ETV Bharat / state

ନୂଆ ସରକାର ହାତରେ BTM ଭବିଷ୍ୟତ; ତାଲା ଖୋଲି ପାରିଲେନି ପୂର୍ବ ସରକାର, ପାରିବେ ତ ମୋହନ ? - Bhaskar Textile Mill

author img

By ETV Bharat Odisha Team

Published : Jul 24, 2024, 10:56 PM IST

Bhaskar Textile Mill: ପ୍ରାୟ ୩ ଦଶନ୍ଧି ଧରି ବନ୍ଦ ହୋଇପଡ଼ିଛି ଝାରସୁଗୁଡ଼ାରେ ପ୍ରତିଷ୍ଠା ହୋଇଥିବା ଭାସ୍କର ଟେକ୍ସଟାଇଲ୍‌ ମିଲ୍‌ (ବିଟିଏମ୍‌) । କଂଗ୍ରେସ ସରକାର ସମୟରେ କମ୍ପାନୀ ବନ୍ଦ ହୋଇଥିଲା । ବିଜେଡି ସରକାର ମଧ୍ୟ ଏହାକୁ ଖୋଲିବାର ଅସମର୍ଥ ହୋଇଛି । ଏବେ ନୂଆ ସରକାର ଆସିଥିବାବେଳେ କମ୍ପାନୀ ଖୋଲିବାରେ ସଫଳ ହେବତ ମୋହନ ସରକାର । ଅଧିକ ପଢ଼ନ୍ତୁ

Bhaskar Textile Mill
Bhaskar Textile Mill (ETV Bharat Odisha)

ଝାରସୁଗୁଡ଼ା: ପୁଣିଥରେ ଖୋଲିବ କି ଝାରସୁଗୁଡ଼ା ଭାସ୍କର ଟେକ୍ସଟାଇଲ୍‌ ମିଲ୍‌ (ବିଟିଏମ୍‌) ? କମ୍ପାନୀରେ ପଡ଼ିଥିବା ତାଲାକୁ ଭାଙ୍ଗିବେ କି ନୂଆ ସରକାର ? ନାଁ ସବୁଦିନ ପାଇଁ ଇତିହାସ ପାଲଟିଯିବ ବିଟିଏମ୍‌ ? ତେବେ ଝାରସୁଗୁଡ଼ାବାସୀଙ୍କ ମନରେ ଏଭଳି ଅନେକ ପ୍ରଶ୍ନ । କାରଣ ଝାରସୁଗୁଡ଼ାର ଅନେକ ଲୋକଙ୍କ ରୋଜଗାରର ମାଧ୍ୟମ ଥିଲା ଏହି ବିଟିଏମ୍‌ କମ୍ପାନୀ । ୧୯୬୪ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି କମ୍ପାନୀ ପ୍ରାୟ ୩ ଦଶନ୍ଧି ଧରି ବନ୍ଦ ହୋଇପଡ଼ିଛି । ଏହି ସୂତାକଳ ପୁଣିଥରେ ଚାଲୁହେବା ନେଇ ଝାରସୁଗୁଡ଼ାବାସୀଙ୍କ ମଧ୍ୟରେ ବଞ୍ଚିଥିବା ଆଶା ଟିକକ ଏବେ ଶେଷନିଃଶ୍ବାସ ଗଣୁଛି । ନୂତନ ସରକାର ଗଠନ ହୋଇଥିବା ବେଳେ ବନ୍ଦ ହୋଇଥିବା ମିଲକୁ ନୂତନ ରୂପ ଦିଆଯିବା ନେଇ ଝାରସୁଗୁଡ଼ାବାସୀଙ୍କ ମନରେ ଏକ ଶେଷ ଆଶା ସଂଚାର ହୋଇଛି ।

ଉତ୍‌ଥାନ ପତନ ଭିତରେ କମ୍ପାନୀ:

