ETV Bharat / state

୫୦୦ଲୋକଙ୍କୁ ନିଯୁକ୍ତି ଦେଇ ଚର୍ଚ୍ଚାରେ 2 ଯୁବ ଉଦ୍ୟୋଗୀ ପ୍ରହଲ୍ଲାଦ ଓ ରଜତ - Suceess Of two Young entrepreneur

author img

By ETV Bharat Odisha Team

Published : Jun 14, 2024, 1:36 PM IST

Young Entrepreneur Prahalad Mittal-Rajat Kar: ବେରୋଜଗାରିଆଙ୍କୁ ଚାକିରି ଦେଇ ଚର୍ଚ୍ଚାରେ ସମ୍ୱଲପୁର ଦୁଇ ଯୁବ ଉଦ୍ୟୋଗୀ ପ୍ରହଲ୍ଲାଦ ମିତ୍ତଲ ଓ ରଜତ କର । ଉଭୟ 'ହୋମଭେରୀ' ନାମକ ଆପ୍ ଜରିଆରେ ଯୁବକ ଓ ଯୁବତୀମାନଙ୍କୁ ଚାକିରି ଦେଉଛନ୍ତି । ଏପର୍ଯ୍ୟନ୍ତ ୫୦୦ ଲୋକଙ୍କୁ ସେ ନିଯୁକ୍ତି ଦେଇ ସଫଳତା ହାସଲ କରିଛନ୍ତି । ଅଧିକ ପଢନ୍ତୁ

୫୦୦ ଲୋକଙ୍କୁ ନିଯୁକ୍ତି ଦେଇ ଚର୍ଚ୍ଚାରେ ଯୁବ ଉଦ୍ୟୋଗୀ ପ୍ରହଲ୍ଲାଦ ମିତ୍ତଲ ଓ ରଜତ କର
୫୦୦ ଲୋକଙ୍କୁ ନିଯୁକ୍ତି ଦେଇ ଚର୍ଚ୍ଚାରେ ଯୁବ ଉଦ୍ୟୋଗୀ ପ୍ରହଲ୍ଲାଦ ମିତ୍ତଲ ଓ ରଜତ କର (ETV Bharat Odisha)

ସମ୍ବଲପୁର: ଏବେ କେନ୍ଦ୍ର ସରକାର ଚାକିରି ଖୋଜିବା ପରିବର୍ତ୍ତେ ଚାକିରି ସୃଷ୍ଟି କରିବାକୁ ଯୁବକମାନଙ୍କୁ କହୁଛନ୍ତି ଓ ପ୍ରୋତ୍ସାହନ ଦେଇଛନ୍ତି । ମୁଖ୍ୟତଃ ଷ୍ଟାର୍ଟ ଆଫ ଜରିଆରେ ଯୁବକମାନଙ୍କୁ ଆତ୍ମନିର୍ଭର ହେବାକୁ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି l ଏହିଭଳି ଷ୍ଟାର୍ଟଅପ କରି ସମ୍ବଲପୁର 2ଜଣ ଯୁବକ କେବଳ ଯେ ଭଲ ରୋଜଗାର କରୁଛନ୍ତି ତାହା ନୁହେଁ ଏବେ ତାଙ୍କର ବିଜନେସ ସାମ୍ରାଜ୍ୟ ଓଡିଶା ଓ ଛତିଶଗଡର 10ଟି ସହରରେ ସମ୍ପ୍ରସାରଣ କରି ସାରିଛନ୍ତି ଓ ପ୍ରତ୍ୟକ୍ଷ ଓ ପରୋକ୍ଷରେ 500ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି l ସେ 2 ଜଣ ଯୁବ ଉଦ୍ୟୋଗୀ ହେଲା ସମ୍ବଲପୁର ସହରର ପ୍ରହଲ୍ଲାଦ ମିତ୍ତଲ ଓ ରଜତ କର l ଉଭୟଙ୍କ ବୟସ 28 ହୋଇଥିବା ବେଳେ ତାଙ୍କର ଏହି ସଫଳତା ପାଇଁ ଏବେ ସେମାନେ ନିଯୁକ୍ତି ଦେବାରେ ବଡ଼ ବ୍ୟବସାୟୀଙ୍କୁ ପଛରେ ପକେଇ ଦେଇଛନ୍ତି l

