ETV Bharat / state

ଏପ୍ରିଲ ୧୧ରେ ଛେନାପୋଡ଼ ଦିବସ, ନାଚଗୀତ ଓ ପିଠାମିଠାରେ ମହକିବ ରାଜଧାନୀ - World Chhenapoda Divas

author img

By ETV Bharat Odisha Team

Published : Apr 9, 2024, 8:09 PM IST

World Chhenapoda Divas: ଏପ୍ରିଲ ୧୧ରେ ଆୟୋଜିତ ହେବ ଛେନାପୋଡ଼ ଦିବସ । ନୟାଗଡ଼ରୁ ଅଣାଯାଇଥିବା ସ୍ବତନ୍ତ୍ର ଛେନାପୋଡ଼କୁ ବଣ୍ଟାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଅଧିକ ପଢନ୍ତୁ

ଏପ୍ରିଲ ୧୧ରେ ଛେନାପୋଡ଼ ଦିବସ, ନାଚଗୀତ ଓ ପିଠାମିଠାରେ ମହକିବ ରାଜଧାନୀ

ଭୁବନେଶ୍ବର: ଏପ୍ରିଲ ୧୧ରେ ଆୟୋଜିତ ହେବ ଛେନାପୋଡ଼ ଦିବସ । ତୃତୀୟ ଥର ପାଇଁ ଏହି ଦିବସ ପାଳନ ହେବାକୁ ଯାଉଥିବା ବେଳେ ନାଚଗୀତ ଓ ପିଠାମିଠାରେ ମହକିବ ରାଜଧାନୀ । ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ଓ ନୟାଗଡ଼ ବିକାଶ ମଞ୍ଚ ମିଳିତ ଆନୁକୁଲ୍ୟରେ ଭୁବନେଶ୍ବର ଜୟଦେବ ଭବନଠାରେ ତୃତୀୟ ଛେନାପୋଡ଼ ଦିବସ ମହାସମାରୋହରେ ପାଳିତ ହେଉଛି । ଏ ନେଇ ମଞ୍ଚ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ଅଧିକ ଲୋକପ୍ରିୟ ଓ ପ୍ରୋତ୍ସାହନ ଦେବା ଏ ଉତ୍ସବର ଉଦ୍ଦେଶ୍ୟ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ମଞ୍ଚର ସଦସ୍ୟ ଛେନାପୋଡ଼ ଦିବସକୁ ନଜରରେ ରହି ଛେନାପୋଡ଼ କାଟିବା ସହ ଆମ ଓଡ଼ିଆର ଅସ୍ମିତା ବା ଓଡ଼ିଆ ଖାଦ୍ୟର ପରିଚୟକୁ ପ୍ରତିପାଦିତ କରୁଥିବା ଏହି ଦିବସକୁ ଆଗକୁ ବଢାଇବା ପାଇଁ ଓଡିଶାବାସୀଙ୍କ ସହଯୋଗ କାମନା କରିଛନ୍ତି । ଦିବସବ୍ୟାପୀ ଏହି ଉତ୍ସବରେ ଜିଲ୍ଲାର ରାଜନେତାମାନଙ୍କ ସହିତ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ୍‌ ସିଂ, ଲେଖକ ଓ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାଧିକାରୀ କରୁଣାକର ପଟ୍ଟନାୟକ, ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଉମାକାନ୍ତ ମିଶ୍ର ଓ କିଟ୍‌ ବିଶ୍ବବିଦ୍ୟାଳୟର ଉପକୁଳପତି ତପନ କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବେ ।

