ETV Bharat / state

ମା'କୁ ମିଳିମିଶି ମାରିଦେଲେ ୨ ନରହନ୍ତା ପୁଅ - Son Killed Mother

author img

By ETV Bharat Odisha Team

Published : Sep 14, 2024, 6:57 PM IST

Woman Killed By Her Two Sons: ମାଆର ଜୀବନ ନେଇଗଲେ ଦୁଇ ନରହନ୍ତା ପୁଅ । ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଫେରାର ପୁଅ । ଅଧିକ ପଢ଼ନ୍ତୁ

SON KILLED MOTHER
SON KILLED MOTHER (ETV Bharat Odisha)

କଟକ: ଯେଉଁ ମା' ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥିଲା । ଦୁଃଖ କଷ୍ଟ ସହି ଛୋଟରୁ ବଡ଼ କରିଥିଲା । ଆଜି ମୁଣ୍ଡକୁ ହାତ ପାଇଗଲା ପରେ ସେହି ଜନ୍ମଦାତ୍ରୀ ମାଆକୁ ମିଳିମିଶି ହତ୍ୟା କରିଛନ୍ତି ୨ ସଇତାନ ପୁଅ । ମାଆର ଗଳା କାଟି ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ୨ ନରହନ୍ତା ପୁଅ । ଏହି ହତ୍ୟାକାଣ୍ଡ ପରେ ଜଣେ ପୁଅ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣେ ପୁଅକୁ ଅଟକ ରଖିଛି ପୋଲିସ । ତେବେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ମହାନଦୀ ବିହାରରେ ।

SON KILLED MOTHER (ETV Bharat Odisha)

ଠିକ ନ ଥିଲା ୨ ପୁଅଙ୍କ ହାବଭାବ:

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କଟକ ମହାନଦୀ ବିହାର ୭୧୪ ପ୍ଲଟରେ ଅନିମା ମହାନ୍ତି ତାଙ୍କ ୨ ପୁଅ ଅନୁରାଗ ମହାନ୍ତି ଓ ଅଂଶୁମାନ ମହାନ୍ତିଙ୍କ ସହ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ । ଦୁଇ ପୁଅଙ୍କ ଆହଭାବ ଠିକ ରହୁନଥିବାରୁ ଅନିମା ଅଧିକାଂଶ ସମୟ ସମ୍ପର୍କୀୟଙ୍କ ଘରରେ ରହୁଥିଲେ । ଗତ କିଛି ଦିନ ତଳେ ସେ ସମ୍ପର୍କୀୟଙ୍କ ଘରୁ ଆସିଥିଲେ । ଆସିବା ଦିନ ଠାରୁ ମା'ଙ୍କ ସହିତ ଦୁଇ ପୁଅଙ୍କ ପାଟିତୁଣ୍ଡ ହେବା ସହିତ ହଠାତ ଘରର ସବୁ ଆସବାପାତ୍ର କବାଡିଆ ବାଲାକୁ ଡାକି ଦେଇଦେଇଥିଲେ । ଗତ କାଲି ମାଆକୁ ଅଟୋରେ ବସାଇ ୨ ପୁଅ କେଉଁଆଡେ ନେଇଥିଲେ ଓ କିଛି ସମୟ ପରେ ଫେରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପାରିବାରିକ କଳହରୁ ସ୍ବାମୀ ସାଜିଲା ସୈତାନ, 10 ମାସର ଶିଶୁପୁତ୍ର ସହ ଝିଅ ଓ ସ୍ତ୍ରୀକୁ କଲା ହତ୍ୟା - MAN KILLED CHILDRENS AND WIFE

ଜନ୍ମଦାତ୍ରୀକୁ ଗଳାକାଟି ହତ୍ୟା:

ତେବେ ଆଜି ସକାଳୁ କୌଣସି କାରଣକୁ ନେଇ ୨ ପୁଅ ମିଳିମିଶି ମା’ର ଗଳାକାଟି ହତ୍ୟା କରିଥିଲେ । ସେପଟେ ଖବର ପାଇଁ ଚାଉଳିଆଗଞ୍ଜ ଥାନା ପୋଲିସ ଘଟଣାସ୍ଥଳରେ ଜଣେ ପୁଅକୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ମା'କୁ ହତ୍ୟା କରିବା ପରେ ଫେରାର ହୋଇଯାଇଛି । ଦୁଇ ପୁଅ ମାନସିକ ସ୍ତରରେ ଅସୁସ୍ଥ ଥିବା ସନ୍ଦେହ କରାଯାଉଛି । ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି । ସ୍ଥାନୀୟ ଲୋକଙ୍କୁ ପଚରାଉଚରା ସହ ଘଟଣାସ୍ଥଳରେ ପ୍ରତିଟି ଦିଗ ଉପରେ ନଜର ରଖିଛି ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ଏକ ଯୋଜନା ବଦ୍ଧ ହତ୍ୟା ଅନୁମାନ କରିଛି ପୋଲିସ । କିନ୍ତୁ କେଉଁ କାରଣରୁ ମା'କୁ ୨ ପୁଅ ହତ୍ୟା କଲେ, ହତ୍ୟାକାଣ୍ଡ ପଛରେ କାରଣ କ’ଣ ରହିଛି ତାହା ଜଣାପଡ଼ିନାହିଁ । ଖୁବଶୀଘ୍ର ଏହି ହତ୍ୟାକାଣ୍ଡ ପଛର ରହସ୍ୟ ସମ୍ନାକୁ ଆସିବ ବୋଲି କହିଛନ୍ତି ଅତରିକ୍ତ ଡିସିପି ଅନୀଲ ମିଶ୍ର ।

ଏହା ମଧ୍ୟ ପଢ଼ନ୍ତୁ...'ମୁଁ ମୋ ମାଆଙ୍କୁ ହତ୍ୟା କରିଛି'; Sorry ମାଆ.., ଜନ୍ମଦାତ୍ରୀକୁ ଗଳାକାଟି ହତ୍ୟା କରିବା ପରେ ସୋସିଆଲ ମିଡିଆରେ କ୍ଷମା ମାଗିଲା ପୁଅ - Son Killed Mother

ଏହା ମଧ୍ୟ ପଢ଼ନ୍ତୁ...ଝିଅର ପ୍ରେମ ରାସ୍ତାରେ ଖଳନାୟକ ସାଜିଲେ ବାପା, ପ୍ରେମିକକୁ ହାଣିଦେଲେ - Rayagada Murder

ତଦନ୍ତ କରୁଛି ପୋଲିସ:

ଏନେଇ କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି,"ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ଛି, ୨ ପୁଅ ତାଙ୍କ ମାଆଙ୍କୁ ହତ୍ୟା କରିଛନ୍ତି । ତାକୁ ଆଧାର କରି ତଦନ୍ତ ଚାଲିଛି । କେଉଁ କାରଣରୁ ହତ୍ୟା କରାଯାଇଛି ତଦନ୍ତ ପରେ ଜଣାପଡ଼ିବ । ଏଫଆଇଆର ହେବା ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ କରାଯିବ । ଡିଏଫଏସଏଲ ଟିମ୍‌ ଆସିବେ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ । ତଦନ୍ତ ପରେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.