ETV Bharat / state

ବିଶ୍ବର ସର୍ବ ବୃହତ କେନ୍ଦୁଝର ରଥ ନିର୍ମାଣ ଜାରି, ନନ୍ଦିଘୋଷ ରଥରେ ଯାଆନ୍ତି ବଳଦେବଜୀଉ - Kendujhar Ratha Construction work

author img

By ETV Bharat Odisha Team

Published : Jul 1, 2024, 3:54 PM IST

Kendujhar Nadigosha Ratha Construction work underway: କେବଳ ପୁରୀରେ ନୁହେଁ କେନ୍ଦୁଝରରେ ବି ବେଶ ଆଡମ୍ବରରେ ପାଳନ ହୁଏ ରଥଯାତ୍ରା । ବିଶ୍ୱର ସର୍ବବୃହତ ରଥ ହେଉଛି କେନ୍ଦୁଝର ନନ୍ଦିଘୋଷ ରଥ । ଅଧିକ ପଢନ୍ତୁ

Kendujhar Nadigosha Ratha Construction work
Kendujhar Nadigosha Ratha Construction work (ETV Bharat Odisha)

କେନ୍ଦୁଝର: ଆସୁଛି ରଥଯାତ୍ରା । ମନ୍ଦିରରୁ ବାହାରି ଭକ୍ତଙ୍କ ପାଖକୁ ଆସିବେ କାଳିଆସାଆନ୍ତେ । କେବଳ ପୁରୀ ନୁହେଁ ରାଜ୍ୟର କୋଣ ଅନୁକୋଣରେ ଥିବା ଜଗନ୍ନାଥ ମନ୍ଦିରଗୁଡିକରେ ରଥଯାତ୍ରା ପ୍ରସ୍ତୁତି ଜୋରଦାର ରହିଛି । ବିଶ୍ବର ସର୍ବ ବୃହତ କେନ୍ଦୁଝର ରଥର ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । କେନ୍ଦୁଝର ରଥର ରହିଛି ଅନେକ ନିଆରା ପରମ୍ପରା । କେନ୍ଦୁଝରର ଆରାଧ୍ୟ ଦେବତା ହେଲେ ଶ୍ରୀ ଶ୍ରୀ ବଳଦେବଜୀଙ୍କର ରଥର ନାଁ ନନ୍ଦିଘୋଷ ।

Kendujhar Nadigosha Ratha Construction work underway (ETV Bharat Odisha)

ଜୁଲାଇ ମାସର ୭ ତାରିଖ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ କେନ୍ଦୁଝର ସହରର ପୁରୁଣା ବଜାରଠାରେ ଗଡିବ ବିଶ୍ବର ସର୍ବ ବୃହତ ରଥ । ଏହି ରଥରେ ବିଜେ ହେବେ ଠାକୁର ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ସହ ଜଗତର ନାଥ ଜଗନ୍ନାଥ ଓ ଦେବୀ ସୁଭଦ୍ରା । ଚଳିଚତ ବର୍ଷ ପ୍ରବଳ ଭିଡ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତ କରାଯାଇଛି ।

କେନ୍ଦୁଝର ନନ୍ଦିଘୋଷ ରଥର ଇତିହାସ: ଅତୀତରେ କେନ୍ଦୁଝର ଏକ ଗଡ଼ଜାତ ରାଜ୍ୟ ଥିଲା । ୧୬୬୧ ଖ୍ରୀଷ୍ଟାଦ୍ଧରେ ଏଠାରେ ବଡ ଦେଉଳ ନିର୍ମିତ ହୋଇ ବିଗ୍ରହମାନ ପ୍ରତିଷ୍ଠା ହେବା ପରେ ୧୬୭୧ ଠାରୁ ରଥଯାତ୍ରାର ଶୁଭାରମ୍ଭ ହୋଇଥିଲା । ସେବେଠାରୁ କେନ୍ଦୁଝର ରଥଯାତ୍ରାର ରଥଯାତ୍ରା ପାଳନ ହୋଇଆସୁଛି । ଏହି ରଥଯାତ୍ରାର ଏକ ସ୍ଵତନ୍ତ୍ର ବୈଶିଷ୍ଟ ରହିଛି । କେନ୍ଦୁଝରର ଶ୍ରୀ ଶ୍ରୀ ବଳଦେବ ଜୀଉ ରାଷ୍ଟ୍ର ଦେବତା ଭାବରେ ଆରାଧିତ ଓ ମନ୍ଦିରର ନାମ ମଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ହୋଇଥିବା ବେଳେ ରଥର ନାମ କିନ୍ତୁ ନନ୍ଦିଘୋଷ ରଥ । ପବିତ୍ର ରଥ ଯାତ୍ରା ଦିନ ବଡ ଠାକୁର ଶ୍ରୀ ଶ୍ରୀ ବଳଦେବଳଜୀଉ ସାନ ଭାଇ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ବିଶାଳ ରଥରେ ରଥାରୂଢ଼ ହୋଇ ଗୁଣ୍ଡିଚା ଯାତ୍ରା କରିବେ ।

