ETV Bharat / state

ନିଜ ହାତରେ ନିଜ ମଥା ସିନ୍ଦୁର ପୋଛିଦେଲା ସ୍ତ୍ରୀ, ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା - Gajapati Murder

author img

By ETV Bharat Odisha Team

Published : Apr 2, 2024, 12:44 PM IST

Wife kills husband: ଗଜପତି ତୋଟାଗୁମୁଡା ହତ୍ୟା ଘଟଣାର ପର୍ଦ୍ଦାଫାସ । ପ୍ରେମିକ ସହ ମିଶି ସ୍ୱାମୀର ହତ୍ୟା ଯୋଜନା କରିଥିଲା ନବବିବାହିତା ପତ୍ନୀ । ଅଧିକ ପଢନ୍ତୁ

wife kills husband
wife kills husband
wife kills husband

ଗଜପତି: ଜିଲ୍ଲାର ଗୁରାଣ୍ଡି ଥାନା ଅନ୍ତର୍ଗତ ତୋଟାଗୁମୁଡା ଗାଁର ଯାତ୍ରୀ ବିଶ୍ରାମାଗାର ନିକଟରୁ ଗତ ୨୯ ତାରିଖରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି । ମୃତ ଏମ. ଲିଙ୍ଗରାଜଙ୍କୁ ତାଙ୍କ ସ୍ତ୍ରୀ ମରାଠୀ ଜୟଲକ୍ଷ୍ମୀ (୨୨) ଓ ତାର ପ୍ରେମିକ ନେୟାଲା ଉପେନ୍ଦ୍ର(୨୬) ମିଶି ହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି । ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲଣ କରିଥିବା ବେଳେ ବିବାହ ପରଠାରୁ ହିଁ ଲିଙ୍ଗରାଜଙ୍କୁ ରାସ୍ତାରୁ ହଟାଇବା ଉଭୟ ଷଡଯନ୍ତ୍ର କରୁଥିବାର ଏସପି କହିଛନ୍ତି ।

ପୁଲିସର ସୂଚନା ଅନୁସାରେ, ଗତ ଫେବୃୟାରୀ ୧୮ତାରିଖରେ ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ବାଟସିରିପୁର ଗାଁର ଏମ.ଲିଙ୍ଗରାଜ କାଶୀନଗର ଥାନା ଅନ୍ତଚର୍ଗତ କରଣିଭଦ୍ରା ଗାଁର ଜୟଲକ୍ଷ୍ମୀଙ୍କୁ ବିବାହ କରିଥିଲେ । କ୍ଷୁଦ୍ର ଜଳସେଚନ ବିଭାଗର ପିଅନ ଭାବେ ଚାକିରି କରୁଥିଲେ ଲିଙ୍ଗରାଜ । ବିବାହ ପୂର୍ବରୁ ୪ବର୍ଷ ଧରି ଜୟଲକ୍ଷ୍ମୀ ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲାର ଉପେନ୍ଦ୍ରଙ୍କୁ ପ୍ରେମ କରୁଥିଲେ । ବାହାଘର ପରେ ଜୟଲକ୍ଷ୍ମୀ ଲିଙ୍ଗରାଜ ସହ ପାରଳାଖେମୁଣ୍ଡି କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ ବାସଭବନରେ ରହୁଥିଲେ । ଏହି ସମୟରେ ଉପେନ୍ଦ୍ର ଓ ଜୟଲକ୍ଷ୍ମୀ ଉଭୟ ଯୋଗାଯୋଗରେ ରହିଥିଲେ ।