୧୯୬୪ ମସିହାରେ ଝାରସୁଗୁଡ଼ା ସହରରେ ୮୮,୨୭୦ ବର୍ଗ ମିଟର ଜମିରେ ସ୍ଥାପିତ ହୋଇଥିଲା ବିଟିଏମ୍‌ ବା ଭାସ୍କର ଟେକ୍ସଟାଇଲ୍‌ ମିଲ୍‌ । ପ୍ରତିଷ୍ଠା ପରେ ଏହି ଘରୋଇ ମିଲ୍‌ ଉତ୍ପାଦନ ଆରମ୍ଭ କରିଥିଲା । ୧୯୮୨ ମସିହା ଅକ୍ଟୋବର ୨ ତାରିଖରେ ମିଲ୍‌ରେ କାର୍ଯ୍ୟ ବନ୍ଦ ହେବାସହ ୧୯୮୩ ଜାନୁଆରୀ ୧୦ ତାରିଖରେ ଉତ୍ପାଦନ ମଧ୍ୟ ବନ୍ଦ ହୋଇଯାଇଥିଲା । କୋର୍ଟ ଏହି ଲକ୍‌ ଆଉଟ୍‌କୁ ବେଆଇନ୍‌ ଘୋଷିତ କରିବା ସହ ୨୧ ଦିନର ପାଉଣା କର୍ମଚାରୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ, ୧୯୮୫ ଯାଏ କମ୍ପାନୀ କର୍ତ୍ତୃପକ୍ଷ ମିଲ୍‌ ଖୋଲି ନ ଥିଲେ । କର୍ମଚାରୀଙ୍କର ବୃହତ୍‌ ସ୍ବାର୍ଥକୁ ଆଖି ଆଗରେ ରଖି ୧୯୮୫ ମସିହା ଅଗଷ୍ଟ ୧୩ ତାରିଖରେ ଏହାକୁ ରାଜ୍ୟ ସରକାର ଅଧିଗ୍ରହଣ କରି ଓଡ଼ିଶା ରାଜ୍ୟ ହସ୍ତତନ୍ତ ସମବାୟ ଲିମିଟେଡ୍‌ ଆରମ୍ଭ କରିଥିଲେ । ମିଲ୍‌ରେ ଆବଶ୍ୟକ ମରାମତି ଓ ପରିବର୍ତ୍ତନ ପରେ ରାଜ୍ୟ ସରକାର ସେହି ବର୍ଷ ଅକ୍ଟୋବର ୨ ତାରିଖରୁ ମିଲ୍‌ରେ ଉତ୍ପାଦନ ବି ଆରମ୍ଭ ହୋଇଥିଲା । କିନ୍ତୁ ‌ସେହିବର୍ଷ ବିଜୁଳି ବିଲ ବାବଦକୁ ଟଙ୍କା ନଦେବା କାରଣରୁ ମିଲ୍‌କୁ ବିଦ୍ୟୁତ୍‌ ସଂଯୋଗୀକରଣ ବନ୍ଦ ହୋଇଯାଇଥିଲା ।

ସମ୍ପୂର୍ଣ୍ଣ ଭାବେ କମ୍ପାନୀରେ ଝୁଲିଲା ତାଲା:

