ETV Bharat / state

ଆଜି ବିଶ୍ୱ ସର୍ପ ଦିବସ: କେତେ ପ୍ରଭାବୀ ଆଣ୍ଟିଭେନମ, କେମିତି ବଞ୍ଚାଇବେ ଜୀବନ - World Snake Day 2024 - WORLD SNAKE DAY 2024

World Snake Day 2024: ଆଜି ବିଶ୍ବ ସର୍ପ ଦିବସ । ରାଜ୍ୟ ଓ ଦେଶରେ ସାପ କାମୁଡାରେ କେତେ ଲୋକଙ୍କ ଯାଉଛି ଜୀବନ । ସଚେତନତା ସମ୍ପର୍କରେ କଣ ନିଆଯାଉଛି ପଦକ୍ଷେପ । କେତେ ପ୍ରସ୍ତୁତ ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ଆଜି ବିଶ୍ବ ସର୍ପ ଦିବସ: କେତେ ପ୍ରଭାବୀ ଆଣ୍ଟିଭେନମ, କେମିତି ବଞ୍ଚାଇବେ ଜୀବନ
ଆଜି ବିଶ୍ବ ସର୍ପ ଦିବସ: କେତେ ପ୍ରଭାବୀ ଆଣ୍ଟିଭେନମ, କେମିତି ବଞ୍ଚାଇବେ ଜୀବନ (ETV Bharat Odisha)
author img

By ETV Bharat Odisha Team

Published : Jul 16, 2024, 11:43 AM IST

Updated : Jul 16, 2024, 3:16 PM IST

ଭୁବନେଶ୍ୱର: ଆଜି ପାଳନ ହେଉଛି ‘ବିଶ୍ୱ ସର୍ପ ଦିବସ’ । ସର୍ପାଘାତକୁ ରୋକିବା ଓ ସାପଙ୍କ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ସହ ଏହି ଦିବସ ପାଳନ ହେଉଛି । ତେବେ ଭାରତ ପରି ଜନସଂଖ୍ୟାବହୁଳ ଦେଶରେ ସର୍ପାଘାତ ଘଟଣା ଏକ ବଡ ଚିନ୍ତାଜନକ ଓ ଗମ୍ଭୀର ପ୍ରସଙ୍ଗ ଭାବେ ସାମ୍ନାକୁ ଆସିଛି । ଭାରତରେ ପ୍ରାୟ 300 ପ୍ରକାର ସାପ ଦେଖାଯାଆନ୍ତି । ଜାତୀୟ ସ୍ତରରେ କେନ୍ଦ୍ର ସରକାର ଓ ପ୍ରାଦେଶିକ ସରକାରମାନେ ସର୍ପାଘାତ ରୋକିବା ଓ ସାପଙ୍କ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ଆଜି ବିଶ୍ବ ସର୍ପ ଦିବସ (ETV Bharat Odisha)

ଭାରତରେ ବାର୍ଷିକ 10ହଜାରରୁ ଅଧିକ ମୃତ୍ୟୁ:-

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ତଥ୍ୟ ଅନୁଯାୟୀ, 2022 ମସିହାରେ ସାରା ଦେଶରେ 10,085 ସର୍ପାଘାତ ମାମଲା ପଞ୍ଜିକୃତ ହୋଇଥିଲା । 2021 ମସିହାରେ ଏହି ସଂଖ୍ୟା 10,450 ଥିବାବେଳେ 10,382 ଜଣଙ୍କର ମୃତ୍ୟୁ ହୋଇଥିଲା । ବର୍ଷ 2022ରେ ସାରା ରାଜ୍ୟରେ ସର୍ପାଘାତ ମାମଲାରେ 2487 ମୃତ୍ୟୁସଂଖ୍ୟା ସହ ଶୀର୍ଷରେ ଥିଲା ମଧ୍ୟପ୍ରଦେଶ । 1052 ମୃତ୍ୟୁସଂଖ୍ୟା ସହ ଓଡ଼ିଶା ଦ୍ୱିତୀୟ ସ୍ଥାନରେ, 869 ମୃତ୍ୟୁ ସହ ଛତିଶଗଡ ତୃତୀୟ ସ୍ଥାନରେ, ମହାରାଷ୍ଟ୍ର 771ଟି ମୃତ୍ୟୁ ମାମଲା ସହ ଚତୁର୍ଥ ଏବଂ 754 ମାମଲା ରାଜସ୍ଥାନ ତାଲିକାର ପଞ୍ଚମ ସ୍ଥାନରେ ରହିଥିଲା । ସେହିପରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ସମଗ୍ର ବିଶ୍ବରେ ବାର୍ଷିକ 45,000ରୁ ଅଧିକ ଲୋକଙ୍କ ମୃତ୍ୟୁ ସର୍ପାଘାତରୁ ହେଉଛି ।

