ETV Bharat / state

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିଲା ସ୍ତ୍ରୀ, ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ - Lifetime Imprisonment

author img

By ETV Bharat Odisha Team

Published : Jun 30, 2024, 5:58 PM IST

Lifetime Imprisonment in Murder Case: ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ବ୍ରାହ୍ମଣ ପଡାରେ ସ୍ବାମୀ ହତ୍ୟାକାଣ୍ଡରେ ସ୍ତ୍ରୀ ଓ ପ୍ରେମିକକୁ ମିଳିଛି ଆଜୀବନ କାରାଦଣ୍ଡ । ଅଧିକ ପଢ଼ନ୍ତୁ

Lifetime Imprisonment in Murder Case
Lifetime Imprisonment in Murder Case (ETV Bharat Odisha)

ରାଉରକେଲା: ସ୍ବାମୀକୁ ହତ୍ୟା ମାମଲାରେ ସ୍ତ୍ରୀ ଓ ପ୍ରେମିକକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ । ସୁନ୍ଦରଗଡ ଜିଲ୍ଲା ଦୌରାଜଜ୍ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଗତ ୨୦୧୩ ମସିହାର ହୋଇଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ । ଯେଉଁଥିରେ ସୁନ୍ଦରଗଡ ଜିଲ୍ଲା ଦୌରାଜଜ୍ ଦୋଷୀକୁ ଆଜୀବନ ଜେଲ ଦଣ୍ଡାଦେଶ ସହିତ ୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ରାୟ ଦେଇଛନ୍ତି ଜିଲ୍ଲା ଦୌରାଜଜ ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ବ୍ରାହ୍ମଣ ପଡାର ଗତିକୃଷ୍ଣ ପୁରୋହିତଙ୍କ ସହ ସିତୁ ପଣ୍ଡାଙ୍କ ବିବାହ ହୋଇଥିଲା । ବିବାହ ପରେ ମଧ୍ୟ ନିଜ ସ୍ୱାମୀଙ୍କୁ ମିଛ କହି ନିଜର ପୂର୍ବ ପ୍ରେମିକ ସହ ସମ୍ପର୍କ ରଖିଥିଲେ ସିତୁ ପଣ୍ଡା । ୨୦୧୩ ମସିହାରେ ଗତିକୃଷ୍ଣ ପୁରୋହିତ ତାଙ୍କ ସ୍ତ୍ରୀର ଅନୈତିକ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ । ତେବେ ପ୍ରଥମେ ଏହାକୁ ନେଇ କଟକଣା କରିଥିଲେ ସ୍ୱାମୀ ଗତିକୃଷ୍ଣ । ହେଲେ ସେହି କଟକଣାକୁ ବିରୋଧ କରିବା ପରେ ଗତିକୃଷ୍ଣଙ୍କୁ ବାଟରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ ସିତୁ ପଣ୍ଡା । ଯେଉଁଥିରେ ସିତୁଙ୍କ ପ୍ରେମିକ ବିଶ୍ୱରଞ୍ଜନ ଗୁପ୍ତା ମଧ୍ୟ ସାମିଲ ଥିଲେ । ହତ୍ୟା କରିବାକୁ ଯୋଜନା କରିବା ପରେ ବୀଭତ୍ସ ଭାବରେ ସ୍ୱାମୀକୁ ନିଜ ପ୍ରେମିକ ସହ ମିଶି ହତ୍ୟା କରିଥିଲା ସ୍ତ୍ରୀ ସିତୁ । ହତ୍ୟା ପରେ ପୋଲିସ ଆଖିରେ ଧୂଳି ଦେବା ପାଇଁ ଉଭୟ ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ଛତିଶଗଡର ପଞ୍ଚପଡା ନିକଟରେ ଥିବା ଜଙ୍ଗଲରେ ଗତିକୃଷ୍ଣଙ୍କ ମୃତଦେହକୁ ଫୋପାଡି ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. ଆସିଲା ଚର୍ଚ୍ଚିତ କୁଜଙ୍ଗ ବୀଭତ୍ସ ହତ୍ୟାକାଣ୍ଡର ରାୟ, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ - Kujanga Double Murder Verdict

ପ୍ରଥମେ ଛତିଶଗଡ ପୋଲିସ ମୃତଦେହ ଉଦ୍ଧାର କରିବା ପରେ ସୁନ୍ଦରଗଡ ଟାଉନ ଥାନାକୁ ହସ୍ତାନ୍ତର କରିଥିଲା ଏହି ମାମଲା । ଅନେକ ଦିନ ଧରି ଅଭିଯୁକ୍ତ ଧରା ନପଡିବାରୁ ସ୍ତ୍ରୀ ସିତୁ ପଣ୍ଡା ଟାଉନ ଥାନା ଆଗରେ ମିଛରେ ଦୋଷ ଲୁଚାଇବା ପାଇଁ ଧାରଣା ଦେଇଥିଲେ। ତେବେ ଛାନଭିନ୍ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା ଯେ, ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଓ ପ୍ରେମିକ ନାଟକ ରଚିଥିଲେ। ତେବେ ଦୁହିଁଙ୍କୁ ଗିରଫ କରିଥିଲା ସୁନ୍ଦରଗଡ ଟାଉନ ଥାନା ପୋଲିସ । ପରେ ବିବାହ ପରେ ଚୋରା ପୀରତିକୁ ଲୁଚେଇବାକୁ ଯାଇ କରାଯାଇଥିବା ହତ୍ୟାକାଣ୍ଡ ସମ୍ପୂର୍ଣ୍ଣ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସ୍ତ୍ରୀ ଓ ପ୍ରେମିକ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୁଇ ଜଣଙ୍କ ଦୋଷୀ ସାବ୍ୟସ୍ଥ ହୋଇଛନ୍ତି । ଏହାଛଡା ମୃତକଙ୍କର ଏକମାତ୍ର ନାବାଳିକା ଝିଅର ଲାଳନ ପାଳନ ଓ ପାଠପଢା ପାଇଁ ୧୦ଲକ୍ଷ ଟଙ୍କାର ସହାୟତା ପାଇଁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.