ETV Bharat / state

ଭଦ୍ରକରେ ପୋଲିସର ଦାଦାଗିରି, ମହିଳାଙ୍କୁ ଘୋଷାଡ଼ି ନେଲେ ଦୁଇ ଅଧିକାରୀ - Woman dragged by police

author img

By ETV Bharat Odisha Team

Published : Jun 26, 2024, 9:56 PM IST

Updated : Jun 26, 2024, 10:29 PM IST

Woman seeking justice thrashed and dragged by Odisha cops: ସାମାନ୍ୟ କଥାରେ ପୋଲିସ ଭୁଲିଗଲେ ମାନବିକତା । ଜଣେ ଅସହାୟ ମହିଳାଙ୍କୁ ଜୋରଜବଦସ୍ତି ଟେକି ଟେକି ନେଇ ଯିବାର ଲଜ୍ଜାଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ। ଅଧିକ ପଢ଼ନ୍ତୁ,

Police Torture a Lady
Police Torture a Lady (ETV Bharat Odisha)

ଭଦ୍ରକ: ସରକାର ମହିଳାଙ୍କୁ ସୁରକ୍ଷା ଦେବା ନେଇ ଡିଣ୍ଡିମ ପିଟୁଛନ୍ତି । ଯେତେବେଳେ ରକ୍ଷକ ପାଲଟି ଯିବ ଭକ୍ଷକ ସେତେବେଳେ କାହାକୁ ଦିଆଯିବ ଦୋଷ । ସୁରକ୍ଷା ଦେଉଥିବା ପୋଲିସ ଅଧିକାରୀଙ୍କର ନଗ୍ନ ଚିତ୍ର ପଦାରେ ପଡ଼ିଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ପୁରୁଷ ପୋଲିସ୍‌ କର୍ମଚାରୀ ଜଣେ ଅସହାୟ ମହିଳାଙ୍କୁ ଜୋରଜବଦସ୍ତି ଟେକି ଟେକି ନେଇ ଯିବାର ଲଜ୍ଜାଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଜି ଏହିଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ । ଜଣେ ମହିଳାଙ୍କୁ ଦୁଇ ଜଣ ପୋଲିସ କର୍ମଚାରୀ ଘୋଷାଡି ଘୋଷାଡି ନେଉଥିବାର ଭିଡିଓ ସମ୍ପ୍ରତ୍ତି ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଦୁଇ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଜଣେ କନେଷ୍ଟବଳ ଏବଂ ଅନ୍ୟ ଜଣେ ଏସ.ଆଇ ଥିଲେ ବୋଲି ସୂଚନା ମିଳିଛି । ତେବେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ମହିଳାଙ୍କ ଘର ଚାନ୍ଦବାଲି ବରେହିପୁର ଗାଁରେ। ପୂର୍ବରୁ ଅନେକ ଥର ପାରିବାରିକ କଳହ ପାଇଁ ସେ ଆଉ ତାଙ୍କ ସ୍ବାମୀ ଥାନାକୁ ଆସନ୍ତି । ମହିଳା ଜଣଙ୍କ ରାଜନଗରରେ ତାଙ୍କ ବାପ ଘରେ ରହୁଥିବା ବେଳେ ସ୍ଵାମୀ ଚାନ୍ଦବାଲିରେ ରୁହନ୍ତି । ତେବେ ମହିଳାଙ୍କ ସ୍ବାମୀଙ୍କୁ କେହି ଜଣେ ମାଡ଼ ମାରିଥିବା ଘଟଣାରେ ତାଙ୍କ ସ୍ବାମୀ ଚାନ୍ଦବାଲି ଥାନାକୁ ନ୍ୟାୟ ପାଇଁ ଆସିଥିଲେ । ତେବେ ସ୍ଵାମୀଙ୍କୁ ଖୋଜି ଖୋଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରୁ ଚାନ୍ଦବାଲିରେ ଆସି ପହଞ୍ଚି ଥିଲେ ଉକ୍ତ ମହିଳା । ଥାନାରେ ବସିଥିବା ବେଳେ କେହି ଜଣେ ଥାନା ସମ୍ମୁଖରେ ଫୋପାଡ଼ି ଥିବା ଏକ ଜୋତା ଖୋଳକୁ ଅଳିଆ ଗଦାରେ ନ ପକାଇ ଥାନା ଫାଟକ ନିକଟରେ ପକାଇ ଦେଇଥିଲେ ବୋଲି ଜଣାପଡିଛି । ତେବେ ଏହାକୁ ପୋଲିସ କନେଷ୍ଟବଳ ରବି ସେଠୀ ବିରୋଧ କରିଥିଲେ । ଯାହାକୁ ନେଇ ପୋଲିସ ଏବଂ ମହିଳାଙ୍କ ମଧ୍ୟରେ ତୀବ୍ର ବଚସା ହୋଇଥିଲା ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ... ମୃତକଙ୍କ ସମ୍ପର୍କୀୟଙ୍କୁ ପୋଲିସର ମାଡ଼, ଧାରଣରେ ବସିଲେ ପରିବାରବର୍ଗ