ବିବାହ ପରଠାରୁ ହିଁ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ପ୍ରେମିକ ସହ ମିଶି ଯୋଜନା କରିଥିଲା ଜୟଲକ୍ଷ୍ମୀ । ତେବେ ଗତ ୨୮ତାରିଖ ଦିନ ବାଟସିରିପୁରରେ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଲିଙ୍ଗରାଜ ଏବଂ ଜୟଲକ୍ଷ୍ମୀ ଯାଇଥିଲେ । ପୂର୍ବ ଯୋଜନା ମୁତାବକ ଜୟଲକ୍ଷ୍ମୀ ପ୍ରେମିକ ଉପେନ୍ଦ୍ରଙ୍କୁ ଫୋନ କରିଥିଲେ । ଉପେନ୍ଦ୍ର ସେହିଦିନ ରାତି ପ୍ରାୟ ୧୦ଟା ବେଳେ ଏକ ବାଇକ ଯୋଗେ ବାଟସିରିପୁରରେ ପହଞ୍ଚି ଲିଙ୍ଗରାଜଙ୍କୁ ଥଣ୍ଡା ପିଇବା ପାଇଁ ଡାକି ବାଇକ ଚଳାଇବା ପାଇଁ କହିଥିଲା ।

ଏହାମଧ୍ୟ ପଢନ୍ତୁ.. ଯୌତୁକ ଜୁଇରେ ଜଳିଗଲେ ନବବଧୂ, ହତ୍ୟା ଅଭିଯୋଗ କଲେ ମୃତକଙ୍କ ପରିବାର - Newly Married Woman Death

ବାଇକ ପଛରେ ବସିଥିବା ଉପେନ୍ଦ୍ର ଏକ ସ୍କ୍ରୁ ଡ୍ରାଇଭର ସାହାଯ୍ୟରେ ଲିଙ୍ଗରାଜଙ୍କୁ ପଛରୁ ଆକ୍ରମଣ କରିଥିଲା । ଫଳରେ ଭାରସାମ୍ୟ ହରାଇ ତଳେ ପଡିଯିବା ପରେ ଉପେନ୍ଦ୍ର ସେହି ସ୍କୁ ଡ୍ରାଇଭର ସାହାଯ୍ୟରେ ଲିଙ୍ଗରାଜଙ୍କ ଛାତି, ପିଠି ଓ ବେକରେ ପ୍ରାୟ ୫୨ ଥର ଆମକ୍ରଣ କରିଥିଲା । ଫଳରେ ପ୍ରବଳ ରକ୍ତସ୍ରାବ ଯୋଗୁଁ ଲିଙ୍ଗରାଜ ବେହୋସ ହୋଇ ପଡିଯିବା ପରେ ବାଇକ ଯୋଗେ ଉପେନ୍ଦ୍ର ବାତିଲି ଫେରିଯାଇଥିଲା ।

ରାତି ତମାମ ଘରକୁ ନଫେରିବାରୁ ଘର ଲୋକେ ଲିଙ୍ଗରାଜଙ୍କୁ ଖୋଜାଖୋଜି କରିଥିଲେ । ପରଦିନ ଅର୍ଥାତ୍ ୨୯ ତାରିଖ ଦିନ ତୋଟାଗୁମୁଡା ଯାତ୍ରୀ ବିଶ୍ରାମାଗାର ନିକଟରେ ଲିଙ୍ଗରାଜଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ଦେଖିଥିଲେ । ଏନେଇ ଲିଙ୍ଗରାଜଙ୍କ ଭାଇ ଏମ.ପର୍ଶୁରାମ ଗୁରାଣ୍ଡି ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ଏନେଇ ପୋଲିସ ଏକ ହତ୍ୟା ମାମଲା (୩୫/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଲିଙ୍ଗରାଜଙ୍କୁ ହତ୍ୟା କରିବା ପାଇଁ ସ୍ତ୍ରୀ ଜୟଲକ୍ଷ୍ମୀ କିଭଳି ନିଜ ପ୍ରେମିକ ସହ ମିଶି ଷଡଯନ୍ତ୍ର କରିଥିଲା ତାହା ଜାଣିବାକୁ ପାଇଥିଲା ପୋଲିସ । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.