ETV Bharat / state

ସ୍ୱାମୀର ଗୁଳିମାଡ଼ରେ ସ୍ତ୍ରୀ ମୃତ, ଝିଅ ଗୁରୁତର - Husband Killed Wife

author img

By ETV Bharat Odisha Team

Published : Jun 30, 2024, 12:06 PM IST

Husband Killed Wife: ସ୍ୱାମୀ ଗୁଳିମାଡରେ ସ୍ତ୍ରୀ ମୃତ ଓ ଝିଅ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁୁ ମିଳିଛି କଳାହାଣ୍ଡି ଜିଲ୍ଲାର ରଣପୁର ଗାଁରେ । ଅଧିକ ପଢନ୍ତୁ,

ସ୍ୱାମୀର ଗୁଳିମାଡ଼ରେ ସ୍ତ୍ରୀ ମୃତ ଓ ଝିଅ ଗୁରୁତର
ସ୍ୱାମୀର ଗୁଳିମାଡ଼ରେ ସ୍ତ୍ରୀ ମୃତ ଓ ଝିଅ ଗୁରୁତର (ETV Bharat Odisha)

କଳାହାଣ୍ଡି: ସ୍ୱାମୀ ଗୁଳିମାଡରେ ସ୍ତ୍ରୀ ମୃତ ଓ ଝିଅ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ରରପୁ କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗାଁରେ । ଘଟଣାରେ ସ୍ୱାମୀ ଗିରଫ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ମୃତକ ଜଣକ ହେଲେ ଜେମାଦେଇ ମାଝୀ । ସ୍ୱାମୀ ନିଜ ସ୍ତ୍ରୀକୁ କୌଣସି ପାରିବାରିକ କଳହ କିମ୍ୱା ବଚସା ପାଇଁ ନୁହଁ ବରଂ ଏକ ନିରୀହ ଜୀବକୁ ଗୁଳି କରୁଥିବା ବେଳେ ସ୍ତ୍ରୀ ଦେହରେ ଗୁଳି ବାଜିଥିଲା । ଫଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଏହି ଘଟଣା ସାରା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁଯାୟୀ ଥୁଆମୂଳ ରାମପୁର ବ୍ଲକ ରଣପୁର ଗାଁର ବନ ମାଝୀଙ୍କ ଧାନ ଫସଲକୁ କିଛି ଗାଈ ନଷ୍ଟ କରିିଥିଲେ । ଏଥିରେ ବନ ମାଝୀ ରାଗିଯାଇ ଦେଶୀ ବନ୍ଧୁକରେ ଗାଈକୁ ଗୁଳି କରୁଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀ ଜେମାଦେଇ ମାଝୀ ଏବଂ ଝିଅ ବିଦ୍ୟା ମାଝୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଦେଶୀ ବନ୍ଧୁକ ଗୁଳି ଫୁଟି ଯାଇ ତାଙ୍କ ସ୍ତ୍ରୀ ଏବଂ ଝିଅ ଦେହରେ ବାଜିଥିଲା । ଦୁହେଁ ଗୁରୁତର ହୋଇପଡିଥିବା ବେଳେ ଉଭୟଙ୍କୁ ସଙ୍ଗେ ସଙ୍ଗେ ପ୍ରଥମେ ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା ।

ପରେ ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଜେମାଦେଇ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ସେପଟେ ଘଟଣାର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଵାମୀ ବନ ମାଝୀଙ୍କୁ ଗିରଫ କରିଛି ଏବଂ ଅଧିକ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ: କିଞ୍ଜିରକେଲାରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ବିଜେପି ନେତା ଭବାନୀ ପଟେଲ

ସୂଚନା ଥାଉ କି, ଆଜିକାଲିର ଆଧୁନିକର ଯୁଗରେ ଲୋକେ ଜଙ୍ଗଲ, ବଣ, ଗଛମାନ କାଟି ଦେଉଥିବା ବେଳେ ନିରୀହ ଜୀବଜନ୍ତୁମାନେ ଜନବସତି ମୁହାଁ ହେଉଛନ୍ତି । ଏଥିସହ ଅନେକ ଗୃହପାଳିତ ଜୀବଙ୍କୁ ମଧ୍ୟ ଲୋକେ ଏଣେତେଣେ ବୁଲିବାକୁ ଛାଡି ଦେଇଥାନ୍ତି । ଫଳରେ ସେହି ଜୀବମାନେ ଘରେ ପଶି କିମ୍ୱା ବିଲରେ ଥିବା ସମସ୍ତ ଧାନ, ଶସ୍ୟ ଖାଇଯାଆନ୍ତି । ଫସଲ ରକ୍ଷା ପାଇଁ ମଣିଷ ଜୀବଜନ୍ତୁଙ୍କୁ ଘଉଡାଇବାକୁ ଜାଲ କିମ୍ୱା ବିଭିନ୍ନ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିଥାଏ । ଯାହାଫଳରେ କେତେବେଳେ ଅନେକ ନୀରିହ ଜୀବଜନ୍ତୁଙ୍କ ଜୀବନ ଯାଇଥାଏ ତ ଆଉ କେତେବେଳେ ଅକାରଣରେ ମଣିଷର ମଧ୍ୟ ଜୀବନ ଚାଲିଯାଇଥାଏ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.