ETV Bharat / state

INTUC ପକ୍ଷରୁ ତାଳଚେରରେ କର୍ମଜୀବୀ ମହିଳା ସମାବେଶ

INTUC Rally In Angul: ଅନୁଗୋଳ ଜିଲ୍ଲାର ତାଳଚେର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର କର୍ମଜୀବୀ ମହିଳା ସମାବେଶ ଅନୁଷ୍ଠିତ । ଶତାଧିକ ମହିଳା ଶ୍ରମିକ ଓ କର୍ମଚାରୀ ଏହି ରାଲିରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

ତାଳଚେରରେ କର୍ମଜୀବୀ ମହିଳା ସମାବେଶ
ତାଳଚେରରେ କର୍ମଜୀବୀ ମହିଳା ସମାବେଶ
author img

By ETV Bharat Odisha Team

Published : Mar 13, 2024, 12:28 PM IST

Updated : Mar 13, 2024, 1:20 PM IST

INTUC Rally In Angul

ଅନୁଗୋଳ: ଅନୁଗୋଳରେ କଂଗ୍ରେସର ନିର୍ବାଚନ ସଜବାଜ । ଜିଲ୍ଲାର ତାଳଚେର ନିର୍ବାଚନ ମଣ୍ଡଳୀରେ ନିଜର କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ମଧ୍ୟରେ ଏହି ଦୁଇ ଦଳ କୌଣସି ସମାଜିକ କାର୍ଯ୍ୟକ୍ରମର ଆୟୋଜନ କରୁନଥିବା ବେଳେ INTUC ପକ୍ଷରୁ ମହିଳା ଶ୍ରମିକଙ୍କୁ ଏକାଠି କରି ନିଜ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଛି ।

ମଙ୍ଗଳବାର ଅନୁଗୋଳ ଜିଲ୍ଲାର ତାଳଚେର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର କର୍ମଜୀବୀ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ଶତାଧିକ ମହିଳା ଶ୍ରମିକ ଓ କର୍ମଚାରୀ ଏହି ସମାବେଶରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା INTUCର ରାଜ୍ୟ ସଭାପତି ତଥା କେନ୍ଦ୍ରୀୟ ଉପସଭାପତି ରାମଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ ଉଭୟ ସରକାର ଉପରେ ବର୍ଷିଥିଲେ । ନିର୍ବାଚନକୁ ଆଖି ଆଗରେ ରଖି ଅଙ୍ଗନବାଡି, ପାଚିକା, ଆଶାକର୍ମୀ ଓ ଅନ୍ୟମାନଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କିନ୍ତୁ ତାହା ଯଥେଷ୍ଟ ନୁହେଁ । ଶ୍ରମ ଆଇନକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ସର୍ବନିମ୍ନ ପାରିଶ୍ରମିକ ମାସିକ ୨୬ ହଜାର ଟଙ୍କା ହେବା ଆବଶ୍ୟକ । ଏହାଛଡା କୋରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଯେଉଁମାନେ ଲୋକଙ୍କୁ ସେବା ଯୋଗାଇଥିଲେ ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ତେଣୁ ଏସବୁ ଦାବିଗୁଡିକ ସରକାର ନ ମାନିଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି INTUC ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ- ପୁରୀରେ ବିଜେଡି ମଧ୍ୟରେ ଛକାପଞ୍ଝା, ମହିଳା ସମାବେଶ କରି ଶକ୍ତି ପ୍ରଦର୍ଶନ କଲେ ଶୁଭାଶିଷ

ଏହି ସମାବେଶରେ ଶ୍ରମିକ ନେତା ଵିଷ୍ଣୁ ମହାନ୍ତି, କଂଗ୍ରେସ ନେତ୍ରୀ ସସ୍ମିତା ବେହେରା, ଦିଗାମ୍ବର ଗଡନାୟକ ଓ ଅନେକ ନେତା ଏବଂ କଂଗ୍ରେସ ନେତା ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାର କିଭଳି ଶ୍ରମ ଆଇନକୁ ଅଣଦେଖା କରି ଶ୍ରମିକ ଶୋଷଣ କରୁଛନ୍ତି ସେନେଇ ନିଜର ମତ ରଖିଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ଗତକାଲି କଂଗ୍ରେସରେ ଯୋଗ ଦେଇଥିବା ବରିଷ୍ଠ ସାମ୍ବାଦିକ ଜଗଦାନନ୍ଦ ପ୍ରଧାନଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଭୟ ସରକାର କିଭଳି ଶ୍ରମିକଙ୍କୁ ଶୋଷଣ କରୁଛନ୍ତି ସେନେଇ ଆଲୋଚନା ହେବା ସହ ଆଗମୀ ନିର୍ବାଚନରେ ଶ୍ରମିକମାନେ ଭୋଟରେ ତା'ର ଜବାବ ଦେବେ ବୋଲି ନେତାଏ ନିଜର ମତ ରଖିଥିଲେ ।

ଇଟିଭି ଭାରତ, ଅନୁଗୋଳ

Last Updated : Mar 13, 2024, 1:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.