ପ୍ରହଲ୍ଲାଦ ମିତ୍ତଳ ଓ ରଜତ କର ଉଭୟ ପିଲା ଦିନର ସାଙ୍ଗ ଅଟନ୍ତି l ପ୍ରହ୍ଲାଦ ବୁର୍ଲା VSSUTରେ ସିଭିଲରେ ବିଟେକ କରିଥିବା ବେଳେ, ରଜତ ମେକାନିକାଲରେ ଡିପ୍ଲୋମା କରିଛନ୍ତି l ତେବେ 2017 ମସିହାରେ ପାଠ ପଢ଼ୁଥିବା ଅବସ୍ଥାରେ ପ୍ରତ୍ୟେକ ଘରର ନିତିଦିନିଆ ଆବଶ୍ୟକତାକୁ ଦେଖି ସେମାନେ ଏକ ଆପ୍‌ ତିଆରି କରିଥିଲେ l ଆଉ ଏହାର ନାଁ ଦେଇଥିଲେ "ହୋମଭେରୀ" l ଏହି ଆପରେ ଅନଲାଇନ ରେ ଘରର ସବୁ କାର୍ଯ୍ୟ ଯେମିତି କି ଏସି ମେକାନିକ, ପ୍ଲମ୍ବର, ଇଲେକଟ୍ରିସିଆନ, ସେନୀଟେସନ, ଆପ୍ଲେଆନ୍ସ ରିପେୟାର, କର୍ପେଣ୍ଟର, କମ୍ପ୍ୟୁଟର, ଲେଫ୍ଟଫ ମେକାନିକ ଆଦି ସବୁ ଘରୋଇ କାର୍ଯ୍ୟର ସମାଧାନ ପାଇଁ ଅନଲାଇନ ସୂଚନା ଉପଲବ୍ଧ ହେଲା l ଯେକୌଣସି ବ୍ୟକ୍ତି ଯେମିତି ଅନଲାଇନରେ ଏହି ଆପ ଡାଉନଲୋଡ଼ କରି ସବୁ ପ୍ରକାର ସମସ୍ୟାର ସମାଧାନ ପାଇଁ କୁଶଳି ଟେକନିସିଆନଙ୍କ ସହ ଯୋଗାଯୋଗ କରିପାରିବ ସେହି ସୁବିଧା ରହିଲା l

ସମ୍ବଲପୁରର ବୁର୍ଲା ସହରରୁ ଏହାକୁ ପ୍ରଥମେ ଆରମ୍ଭ କରାଗଲା l ଗ୍ରାହକମାନଙ୍କ ସୁବିଧା ଅସୁବିଧା ର ଫିଡ଼ ବ୍ୟାକ ନିଆଯାଇ ଅନେକ ପରିବର୍ତ୍ତନ କରାଗଲା l ଏହାପରେ 2018ରେ ସମ୍ବଲପୁର ସହର, 2020ରେ ଝାରସୁଗୁଡା ସହରରେ ଏହି ସଂସ୍ଥା ନିଜର ବିଜନେସ ଆରମ୍ଭ କଲା l ସଫଳତା ଏତେ ମିଳିଲା ଯେ ବର୍ତ୍ତମାନ ଏହି ସଂସ୍ଥା ବର୍ତ୍ତମାନ ଓଡିଶାର କଟକ, ଭୁବନେଶ୍ୱର, ସମ୍ବଲପୁର, ବୁର୍ଲା, ଝାରସୁଗୁଡା, ବରଗଡ଼, ରାଉରକେଲା ଓ ଛତିଶଗଡର ରାୟପୁର, ଭିଲାଇ ଓ ଦୁର୍ଗ ସହରର ନିଜର ବ୍ୟବସାୟ ବିସ୍ତାର କରିଛି l ସମ୍ବଲପୁର ସ୍ଥିତ ମୁଖ୍ୟାଳୟରେ 20ଜଣ ଇନହାଉସ ଷ୍ଟାଫ୍ ଥିବା ବେଳେ ମୋଟ 500 ଜଣ ପ୍ରତ୍ୟେକ୍ଷରେ ଓ ପରୋକ୍ଷରେ ନିଯୁକ୍ତି ପାଇ ସମ୍ମାନର ସହ ଭଲ ରୋଜଗାର କରି ପାରୁଛନ୍ତି l

