ETV Bharat / state

ପ୍ରେମରେ କଳହ ପାଇଁ ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ସମେତ ସହଯୋଗୀ ଗିରଫ - Murder In Balangir

Oldman Brutally Killed: ପ୍ରେମରେ କଳହ ପାଇଁ ଜଣେ ନିରୀହଙ୍କ ଉପରେ ରାଗ ସୁଝାଇଲା ଯୁବକ । ବୃଦ୍ଧଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଓ ତା'ର ସହଯୋଗୀକୁ ବାନ୍ଧିଛି ପୋଲିସ । ଅଧିକ ପଢନ୍ତୁ

Murder In Balangir
Murder In Balangir
author img

By ETV Bharat Odisha Team

Published : Apr 4, 2024, 10:16 PM IST

Murder In Balangir

ବଲାଙ୍ଗୀର: ପ୍ରେମିକ ପ୍ରେମିକାଙ୍କ ବଚସା ଭିତରେ ଚାଲିଗଲା ତୃତୀୟ ବ୍ୟକ୍ତିର ଜୀବନ । ପ୍ରେମିକା ଉପରେ ଥିବା ରାଗ ଜଣେ ନିରୀହ ବ୍ୟକ୍ତିଙ୍କ ଉପରେ ସୁଝାଇଲା ପ୍ରେମିକ। ଅଭିଯୁକ୍ତ ଯୁବକ ଜଣେ ବୃଦ୍ଧଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଏହି ମାମଲାରେ ଅଭିଯୁକ୍ତ ଯୁବକ ସହ ତାର ସହଯୋଗୀକୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖୋରଖୋଲ ଥାନା ଅନ୍ତର୍ଗତ ମାଲପଡ଼ା ଗ୍ରାମରେ। ସୂଚନା ଅନୁସାରେ, ଏହି ଗ୍ରାମର ଜଣେ ଯୁବକ ଜଣେ ବୃଦ୍ଧଙ୍କ ଘର ସମ୍ମୁଖ ପିଣ୍ଢାରେ ବସି ଫୋନରେ କଥା ହୋଇ ଗାଳି ଗୁଲଜ କରୁଥିଲା । ଯାହାକୁ ବୃଦ୍ଧ ଜଣକ ବାରଣ କରିଥିଲେ । ଏହି ସମୟରେ ଘରୁ ବାହାରି ପାଟି ତୁଣ୍ଡ ନକରିବାକୁ ସେ ଯୁବକକୁ କହିଥିଲେ । ଫଳରେ ଯୁବ ଜଣକ ରାଗି ଯାଇ ସମ୍ପୃକ୍ତ ବୃଦ୍ଧଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ମାର୍ଚ୍ଚ 29 ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ମାଳପଡା ଗ୍ରାମର ବୃଦ୍ଧ ଛତ୍ରପାଲ ମଲ୍ଲିକ ଘରେ ଏକୁଟିଆ ଥିଲେ। ସେ ରାତିରେ ଶୋଇଥିବାବେଳେ ତାଙ୍କ ଘର ସମ୍ମୁଖରେ ଗାଁର ଯୁବକ ଅନିରୁଦ୍ଧ କଅଁର କାହା ସହିତ ଫୋନରେ ବଡ଼ ପାଟିରେ ଗାଳି ଗୁଲଜ ଲାଗୁଥିଲା। ଯେଉଁଥିପାଇଁ ବୃଦ୍ଧ ଜଣକ ହୋଇ ସେହି ଯୁବକକୁ ପାଟି ନକରିବାକୁ କହିଥିଲେ। ଆଉ ଫୋନରେ ସେହି ସମୟରେ ପ୍ରେମିକାକୁ ଗାଳିଗୁଲଜ କରୁଥିବା ଯୁବକ ହଠାତ୍ ରାଗ ଜର୍ଜରିତ ହୋଇ ବୃଦ୍ଧଙ୍କୁ ଆକ୍ରମଣ କରିଥିଲା। ବୃଦ୍ଧଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିବା ପରେ ତାର ଜଣେ ସାଙ୍ଗ ଗଜାନନ୍ଦ ଭୋଇଙ୍କୁ ଡାକିଥିଲା। ଉଭୟ ମିଶି ବୃଦ୍ଧଙ୍କ ମୃତଦେହକୁ ଘର ଭିତରେ ରଖି ତାଲା ପକାଇ ସେଠାରୁ ଫେରାର ହୋଇ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ...ପୁରୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା, କାରଣ ଖୋଜୁଛି ପୋଲିସ - Murder In Puri

ଏହି ଘଟଣାର ୪ ଦିନ ପରେ ବନ୍ଦ ଘରୁ ଦୁର୍ଗନ୍ଧ ବାହାରିବାରୁ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା । ଡଗ୍ ସ୍କ୍ବାଡ୍ ଓ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରିଥିଲେ। ପୋଲିସର ସନ୍ଧାନୀ କୁକୁର ହତ୍ୟା ଅଭିଯୁକ୍ତ ଯୁବକଙ୍କ ଘରକୁ ଚିହ୍ନଟ କରିଥିଲା। ଯାହାପରେ ପୋଲିସ ଅଭିୟୁକ୍ତ ଅନିରୁଦ୍ଧ କଅଁର ଓ ଗଜନନ୍ଦ ଭୋଇକୁ ଧରିଥିଲା । ଏନେଇ ଖପ୍ରାଖୋଲ ଥାନାରେ ଏକ ମାମଲା ରୁଜୁ ହୋଇଛି । ଉଭୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ନେଇ ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୁଝାରୀ ସୂଚନା ଦେଇଛନ୍ତି । ତେବେ ପ୍ରେମରେ କଳହ ପାଇଁ ଜଣେ ନିରୀହଙ୍କ ଉପରେ ରାଗ ସୁଝାଇ ହତ୍ୟା ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.