ଆଜି ବିଶ୍ବ ସର୍ପ ଦିବସ
ଆଜି ବିଶ୍ବ ସର୍ପ ଦିବସ (ETV Bharat Odisha)

ରାଜ୍ୟରେ ବର୍ଷରେ ପ୍ରାଣ ହରାଉଛନ୍ତି ହଜାରରୁ ଅଧିକ:-

ସେହିପରି ପୂର୍ବ ଭାରତୀୟ ରାଜ୍ୟ ଓଡ଼ିଶାରେ ମଧ୍ୟ ସର୍ପାଘାତ ଘଟଣା ଏକ ପ୍ରମୁଖ ଚିନ୍ତାଜନକ ବିଷୟ । ରାଜ୍ୟରେ ପ୍ରତି ବର୍ଷ ପ୍ରାୟ ଏକ ହଜାରରୁ ଅଧିକ ଜୀବନ ଯାଉଛି । ସରକାରୀ ତଥ୍ୟ ଅନୁସାରେ ୨୦୧୫ -୧୬ ମସିହାରୁ ଆରମ୍ଭ କରି ୨୦୨୨-୨୩ ମସିହା ପର୍ଯ୍ୟନ୍ତ ଏବଂ ୨୦୨୪ ମସିହା ଜୁନ ମାସ ପର୍ଯ୍ୟନ୍ତ ସାପ କାମୁଡାଜନିତ ମୃତ୍ୟୁସଂଖ୍ୟା ପ୍ରାୟ ପାଖାପାଖି ୭ ହଜାର ରହିଛି । ଏହି ସଂଖ୍ୟାରେ ଅଙ୍କୁଶ ଲଗାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସରକାରୀ ଅଧୀନରେ ଜାରି ରହିଛି । ସାପକାମୁଡା ପରେ ଗୋଲ୍ଡେନ ଆୱାରକୁ ଗୁରୁତ୍ବ ଦିଆଯାଉଛି । ଅନେକ ଲୋକମାନେ ସାପ କାମୁଡ଼ାରେ ହସ୍ପିଟାଲ ଆସୁଥିବାବେଳେ ଆଉ କିଛି ଲୋକେ ଦେଶୀ ଚିକିତ୍ସାକୁ ଅପଣାଉଥିବା ମଧ୍ୟ ଦେଖିବାକୁ ମିଳୁଛି ।

ଆଜି ବିଶ୍ବ ସର୍ପ ଦିବସ
ଆଜି ବିଶ୍ବ ସର୍ପ ଦିବସ (ETV Bharat Odisha)

ଓଡ଼ିଶାରେ ଦେଖାଯାଉଥିବା ପ୍ରମୁଖ ବିଷଧର ସାପ ପ୍ରଜାତି:-

ବିଶେଷକରି ସାପ କାମୁଡିଥିବା ବ୍ୟକ୍ତିବିଶେଷଙ୍କୁ କୌଣସି ଚଲାବୁଲା ନକରାଇ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟ ନେବା ଆବଶ୍ୟକ । ଯାହାଦ୍ଵାରା କି ଗୋଟିଏ ମୂଲ୍ୟବାନ ଜୀବନ ବଞ୍ଚିଯାଇପାରିବ । ଅନ୍ୟପଟେ ଓଡ଼ିଶାରେ ପ୍ରାୟ ୭୦ ପ୍ରତିଶତ ବିଷ ନଥିବା ସାପ ରହିଥିବା ବେଳେ ୩୦ ପ୍ରତିଶତ ବିଷଧର ସାପ ଦେଖାଯାଇଥାନ୍ତି । ସେଥିମଧ୍ୟ‌ରୁ ୬ରୁ ୮ ପ୍ରକାର ବିଷଧର ହୋଇଥାନ୍ତି । ଯେଉଁଥିରେ ନାଗ, ଚିତି, ରଣା, ଧୂଳିଆ ବୋଡା, ଚନ୍ଦନ ବୋଡା, ନାଉଡଙ୍କିଆ ପ୍ରମୁଖ ସାପ ରହିଛନ୍ତି । ଏହି ସାପ କାମୁଡିବା ଦ୍ବାରା ମୃତ୍ୟୁ ଘଟିବାର ଶତ ପ୍ରତିଶତ ଆଶଙ୍କା ରହିଥାଏ ।

