ETV Bharat / state

ନିର୍ବାଚନକୁ ନେଇ ଉତ୍ସାହିତ ନୂଆ ଭୋଟର, ଗୁଜବକୁ ବିଶ୍ବାସ ନକରିବାକୁ ଅନୁରୋଧ - Election 2024

Election Reaction: ନିର୍ବାଚନକୁ ନେଇ ଉତ୍ସାହିତ ନୂଆ ଭୋଟର । କ'ଣ କହୁଛନ୍ତି ଯୁବ ଭୋଟର ଶୁଣନ୍ତୁ

Election Reaction
ନିର୍ବାଚନକୁ ନେଇ ଉତ୍ସାହିତ ନୂଆ ଭୋଟର
author img

By ETV Bharat Odisha Team

Published : Mar 19, 2024, 12:57 PM IST

Updated : Mar 19, 2024, 1:09 PM IST

ନିର୍ବାଚନକୁ ନେଇ ଉତ୍ସାହିତ ନୂଆ ଭୋଟର

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଓଡ଼ିଶାରେ 4ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ତେବେ ଚଳିତ ବର୍ଷ ନିର୍ବାଚନରେ ଅଧିକାଂଶ ଯୁବପିଢି ରହିଥିବା ବେଳେ ଅଧିକ ଉତ୍ସାହିତ ଅଛନ୍ତି ନୂଆ ଭୋଟର । ଯୁବ ଭୋଟରଙ୍କ ଭୋଟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ କରିଥାଏ ବୋଲି କୁହାଯାଉଥିବା ବେଳେ ଚଳିତ ନିର୍ବାଚନରେ ଭୋଟ ଦେବେ ଅଧିକାଂଶ ନୂଆ ଭୋଟର । ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି । ଏହାରି ସହିତ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ପ୍ରାର୍ଥୀ ଚୟନକୁ ନେଇ ସମସ୍ତ ଦଳ ଆରମ୍ଭ କଲେଣି କସରତ । ଏହାରି ମଧ୍ୟରେ ଯୁବପିଢ଼ି ବା ପ୍ରଥମ ଭୋଟର ସେମାନଙ୍କର ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଛନ୍ତି । ଏହାକୁ ନେଇ ଉତ୍ସାହିତ ଛାତ୍ରଛାତ୍ରୀ ।

ଏନେଇ ମହର୍ଷି କଲେଜର ଯୁକ୍ତ ତିନି ଦ୍ଵିତୀୟ ବର୍ଷର ଛାତ୍ରୀ ଶାଶ୍ଵତୀ ଦାସ କହିଛନ୍ତି, "ଭୋଟ ଦେବାକୁ ଏକ ସୁଯୋଗ ମିଳିଛି, ମୁଁ ବହୁତ ଖୁସି । ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଛୁ । ପ୍ରାର୍ଥୀର କାର୍ଯ୍ୟ ହିସାବରେ ଭୋଟ ଦେବି । ଯେଉଁମାନେ ଚଳିତ ବର୍ଷ ନିର୍ବାଚନରେ ପ୍ରଥମ ଥର ଭୋଟ ଦେବାକୁ ଚାହୁଁଛନ୍ତି ସେମାନେ ଗୁଜବକୁ ବିଶ୍ୱାସ ନକରି ଆଗକୁ ଆସନ୍ତୁ ଏବଂ ଭୋଟ ଦିଅନ୍ତୁ ।"

ଅନ୍ୟପଟେ ରମାଦେବୀ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ଶୁଭଶ୍ରୀ କହିଛନ୍ତି, "ଭୋଟ ଦେବା ପାଇଁ କୌଣସି ଉତ୍ସାହ ନାହିଁ । ମୌଳିକ ବିକାଶ ହୋଇଥିଲେ ଭୋଟ ଦେବା ପାଇଁ ଉତ୍ସାହ ଆସେ । ବିକାଶ ହୋଇନାହିଁ ସବୁଠି ଦୁର୍ନୀତି ହେଉଛି । ତେଣୁ ଭୋଟ ଦେବାରେ କୌଣସି ଉତ୍ସାହ ନାହିଁ । ଭୋଟ ଦେବା ପୂର୍ବରୁ ଉକ୍ତ ପ୍ରାର୍ଥୀଙ୍କ ବିଷୟରେ ସଠିକ ଭାବରେ ସୂଚନା ଜାଣିବା ଆବଶ୍ୟକ । ଅଫିସିଆଲ୍ ୱେବସାଇଟ ହେଉ ବା ସୋସିଆଲ ମିଡ଼ିଆରେ ବିଶ୍ୱାସ ନକରି ଭଲ ପ୍ରାର୍ଥୀଙ୍କୁ ଚୟନ କରିବାକୁ ଅନୁରୋଧ ।"

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ସମୟରେ ଗ୍ରୀଷ୍ମ ପ୍ରବାହ ଚିନ୍ତା, ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଆଉ ଜଣେ ଛାତ୍ର ରାହୁଲ ବେହେରା କହିଛନ୍ତି, "ନୂଆ କରି ଯେହେତୁ ଭୋଟ ଦେବାକୁ ଯାଉଛୁ ତେଣୁ ବହୁତ ଖୁସି ଲାଗୁଛି । ଆମ ଘରର ସବୁ ଲୋକ ଭୋଟ ଦେଇଥାନ୍ତି । ନିଜର ପସନ୍ଦର ପ୍ରାର୍ଥୀଙ୍କୁ ଚୟନ କରିଥାନ୍ତି । ଚଳିତ ନିର୍ବାଚନରେ ପ୍ରଥମ ଥର ଭୋଟ ଦେବାକୁ ଯାଉଛି । ଆମ ପାଇଁ ଶିକ୍ଷଣୀୟ ରହିବ । ସମସ୍ତେ ଭୋଟ ଦେବା ଆବଶ୍ୟକ । ଯାହାକୁ ଯେମିତି ବାଛିବେ ସିଏ ସେମିତି କାମ କରିବ ।"

ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୪ ଲକ୍ଷ ୭୩ ହଜାର ୫୬୧ । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୫୫ ହଜାର ୩୬୯ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୫ ଲକ୍ଷ ୧୪ ହଜାର ୭୫୪ ରହିଛି । ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୩ ହଜାର ୪୩୮ ରହିଥିବା ବେଳେ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ୧୯ ହଜାର ୮୬୧ । ଏହାସହ ୧୮ରୁ ୧୯ ବର୍ଷ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୯୯ ହଜାର ୩୩୪ । ଯାହାକି ଜାତୀୟ ହାର ଠାରୁ ଅଧିକ ରହିଛି । ୮୫ ବର୍ଷରୁ ଊର୍ଦ୍ଧ୍ବ ମତଦାତାଙ୍କ ସଂଖ୍ୟା ୩ ଲକ୍ଷ ୨ ହଜାର ୨୭୩ । ସର୍ଭିସ୍ ମତଦାତା ୪୯ ହଜାର ୫୯୯ । ୨୦୧୯ରେ ପ୍ରତି ୧୦୦୦ ପୁରୁଷର ୯୪୬ ମହିଳା ଭୋଟର ଥିବାବେଳେ ଏଥର ୯୭୪କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ୩୭ ହଜାର ୮୦୯ ମତଦାନ କେନ୍ଦ୍ର ରହିଛି । ପ୍ରତି ବୁଥରେ ହାରାହାରି ୯୦୦ ଭୋଟର ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 19, 2024, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.