ଏପ୍ରିଲ ୧୧ ତାରିଖରେ ହେବାକୁ ଥିବା ଏହି ଉତ୍ସବରେ ଛେନାପୋଡ଼ ସଙ୍ଗୀତର ଏକ ଚିତ୍ରରୂପ ଲୋକାର୍ପଣ କରାଯିବ । ଉତ୍ସବରେ ସଭା, ସମ୍ବର୍ଦ୍ଧନା ଓ ବନ୍ଧୁମିଳନ ସାଙ୍ଗକୁ ପାଲା, ଦାସକାଠିଆ, ବାଘଶବର ନାଚ, ଧୁଡ଼ୁକି, ଦଣ୍ଡନାଚ, ରାମଲୀଳା, ଢଣକୋଇଲା, ଦୁଆରି, ପାରମ୍ପରିକ ସଙ୍ଗୀତ ଓ ଆଧୁନିକ ସଙ୍ଗୀତ ପରିବେଷଣ କରାଯିବ । ସେହିପରି ନୟାଗଡ଼ରୁ ଅଣାଯାଇଥିବା ସ୍ବତନ୍ତ୍ର ଛେନାପୋଡ଼ ସାଙ୍ଗକୁ ଅନ୍ୟାନ୍ୟ ନୟାଗଡ଼ ଦ୍ରବ୍ୟ ମଧ୍ୟ ଉତ୍ସବରେ ପ୍ରଦର୍ଶିତ କରାଯିବ । ପୂର୍ବ ବର୍ଷମାନଙ୍କ ପରି ଏଥର ମଧ୍ୟ ଜିଲ୍ଲାର ଜଣେ ଶ୍ରେଷ୍ଠ ଛେନାପୋଡ଼ କାରିଗରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ । ସେହିପରି ଛେନାପୋଡ଼କୁ ଜିଆଇ (ଭୌଗୋଳିକ ସ୍ବୀକୃତି) ମାନ୍ୟତା ଦେବା ଲାଗି ତିନିବର୍ଷ ହେଲା ମଞ୍ଚ ଉଦ୍ୟମ କରିଆସିବା ସହ ଛେନାପୋଡ଼ର ସ୍ରଷ୍ଟା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ଛେନାପୋଡ଼ ଦିବସ ଭାବେ ପାଳନ କରିଆସୁଛି ।

ଏହା ମଧ୍ୟ ପଢନ୍ତୁ ... ଇକୋ ଟୁରିଜିମ କ୍ଷେତ୍ରରେ ରାଜସ୍ୱ ଆଦାୟରେ ଡେବ୍ରିଗଡ଼ ଅଭୟାରଣ୍ୟର ରେକର୍ଡ - Debrigarh Ecotourism

ଆଗକୁ ଜିଆଇ ମାନ୍ୟତା ନେଇ ପ୍ରଚେଷ୍ଟା ତୀବ୍ରତର ହେବ ବୋଲି ଆଜି ମଞ୍ଚର କର୍ମକର୍ତାମାନେ ସୂଚନା ଦେଇଛନ୍ତି । ଅନୁରୂପ ଭାବେ ଅବହେଳିତ ହୋଇ ପଡ଼ିଥିବା ବିଶ୍ବବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜନ୍ମସ୍ଥଳରେ ଏକ ସ୍ମାରକୀ ନିର୍ମାଣ ସାଙ୍ଗକୁ କବି ଯଦୁମଣି ଓ ପାଠାଗାର ଆନ୍ଦୋଳନର ପିତାମହ ଦାସିଆ ଅଜାଙ୍କ ଜନ୍ମପୀଠର ବିକାଶ ପାଇଁ ମଧ୍ୟ ନୟାଗଡ଼ ବିକାଶ ମଞ୍ଚ ସରକାରଙ୍କ ପାଖରେ ଦାବି ରଖିଛି । ନୟାଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଦାବିକୁ ନିଜ ନିଜର ନିର୍ବାଚନୀ ଇସ୍ତାହାରରେ ରଖିବା ପାଇଁ ମଞ୍ଚ ଜିଲ୍ଳାର ସମସ୍ତ ରାଜନେତାଙ୍କ ଉପରେ ଚାପ ପକାଇବ ବୋଲି ଆବାହକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି ।

ଏଣୁ ଓଡିଶାର ପ୍ରମୁଖ ଖାଦ୍ୟର ପରିଚୟ ପାଇଥିବାରୁ ଏଥିରେ ଓଡ଼ିଶାବାସୀ ବହୁ ସଂଖ୍ୟାରେ ଯୋଗଦେଇ ସମାରୋହକୁ ସଫଳ କରାଇବାକୁ ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସକ୍ରିୟ ସଦସ୍ୟ ସୁବ୍ରତ କୁମାର ନାୟକ, ଆଶିଷ କୁମାର ରଥ, ସତ୍ବେନ୍ଦୁ ଶେଖର ମିଶ୍ର, ଆଶୁତୋଷ ଦାସ, ଉମାକାନ୍ତ ମହାପାତ୍ର, ସୁଧାଂଶୁ ଶେଖର ସାହୁ ଓ ରାଜକିଶୋର ଡାକୁଆଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.