ୍ଗ ଗାଁ ର ଅଚ୍ୟୁତାନନ୍ଦ ନାୟକଙ୍କ ୨୪ ବର୍ଷୀୟ ପୁଅ ସୌମ୍ୟରଞ୍ଜନ ନାୟକ

ସେ ମୋବାଇଲ ଫୋନରେ ଫ୍ରି ଫାୟାର ଗେମ୍ ଖେଳୁଥିଲେ । ତେବେ ସେଥିରେ ସେ ତିନି ଥର ଲଗାତାର ହାରି ଯାଇଥିଲେ । ତେବେ ଏହି ପରାଜୟକୁ ସହି ନ ପାରି ସୌମ୍ୟ ଭାଙ୍ଗି ପଡିଥିଲେ । ଫଳରେ କିଛି ଜାଣି ନପାରି ଏକ ବ୍ଲେଡ୍ ଧରି ନିଜ ବେକକୁ ନିଜେ କାଟି ଦେଇଥିଲେ । ପରିବାର ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ହେବା ପରେ ସେ ସୁସ୍ଥ ଥିବା ଜଣା ପଡିଛି । ତେବେ ଏ ସମସ୍ତ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ... ଅନଲାଇନ ଗେମ ହେଲା କାଳ, ଟଙ୍କା ହରାଇବା ପରେ ଚରମ ନିଷ୍ପତ୍ତି ନେଲେ ଛାତ୍ର

ସେହିପରି ଗତ ୮ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ମୋବାଇଲ ଗେମ ଜଣେ ଛାତ୍ରଙ୍କ ଜୀବନ ନେଇଥିଲା । ଭୁବନ ବ୍ଲକର ବେଢାପାଳ ଗ୍ରାମର ସୁଶାନ୍ତ ମହାରଣାଙ୍କ ପୁଅ ସତ୍ୟବ୍ରତ ମହାରଣା ଯୁକ୍ତ ୩ ବିଜ୍ଞାନ ଶେଷବର୍ଷର ଛାତ୍ର ଥିଲେ । ସୂଚନା ଅନୁସାରେ ସତ୍ୟବ୍ରତ ନିକଟସ୍ଥ କଲେଜରେ ପାଠ ପଢିବାକୁ ଯିବା ସମୟରେ ବାପା ୨୦ ହଜାର ଟଙ୍କା ବ୍ୟାଙ୍କରେ ଡିପୋଜିଟ ପାଇଁ ଦେଇଥିଲେ । ହେଲେ ସେହି ଟଙ୍କାକୁ ସତ୍ୟବ୍ରତ ଡିପୋଜିଟ ନକରି ଗେମଖେଳି ହାରି ଯାଇଥିଲେ । ବାପାଙ୍କୁ ମୁହଁ ଦେଖାଇ ପାରିବେ ନାହିଁ ସେହି ଭୟ ତାଙ୍କୁ ଲାଗି ରହିଥିଲା । ଯାହାଫଳରେ ସତ୍ୟବ୍ରତ ଗ୍ରାମ ନିକଟରେ ଥିବା ଭାଲୁଖାଇ ଜଙ୍ଗଲରେ ଜୀବନ ହାରିଦେଇ ଥିଲେ । ତାଙ୍କ ପିତା ସନ୍ଧାନ ପାଇ ଜଙ୍ଗଲରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପୁଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ସତ୍ୟବ୍ରତଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।

ଆଜିର ଯୁବପିଢି ଅଧିକାଂଶ ସମୟ ସ୍ମାର୍ଟଫୋନ ବ୍ୟବହାରରେ ଅତିବାହିତ କରୁଥିବା ନଜିର ରହିଛି । କିଛି ଯୁବପିଢି ଅନଲାଇନ ଗେମ ଖେଳିବାକୁ ମଧ୍ୟ ବେଶ ପସନ୍ଦ କରନ୍ତି । ଅନଲାଇନ ଖେଳ ନିଶାରେ ଯୁବପିଢି ନିଜ ହୋସ ହରାଇଥାନ୍ତି । ଫଳରେ ନିଜ ଜୀବନ ନେବା ଭଳି କଠୋର ନିଷ୍ପତ୍ତି ନେଇଥାନ୍ତି । ଏଭଳି ସ୍ଥିତିରେ ପିଲାଙ୍କ କାର୍ଯ୍ୟକଳାପ ଓ ଗତିବିଧି ଉପରେ ପିତାମାତା ଧ୍ୟାନ ଦେବା ଆବଶ୍ୟକ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.