୧୯୮୫ ମସିହା ରାଜ୍ୟ ସରକାର ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ବୈଠକ କରି ୧୫ ଲକ୍ଷ ଟଙ୍କା ବିଜୁଳି ବିଲ୍‌ ବାବଦକୁ ଦେଇଥିଲେ । ୧୯୯୪ ଏପ୍ରିଲ ଯାଏ ମିଲ୍‌ ଚାଲିବା ପରେ ପୁଣିଥରେ ବନ୍ଦ ହୋଇଥିଲା । ଏହାପରେ ରାଜ୍ୟ ସରକାର ୧ କୋଟି ୭୪ ଲକ୍ଷ ଟଙ୍କା ବିଭିନ୍ନ ପାଉଣା ବାବଦକୁ ଦେଇଥିଲେ । ତେବେ, ୧୯୯୫ ଜୁଲାଇରୁ କମ୍ପାନୀ ପୁଣି ଉତ୍ପାଦନ ଆରମ୍ଭ କରିଥିଲେ । ଏଭଳି ବାରମ୍ବାର ଖୋଲିବା ଓ ବନ୍ଦ ହେବା ଭିତରେ ୧୯୯୭ ସେପ୍ଟେମ୍ବରରୁ ପୁଣି ବନ୍ଦ ହୋଇଗଲା କମ୍ପାନୀ । ସେହି ଦିନଠାରୁ ଆଜି ପ୍ରାୟ ୩ ଦଶନ୍ଧି ଧରି କମ୍ପାନୀରେ ତାଲା ଝୁଲୁଛି ।

ମଜୁରୀ ଥିଲା 3 ଟଙ୍କା 50 ପଇସା, ଏବେ ପେନ୍‌ସନ୍‌ ମାତ୍ର 1000:

ତେବେ କମ୍ପାନୀରେ କାର୍ଯ୍ୟ କରୁଥିବା ପୂର୍ବତନ କର୍ମଚାରୀଙ୍କ କହିବା ଅନୁସାରେ, ସେମାନେ 3 ଟଙ୍କା 50 ପଇସା ଦରମା ପାଉଥିଲେ । ସେତେବେଳେ ସେମାନେ ଭଲରେ ଚଳୁଥିଲେ । କମ୍ପାନୀ ପକ୍ଷରୁ ବୋନସ ମଧ୍ୟ ମିଳୁଥିଲା । ହେଲେ କମ୍ପାନୀ ବନ୍ଧ ହେବା ପରେ ନାହିଁ ନଥିବା ସମସ୍ୟା ଭୋଗିଥିଲେ କର୍ମଚାରୀ । ଏମିତି କି ଚାକିରି ଚାଲିଯିବା ପରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲା । ଏବେ କମ୍ପାନୀ ତରଫରୁ ମାସିକ 1000 ଟଙ୍କା ପେନ୍‌ସନ୍‌ ମିଳୁଛି । ଯାହା ମହଙ୍ଗା ଯୁଗରେ କାଣିଚାଏ ମାତ୍ର । ଯଦି କମ୍ପାନୀ ପୁଣିଥରେ କାର୍ଯ୍ୟକ୍ଷମ ହୁଅନ୍ତା ତେବେ ଏନେକ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ମିଳିପାରନ୍ତା ।

କମ୍ପାନୀ ଖୋଲିବାକୁ ଅନେକ ଥର ଦାବି:

ବିଟିଏମ୍‌ର କୋଠା, ପ୍ଲାଣ୍ଟ, ଯନ୍ତ୍ରାଂଶ ବର୍ତ୍ତମାନ ଖତ ଖାଉଛି । ଏହାକୁ ନେଇ ପୂର୍ବର ସରକାର ଏହି ବିଟିଏମ୍ ମିଲକୁ NCLTକୁ ହସ୍ତାନ୍ତର କରିଥିଲେ । ତେବେ ଏହାକୁ ନେଇ ପୁନଃ ଏହି ମିଲକୁ ଆରମ୍ଭ କରିବା ପାଇଁ ଶ୍ରମିକ ସଂଗଠନ ପକ୍ଷରୁ ଅନେକଥର ଆନ୍ଦୋଳନ ଓ ଦାବିପତ୍ର ପ୍ରଦାନ କରାଯାଇଛି । କିନ୍ତୁ ସରକାର ନା ଜିଲ୍ଲା ପ୍ରଶାସନ ହେହି ମଧ୍ୟ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଏବେବି ମଧ୍ୟ ସ୍ଥାନୀୟ ଶ୍ରମିକ ନେତା ଏହି ମିଲକୁ ପୁନଃ ଆରମ୍ଭ କରିବା ପାଇଁ ନିବେଦନ କରିଥିଲେ ।

ଗଲେଣି ୨ ସରକାର, ତାଲା ଖୋଲିବେ ମୋହନ ସରକାର !