ସାପ କାମୁଡ଼ିଲେ କଣ କରିବେ:-

ଭୟଭୀତ ହେବା ନାହିଁ । ସାପ ବିଷ ଅପେକ୍ଷା ଅଧିକ ଭୟସଂଚାର ମଧ୍ୟ ବିପଦ ସାଜିଥାଏ । ଯାହାଦ୍ଵାରା ସାପ କାମୁଡିଥିବା ବ୍ୟକ୍ତିଟି ହୃଦଘାତରେ ପ୍ରାଣ ହରାଇଥାଏ । ସାପ କାମୁଡିବା ପରେ କୌଣସି ଝଡା ଫୁଙ୍କା କିମ୍ବା ଦେଶୀ ଉପଚାର ନକରି ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେବା ଆବଶ୍ୟକ । ସର୍ପାଘାତର ଚିକିତ୍ସା କରିବା ପାଇଁ ରାଜ୍ୟ ସରକାର ଡାକ୍ତରଙ୍କୁ ପ୍ରଶିକ୍ଷିତ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଚଳିତବର୍ଷ ଆରମ୍ଭରୁ ପ୍ରାୟ ୨୫୦ ଜଣ ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଆସାରିଛି । ରୋଗୀମାନଙ୍କୁ କିଭଳି ଚିକିତ୍ସା କରିବେ ଏବଂ ସଙ୍ଗେ ସଙ୍ଗେ କ’ଣ ପଦକ୍ଷେପ ଗ୍ରହଣ କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି । ଏହା ବ୍ୟତୀତ ପ୍ରତି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପାଖାପାଖି ୨୦ ଭାଏଲ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାଖାପାଖି ୩୦ ଭାଏଲ ଆଣ୍ଟିଭେନମ ଗଚ୍ଛିତ ରଖାଯାଇଛି । ସଦର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ ଆବଶ୍ୟକତା ଅନୁଯାୟୀ ଆଣ୍ଟିଭେନମ ମହଜୁଦ ରଖାଯାଇଛି ।

ସାପ କାମୁଡ଼ାରେ କେଉଁ ବର୍ଷରେ କେତେ ମୃତ୍ୟୁସଂଖ୍ୟା:-

୨୦୧୮-୧୯ ରେ ରାଜ୍ୟରେ ୧୦୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୧୯-୨୦ ମସିହାରେ ୯୫୧ ଜଣଙ୍କର ମୃତ୍ୟୁ ଘଟିଛି । ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୮୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କେନ୍ଦୁଝର ଜିଲ୍ଲାରେ ୭୨, ଗଞ୍ଜାମରେ ୬୯ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ଲୋକଙ୍କର ଜୀବନ ଯାଇଛି । ବର୍ଷ ୨୦୨୦-୨୦୨୧ରେ ୧୦୪୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୮୪, ସୁନ୍ଦରଗଡ଼ରେ ୮୧, ଗଞ୍ଜାମରେ ୬୪ ମାମଲା ସାମ୍ନାକୁ ଆସିଥିଲା ।

ସେହିପରି ଭାବରେ ୨୦୨୧-୨୨ ମସିହାରେ ୮୪୪ ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲା ଅନୁସାରେ ତଥ୍ୟ ନଜର ପକାଇଲେ ମୟୂରଭଞ୍ଜ ଜିଲ୍ଲାରେ ୭୩, ଗଞ୍ଜାମରେ ୬୪ ଭଳି ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି । ସେହିଭଳି ୨୦୨୨-୨୩ ମସିହାରେ ୧୦୦୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦୨୩ ମସିହାରୁ ଏବେ ଯାଏଁ ମାତ୍ର ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏପଟେ ୨୦୨୦-୨୧ ମସିହାରେ ୭୮୮ ଜଣଙ୍କୁ ସାପ କାମୁଡ଼ା ଜନିତ ସହାୟତା ରାଶି ଯୋଗାଇ ଦିଆଯାଇଛି । ସେହିପରି ଭାବରେ ୨୦୨୨-୨୩ ମସିହାରେ ୮୯୪ ଜଣଙ୍କୁ ସାପ କାମୁଡ଼ାଜନିତ ମୃତ୍ୟୁକୁ ନେଇ ସହାୟତା ଜନିତ ଅର୍ଥ ରାଶି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ।

ସ୍ଵାସ୍ଥ୍ୟ ବିଭାଗର ପ୍ରସ୍ତୁତି:-
ଗ୍ରାମାଞ୍ଚଳରେ ଅନେକ ଲୋକ ସାପ କାମୁଡିବା ପରେ ହସ୍ପିଟାଲକୁ ଆସନ୍ତି ନାହିଁ । ଯାହାଫଳରେ ସଠିକ ଭାବରେ ଚିକିତ୍ସା ନହେବାରୁ ସେମାନଙ୍କର ମୃତ୍ୟୁ ଘଟିଥାଏ । ତେବେ ସାପ କାମୁଡ଼ା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସତର୍କ କରିଛି ସ୍ବାସ୍ଥ୍ୟ ବିଭାଗ । ଏନେଇ ସମସ୍ତ ହସ୍ପିଟାଲରେ ଆଣ୍ଟିଭେନମ ପ୍ରସ୍ତୁତ ରଖିବା ସହ ସମସ୍ତ ଚିକିତ୍ସାକୁ ଗୁରୁତ୍ଵ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 16, 2024, 3:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.