ଶେଷ ପର୍ଯ୍ୟାୟରେ ରଥ କାମ:

ରଥ ଯାତ୍ରାକୁ ଆଉ ମାତ୍ର କିଛି ଦିନ ସମୟ ଥିବା ବେଳେ ରଥ କାମ ପ୍ରାୟ ଶେଷ ପର୍ଯ୍ୟାୟରେ । ଏ ବର୍ଷ ୩୦ ଜଣ ବଢେଇ ରଥ ନିର୍ମାଣ କାମରେ ଲାଗିଛନ୍ତି । ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ମନ୍ଦିର ନିକଟରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡର ଲମ୍ବ ୫୪୫ ମିଟର ଓ ପାଖାପାଖି ୨୮ ମିଟର ଓସାର ରହିଛି । ଏହି ରଥର ସ୍ଵତନ୍ତ୍ରତା ହେଲା ଏହାର ଉଚ୍ଚତା ହେଉଛି ୭୨ ଫୁଟ ଓ ଓସାର ୪୫ ଫୁଟ ଓ ଏହା ୧୬ଟି ଚକା ବିଶିଷ୍ଟ । ଆହୁରୀ ମଧ୍ୟ ଏହି ରଥଟି ଶାଳ, ଶାଳମୂଳୀ, ଓ ଧଳା ନାମକ ତିନି ପ୍ରକାରର କାଠରେ ନିର୍ମିତ ହୋଇଥାଏ । ଏ ରଥ କେବେ ଖୋଲା ଯାଏ ନାହିଁ ଏହା ବର୍ଷ ତମାମ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖ ବଡଦାଣ୍ଡରେ ଦଣ୍ଡାୟମାନ ହୋଇ ରହିଥାଏ ।

ଏହାମଧ୍ୟ ପଢନ୍ତୁ.. ପାଖେଇ ଆସୁଛି ରଥଯାତ୍ରା, ତିନି ରଥରେ ବସିଲା କନକମୁଣ୍ଡି ସାଙ୍ଗି ନିର୍ମାଣ ଶେଷ - PURI RATH YATRA 2024

ଯଦି ରଥର କୌଣସି କାଠ ନଷ୍ଟ ହୋଇଯାଇଥାଏ ତାହା କେବଳ ମରାମତି ହୋଇଥାଏ । ଏ ରଥ ଦକ୍ଷିଣାୟନ ହୋଇ ଯାଇଥାଏ ଓ ଉତ୍ତରାୟନ ହୋଇ ବାହୁଡିଥାଏ ହେଲେ ପୁରୀରେ ମହାପ୍ରଭୁ ଉତ୍ତରାୟନ ହୋଇ ଯାଇଥାନ୍ତି ଓ ଦକ୍ଷିଣାୟନ ହୋଇ ବାହୁଡିଥାନ୍ତି । ପୁରୀରେ ମା ସୁଭଦ୍ରାଙ୍କ ମୁଖ ହଳଦୀ ବର୍ଣ୍ଣ ହୋଇଥିବା ବେଳେ କେନ୍ଦୁଝରରେ ସୁଭଦ୍ରାଙ୍କ ମୁଖ କୁଙ୍କୁମ ବର୍ଣ୍ଣ ରହିଛି । ବିଭିନ୍ନ ରଙ୍ଗର ବସ୍ତ୍ର, ଅଳଙ୍କାର, ଦଶ ଅବତାର ମୂର୍ତ୍ତି ଓ ବିଭିନ୍ନ ଚିତ୍ର ଓ ମୂର୍ତ୍ତି ଦ୍ବାରା ରଥଟି ବେଶ ସୁସଜ୍ଜିତ କରାଯାଇଥାଏ ।

କେନ୍ଦୁଝର ରଥ ବିଶ୍ବର ସବୁଠାରୁ ଉଚ୍ଚତମ ରଥ ବୋଲି ଗ୍ରୀନିଜ ବୁକ ଅଫ ଓ୍ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । ପ୍ରସିଦ୍ଧ ରଥଯାତ୍ରାରେ କେନ୍ଦୁଝରର ଏହି ବିଶାଳକାୟ ରଥକୁ ଶିଆଳି ଦୌଡିରେ ଟଣା ଯାଇଥାଏ । ପରମ୍ପରା ଅନୁସାରେ ଦରକାର ହେଉଥିବା ଏହି ଦଉଡି ଶିଆଳି ଲତାରୁ ନିର୍ମିତ ହୋଇଥାଏ ଓ ପରମ୍ପରା ଅନୁସାରେ ଜୁଆଙ୍ଗ ଓ ଭୂୟାଁମାନେ ଏହି ଦଉଡିକୁ ଯୋଗାଇ ଦେଇଥାନ୍ତି ଯାହାକି ରାଜ୍ୟର ପ୍ରାୟ ଅନ୍ୟ କୌଣସି ଜିଲ୍ଲାରେ ଏହା ଦେଖିବାକୁ ମିଳି ନଥାଏ । ଏବର୍ଷ ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.