ତେବେ କମ୍ପାନୀ ବନ୍ଦ ହେବା ଠାରୁ ଏହା ମଧ୍ୟରେ ରାଜ୍ୟରେ ୨ଟି ସରକାର ବଦଳିଲେଣି । କଂଗ୍ରେସ ଅମଳରେ ଏହି କମ୍ପାନୀ ବନ୍ଦ ହୋଇଥିବା ବେଳେ ବିଜେଡି ସରକାରର ୨୪ ବର୍ଷ ଶାସନ ଭିତରେ କମ୍ପୀନୀ ତାଲା ଖୋଲା ଯାଇପାରିନାହିଁ । ଏବେ ନୂଆ ସରକାର ଗଠନ ହୋଇଥିବା ବେଳେ ମୋହନ ସରକାର ଏହି କମ୍ପାନୀ ଖୋଲିବେ ବୋଲି ଆଶାବାଦୀ ଅଛନ୍ତି ଝାରସୁଗୁଡ଼ାବାସୀ ।

କମ୍ପାନୀ ବନ୍ଦ ନେଇ ବିଜେଡି ଉପରେ ବର୍ଷିଲା ବିଜେପି :

କମ୍ପାନୀ ବନ୍ଦ ହେବାକୁ ନେଇ ପୂର୍ବ ସରକାର ଉପରେ ବର୍ଷିଛନ୍ତି ବର୍ତ୍ତମାନର ଝାରସୁଗୁଡ଼ା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଟଙ୍କଧର କହିଛନ୍ତି, "ପୂର୍ବ ସରକାର ଏହି ମିଲ୍‌କୁ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ହାତକୁ ଟେକି ଦେଇଥିଲେ । ଆମେ ଏହାକୁ ଜାଣିବା ପରେ ନିଲାମ ପ୍ରକ୍ରିୟାକୁ ବନ୍ଦ କରିଛୁ । ଓଡ଼ିଶା ସରକାରଙ୍କ ତରଫରୁ ଏନସିଏଲଟିକୁ ଚିଠି ଲେଖାଯାଇଛି । ତାକୁ ରଦ୍ଧ କରି ପୁଣି ଓଡ଼ିଶା ସରକାରଙ୍କୁ ଦିଅନ୍ତୁ । ଓଡ଼ିଶା ସରକାର ଆଗାମୀ ଦିନରେ ସରକାରୀ ଭାବରେ ଯୋଜନା କରିବେ । ଝାରସୁଗୁଡ଼ାର ବିକାଶ ପାଇଁ କ'ଣ କରାଯାଇ ପାରିବ ସେ ନେଇ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇଛି । ଆଗାମୀ ଦିନରେ ଝାରସୁଗୁଡାର ବିକାଶ ପାଇଁ ଏହାକୁ କିପରି ଲଗାଯିବ ସେ ନେଇ ଯୋଜନା ହେଉଛି ।"

ଖୋଲିବ କମ୍ପାନୀ, ମିଳିବ ରୋଜଗାର !

ତେବେ ନୂତନ ସରକାର ଗଠନ ହେବା ପରେ ବିଟିଏମ୍ ମିଲକୁ ଏକ ନୂତନ ରୂପ ରାଜ୍ୟ ସରକାର ଦେବେ ବୋଲି ନବ ନିର୍ବାଚିତ ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଯାଉଁ କାମକୁ 2ଟି ସରକାର କରିପାରିନଥିଲା ସେହି କାମ କରିବାରେ ମୋହନ ସରକାର କେତେ ସଫଳ ହେଉଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.