ETV Bharat / state

ଅସ୍ୱାଭାବିକ ଆଚରଣ କରୁଛନ୍ତି ମହିଳା ଫୁଟବଲର, ଭୂତ ଲାଗିଥିବା ସନ୍ଦେହରେ ଝଡାଫୁଙ୍କା

author img

By ETV Bharat Odisha Team

Published : Feb 16, 2024, 8:27 AM IST

Women Football Players Show Strange Behaviors: ଫୁଟବଲ ଖେଳିବାକୁ ଯାଇଥିବା ମହିଳା ଖେଳାଳିଙ୍କ ଅସ୍ବାଭାବିକ ଆଚରଣ । ଦେବଗଡର ମନୋରମା କ୍ଲବ ଫୁଟବଲ ଦଳର ସଦସ୍ୟା ବୌଦ୍ଧ ଜିଲ୍ଲା କଣ୍ଟାମାଳକୁ ଖେଳିବାକୁ ଯାଇଥିଲେ । ଅଧିକ ପଢନ୍ତୁ

ମହିଳା ଖେଳାଳିଙ୍କ ଅସ୍ବାଭାବିକ ଆଚରଣ, ଭୂତ ଲାଗିଥିବା ଆଶଙ୍କାରେ ଝଡାଫୁଙ୍କା

ଦେବଗଡ଼: ଫୁଟବଲ ଖେଳିବାକୁ ଯାଇଥିବା ମହିଳା ଖେଳାଳିଙ୍କ ଅସ୍ବାଭାବିକ ଆଚରଣ । ହଠାତ୍ ଚେତାଶୂନ୍ୟ ହୋଇଯାଉଛନ୍ତି ଖେଳାଳି । ମହିଳା ଖେଳାଳିମାନେ ଖେଳ ମଧ୍ୟରେ ଅସୁସ୍ଥ ହୋଇପଡିବା ଘଟଣା ଏବେ ସାରା ଦେବଗଡ଼ ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ଆୟୋଜିତ ସର୍ବଭାରତୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଦେବଗଡର ମନୋରମା କ୍ଲବ ଫୁଟବଲ ଦଳର ସଦସ୍ୟାମାନେ ଖେଳିବାକୁ ଯାଇଥିଲେ । ସେଠାରେ ମନୋରମା କ୍ଲବ ମହିଳା ଦଳ ଫାଇନାଲ ମ୍ୟାଚ ଖେଳୁଥିଲେ । ଫାଇନାଲ ମ୍ୟାଚରେ ଏହି ମହିଳା ଦଳ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ .. ଆଦର୍ଶ ବିଦ୍ୟାଳୟରେ ଭୂତ ଆତଙ୍କ ! ଭୟରେ ଅସୁସ୍ଥ ହେଲେଣି 30 ଛାତ୍ରୀ

ହେଲେ ଏହି ମ୍ୟାଚ ପରେ ହଠାତ୍ ଦଳର ଜଣେ ଖେଳାଳି ଅସୁସ୍ଥ ହୋଇପଡିବା ସହ ଅସ୍ବାଭାବିକ ଆଚରଣ କରିଥିଲେ । ଯାହାକୁ ଦେଖି ଉପସ୍ଥିତ ଲୋକମାନେ ଭୟଭୀତ ହୋଇ ପଡିଥିଲେ । ତାଙ୍କର ଅସ୍ବାଭାବିକ ଆଚରଣ ଦେଖି ସେଠାରେ ଉପସ୍ଥିତ ଆୟୋଜକ କମିଟି ସହାୟତାରେ ସଂପୃକ୍ତ ଫୁଟବଲ ଖେଳାଳିଙ୍କୁ ଝଡାଫୁଙ୍କା କଲା ପରେ ସେ ସ୍ବାଭାବିକ ଅବସ୍ଥାକୁ ଫେରିଥିଲେ । ଗତକାଲି (ଗୁରୁବାର) ସମସ୍ତ ଖେଳାଳିଙ୍କୁ ନେଇ ଫେରିବା ସମୟରେ ସଂପୃକ୍ତ ଖେଳାଳି ଅଧାବାଟରେ ପୁଣିଥରେ ପୂର୍ବଭଳି ଅସ୍ବାଭାବିକ ଆଚରଣ କରିଥିଲେ । କିଛି ସମୟ ପରେ ସେଠାରେ ଥିବା ଅନ୍ୟ ଖେଳାଳିମାନେ ମଧ୍ୟ ଅସୁସ୍ଥ ହୋଇ ଅସ୍ବାଭାବିକ ଆଚରଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ .. ମାଘ ମାସରେ ଜଳକଷ୍ଟ ଭୋଗୁଛନ୍ତି ନୂଆସାହି ବାସିନ୍ଦା, ଧାରଣାରେ ବସିଲେ ମହିଳା

କୌଣସି ଭୌତିକ କାରଣରୁ ଏଭଳି ଘଟିଥିବା ସନ୍ଦେହ କରି ସମସ୍ତ ଖେଳାଳିଙ୍କୁ ନେଇ ସେମାନଙ୍କ ଅଭିଭାବକମାନଙ୍କ ଉପସ୍ଥିତିରେ ଦେବଗଡ ସ୍ଥିତ ନୀଳବେର୍ଣ୍ଣୀ ସାହିରେ ଅବସ୍ଥିତ ଏକ ଚର୍ଚ୍ଚ ମଧ୍ୟରେ ପୁଣିଥରେ ଝଡାଫୁଙ୍କା କରାଯାଇଥିଲା । ଦୀର୍ଘ ସମୟ ଧରି ଏହି ପ୍ରକ୍ରିୟା ଚାଲିବା ପରେ ଖେଳାଳିମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ ମହିଳା ଖେଳାଳିଙ୍କ ଅସୁସ୍ଥତାର କୌଣସି ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ସେମାନଙ୍କୁ ଭୁତ ଲାଗିଥିବା କଥା ସାଧାରଣରେ ଚର୍ଚ୍ଚା ହେଉଛି । ସେମାନଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ ଜାରି ରହିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

(ଏଠାରେ କହିରଖୁଛୁ ଯେ ଭୂତ ଭଳି ଅନ୍ଧବିଶ୍ୱାସ କିମ୍ବା ଲୋକକଥାକୁ ଇଟିଭି ଭାରତ ପ୍ରୋତ୍ସାହନ ଦିଏନାହିଁ । ସତ୍ୟ ଓ ତଥ୍ୟ ଆଧାରିତ ଖବର ପରିବେଷଣ କରିବା ଆମର ପ୍ରୟାସ ।)

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.