ପରେ ଉକ୍ତ ପୋଲିସ ଅଧିକାରୀ ମହିଳାଙ୍କୁ ମାର ମାଡ଼ିଥିଲେ । ମହିଳା ତାଙ୍କର କଣ ଭୁଲ ଅଛି ପଚାରିବାରୁ ଆଉ ଜଣେ ପୋଲିସ ଅଧିକାରୀ ବାହାରି ଆସି ତାଙ୍କୁ ଘୋଷାଡ଼ି ଥାନା ବାହାରକୁ କାଢ଼ି ଦେଇଥିଲେ । ତେବେ ଏହି ଘଟଣାରେ ମହିଳା ଜଣଙ୍କ କହିଛନ୍ତି "ଉକ୍ତ ପୋଲିସ ଅଧିକାରୀ ତାଙ୍କୁ ମାଡ଼ ମାରିବା ସହିତ ତାଙ୍କୁ ଘୋଷାଡ଼ି ଘୋଷାଡି ନେଇଥିଲେ। ସେହି ସମୟରେ ସେ ପିନ୍ଧା ବସ୍ତ୍ରକୁ ଭିଡ଼ି ଛିଡ଼ାଇ ଦେଇଥିଲେ ଉକ୍ତ ପୋଲିସ ଅଧିକାରୀ।" ଦୁଇଜଣ ପୋଲିସ କର୍ମୀ ଏଭଳି କରିଥିବା ଦୃଶ୍ୟ କ୍ୟାମେରାରେ କଏଦ । ଯାହା ଏବେ ମୋବାଇଲକୁ ମୋବାଇଲ ଘୂରି ବୁଲୁଛି ।

ତେବେ ଏହି ଘଟଣାରେ ଚାନ୍ଦବାଲି S.D.P.O. କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କୁ ପ୍ରତିକ୍ରିୟା ରଖି କହିଛନ୍ତି, "ଯେ କେହି ମଧ୍ୟ ଏଥିରେ ସମ୍ପୃକ୍ତ ଅଛନ୍ତି ତାଙ୍କୁ କଠୋର ଦଣ୍ଡ ଦିଆଯିବ ।"

Police Torture a Lady
Police Torture a Lady (@AvimanyuBhadrak)

ଅନ୍ୟପଟେ ଭଦ୍ରକର ସାଂସଦ ଅଭିମନ୍ୟୁ ସେଠୀ ତାଙ୍କ ସୋସିଆଲ ମିଡ଼ିଆ ଏକ୍ସରେ ଏହି ଘଟଣାର ପ୍ରତିକ୍ରିୟା ରଖି କହିଛନ୍ତି, "ଏହି ଭିଡିଓରେ ପୋଲିସର ଚିତ୍ରିତ ଆଚରଣ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ, ଏହା ସଂପୂର୍ଣ୍ଣ ଅମାନବୀୟ । ଭଦ୍ରକ ଜିଲ୍ଲାପାଳ ଏବଂ ଏସପି ଏହି ଘଟଣାର ଅନୁସନ୍ଧାନ କରନ୍ତୁ ଏବଂ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ନିଅନ୍ତୁ।"

ଇଟିଭି ଭାରତ, ଭଦ୍ରକ

Last Updated : Jun 26, 2024, 10:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.