ETV Bharat / state

ପୁଣି ସମ୍ନାକୁ ଆସିଲା ଯୌତୁକ ନିର୍ଯାତନା ଘଟଣା, ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

author img

By ETV Bharat Odisha Team

Published : Feb 5, 2024, 11:11 PM IST

Woman Demand Justice: ଶ୍ବଶୁର ଘରକୁ ଏକ ଲକ୍ଷ ଟଙ୍କା ଓ କାର୍ ନଦେବାରୁ ମହିଳାଙ୍କୁ ନିର୍ଯାତନା ଅଭିଯୋଗ । ନ୍ୟାୟ ଦାବିରେ ଶିଶୁକୁ କୋଳରେ ଧରି ଥାନାର ଦ୍ବାରସ୍ଥ ହେଲେ ମହିଳା । ଅଧିକ ପଢନ୍ତୁ

ପୁଣି ସମ୍ନାକୁ ଆସିଲା ଯୌତୁକ ନିର୍ଯ୍ୟାତନା ଘଟଣା , ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ଢେଙ୍କାନାଳ: ପୁଣି ସମ୍ନାକୁ ଆସିଛି ଯୌତୁକ ନିର୍ଯାତନା ଘଟଣା । ପୋଲିସ ପାଖରେ ଅଭିଯୋଗ କରି କରି ହତାସ ପୀଡ଼ିତା । ତେବେ ପୋଲିସ କୌଣସି ସମାଧାନର ବାଟ ଖୋଜୁନଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ସମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲାରୁ । ଯୌତୁକ ନିର୍ଯାତିତ ମହିଳା ଜଣକ ନିଜର ଶିଶୁକୁ କୋଳରେ ଧରି ନ୍ୟାୟ ପାଇଁ ଥାନା ଫାଣ୍ଡି ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୀଡ଼ିତା ଜଣଙ୍କ ପୋଲିସ ପ୍ରସାଶନକୁ ନ୍ୟାୟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି ।

ତେବେ ପୀଡ଼ିତା ମହିଳା ହେଲେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଶିଆଡ଼ିହି ଗ୍ରାମର ରଶ୍ମିତା ଦାସ । ସେ ଗତ ୨୦୨୦ମସିହା ଜୁନ ୨୫ତାରିଖରେ ବୈଦିକ ରୀତିରେ ସିମିନଇ ଗ୍ରାମର ରଘୁନାଥ ନାୟକଙ୍କୁ ବିବାହ କରିଥିଲେ। ମାତ୍ର ବିବାହ ପରେ ଅଧିକ ଯୌତୁକ ପାଇଁ ତାଙ୍କୁ ବହୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିଲେ ସ୍ବାମୀଙ୍କ ପରିବାର ଲୋକେ । ଏହାସହ ଏକ ଲକ୍ଷ ଟଙ୍କା ଓ କାର୍ ଦାବି କରିଥିଲେ । ତେବେ ରଶ୍ମିତାଙ୍କ ପରିବାର ଲୋକେ ତାଙ୍କ ଦାବିକୁ ପୂରଣ କରି ପାରିନଥିବା ବେଳେ ବିବାହର ଦୁଇ ମାସ ପରଠାରୁ ତାଙ୍କୁ ବିଭିନ୍ନ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ......ମାନସିକ ନିର୍ଯ୍ୟାତନା ଦେଉଥିଲେ କଲେଜ ଅଧ୍ୟକ୍ଷ, ଥାନାର ଦ୍ବାରସ୍ଥ ହେଲେ ଅଧ୍ୟାପିକା

ସେହିପରି ସେ ଯେତେବେଳେ ତିନି ମାସର ଗର୍ଭବତୀ ରହିଥିଲେ, ସେହି ସମୟରେ ଶାଶୁଘର ଲୋକେ ତାଙ୍କ ବାପା ଘରକୁ ପଠାଇ ଦେଇଥିଲେ । ଏହା ପରେ ଛୁଆ ଜନ୍ମ ହେବା ପରେ ଆସିବାକୁ କହିଥିଲେ କିନ୍ତୁ ଛୁଆ ଜନ୍ମ ହେଲାପରେ ଆଉ କାହାର ଦେଖା ଦର୍ଶନ ମିଳିନଥିଲା । ପରେ ଏ ସମ୍ପର୍କରେ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରଶ୍ମିତା । ମାତ୍ର ସଦର ଥାନା ପୁଲିସ ହାତ ବାନ୍ଧି ବସି ପଡ଼ିଛି ।

ସେପଟେ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରି ସାରିଥିବା ଜଣାପଡ଼ିଛି । ମାତ୍ର ଏପଟେ ରଶ୍ମିତା ନିଜର କୁନି ଝିଅକୁ ଧରି ନ୍ୟାୟ ପାଇଁ ବାରଦ୍ୱାର ଶୁଣ୍ଢି ପିଣ୍ଡା ହେଉଛନ୍ତି । ତାଙ୍କର ଭରଣ ପୋଷଣ ନେଇ ସମସ୍ୟା ସୃଷ୍ଟି କରିଥଲେ ମଧ୍ୟ ପୋଲିସ ତାଙ୍କ ଗୁହାରୀ ଶୁଣୁନାହିଁ । ଫଳରେ ସେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ନ୍ୟାୟ ଭିକ୍ଷା କରୁଥିବା ପ୍ରକାଶ କରିଛନ୍ତି । ତେବେ ସମୟ ବଦଳୁଥିବା ବେଳେ ଯୌତୁକ ପ୍ରଥା ବଞ୍ଚି ରହିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.