ବର୍ତ୍ତମାନ ଏହି ସଂସ୍ଥା, ଡିଟିଏଚ ମେକାନିକ ସେବା, ସେନୀଟେସନ, ଲ୍ୟାପ ଟଫ ଡେସ୍କ ଟଫ ମେକାନିକ ସେବା, ଇଲେକ୍ଟ୍ରିସିଆନ, ୱାଟର ପ୍ଲମ୍ବର, ଅଫଲାଇନ୍ସ ରିପେୟାର, କ୍ଲିନିଙ୍ଗ ସର୍ଭିସ, କାର୍ପେଣ୍ଟର, ଏସି ରିପେୟାର, ପେକର୍ସ ଆଣ୍ଡ ମୁଭର, ୱେବ ଆଣ୍ଡ ଆଫ ଡେଭେଲାପମେଣ୍ଟ, କନଷ୍ଟ୍ରକସନ, ସୋଲାର ଗିଜର ଲଗାଇବା, କରିଓଗ୍ରାଫର, ଡେକୋରେସନ ସର୍ଭିସ, ହୋମ ଅଟୋମେଶନ ପେଷ୍ଟ କଣ୍ଟ୍ରୋଲ ଆଦି ଉପରେ ସେବା ଯୋଗାଇ ଦେଉଛି l

ପ୍ରହଲ୍ଲାଦ କହିଛନ୍ତି, "କଲେଜ ପଢ଼ୁଥିବା ସମୟରେ ଘରେ ଏହିସବୁ ନିତି ଦିନିଆଁ ସମସ୍ୟା ଦେଖିବାକୁ ପାଉଥିଲି l ପରେ ଏହାର ସମାଧାନ କରିବା ପାଇଁ ଅନ ଲାଇନ ରେ କିପରି ଏହି ସବୁ ସୁବିଧା ସ୍ୱଛତା ସହ ଯୋଗା ଯାଇ ପାରିବ ଓ ଗ୍ରାହକ ମଧ୍ୟ ଖୁସି ହେବେ ତାହା ଭାବି ଏହି ବିଜନେସ ଆରମ୍ଭ କରିଥିଲୁ " l ରଜତ କର କହିଛନ୍ତି, " ଏହି ବ୍ୟବସାୟରେ ଆମେ ମଝି ମଝିରେ ଗ୍ରାହକଙ୍କ ଫିଡ଼ବ୍ୟାକ ନେଉ l ଯେଉଁ ଦୋଷ ତ୍ରୁଟି ବିଷୟରେ ଗ୍ରାହକ କୁହନ୍ତି ସେସବୁକୁ ସୁଧାରିବାକୁ ଚେଷ୍ଟା କରୁ l ବର୍ତ୍ତମାନ ଆମ ପାଖରେ 20 ଜଣ ଇନ ହାଉସ ଷ୍ଟାଫ୍ ଥିବା ବେଳେ 230 ଜଣ ଟେକନିସିଆନ କାମ କରୁଛନ୍ତି ଓ ରୋଜଗାର ପାଇଛନ୍ତି l

ଏହା ମଧ୍ୟ ପଢନ୍ତୁ: ବିଜେଡି-ବିଜେପିକୁ ଟାର୍ଗେଟ କଲେ ଖଡ୍‌ଗେ, 'ମୁଖ୍ୟମନ୍ତ୍ରୀ ଓ ବିଜେପି ମିଶି ଓଡ଼ିଶାକୁ ବର୍ବାଦ କରିଛନ୍ତି'
ସମ୍ବଲପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.