ETV Bharat / state

ଶୁଭାଶିଷ ରାଜ୍ୟସଭା ଯିବା ଆଗାମୀ ନିର୍ବାଚନ ରଣନୀତିର ଏକ ଅଂଶ କି ?

Rajya Sabha Poll: ବିଜେଡିର ରାଜ୍ୟସଭା ପ୍ରାର୍ଥୀକୁ ନେଇ ଚର୍ଚ୍ଚା । ଅନେକ ଚର୍ଚ୍ଚା ହେଉଥିଲା ଅନେକ ଆଲୋଚନା ହେଉଥିଲା । ହେଲେ ନବୀନ ପୁଣିଥରେ ଚମକାଇ ଦେଲେ । ଚର୍ଚ୍ଚାରେ ନଥିବା ଚେହେରାଙ୍କୁ ରାଜ୍ୟସଭା ପାଇଁ ଘୋଷଣା କଲେ । ଦେବାଶିଷ ଓ ଶୁଭାଶିଷଙ୍କ ନାଁ ଘୋଷଣା ପରେ ଏବେ ଅନେକ ପ୍ରଶ୍ନ । ଦଳରେ ବହୁ ବରିଷ୍ଠ ନେତା ଥିବାବେଳେ ନବାଗତ ଶୁଭାଶିଷଙ୍କୁ କାହିଁକି ବାଛିଲେ ନବୀନ ? ଦେଖନ୍ତୁ ଏହି ରିପୋର୍ଟ

ଶୁଭାଶିଷ
ଶୁଭାଶିଷ
author img

By ETV Bharat Odisha Team

Published : Feb 14, 2024, 8:19 AM IST

Updated : Feb 14, 2024, 3:20 PM IST

ଶୁଭାଶିଷ ରାଜ୍ୟସଭା ଯିବା ଆଗାମୀ ନିର୍ବାଚନ ରଣନୀତିର ଏକ ଅଂଶ କି

ଭୁବନେଶ୍ୱର/ପୁରୀ: ବିଜେଡିର ରାଜ୍ୟସଭା ପ୍ରାର୍ଥୀକୁ ନେଇ ଚର୍ଚ୍ଚା । ଅନେକ ଚର୍ଚ୍ଚା ହେଉଥିଲା ଅନେକ ଆଲୋଚନା ହେଉଥିଲା । ହେଲେ ନବୀନ ପୁଣିଥରେ ଚମକାଇ ଦେଲେ । ଚର୍ଚ୍ଚାରେ ନଥିବା ଚେହେରାଙ୍କୁ ରାଜ୍ୟସଭା ପାଇଁ ଘୋଷଣା କଲେ । ଦେବାଶିଷ ଓ ଶୁଭାଶିଷଙ୍କ ନାଁ ଘୋଷଣା ପରେ ଏବେ ଅନେକ ପ୍ରଶ୍ନ । ଦଳରେ ବହୁ ବରିଷ୍ଠ ନେତା ଥିବାବେଳେ ନବାଗତ ଶୁଭାଶିଷଙ୍କୁ କାହିଁକି ବାଛିଲେ ନବୀନ ? କେଉଁ ରାଜନୈତିକ ସମୀକରଣକୁ ସାଧିବା ପାଇଁ ଶୁଭାଶିଷଙ୍କ ଭଳି ଯୁବନେତାଙ୍କୁ ପଠାଉଛି ଦଳ ? ଶୁଭାଶିଷଙ୍କ ଜରିଆରେ ଦଳ ପୁରା ପୁରୀ ସଂସଦୀୟ କ୍ଷେତ୍ରକୁ ଫୋକସ କରିଛି କି ? ଗତ ନିର୍ବାଚନରେ ହାତରୁ ଖସି ଯାଇଥିବା ପୁରୀ ସଦର ଆସନ ଫେରାଇ ଆଣିବାକୁ ରଣନୀତି କରିଛି କି ବିଜେଡି ? ଦଳରେ ଏକାଧିକ ଦାବିଦାର ଥିଲେ ସୁଦ୍ଧା ଶୁଭାଶିଷ ବାଜି ମାରିନେବାର କାରଣ କ'ଣ ହୋଇପାରେ ? ସେହିପରି ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପଠାଇ ବିଜେଡି ମୁଖିଆ ଆହୁରି ଚମକାଇ ଦେଇଛନ୍ତି । ପ୍ରଶ୍ନ ଉଠୁଛି ଶୁଭାଶିଷଙ୍କୁ ଯେଉଁ ଲକ୍ଷ୍ୟ ନେଇ ବିଜେଡି ମୁଖିଆ ଉଚ୍ଚ ସଦନକୁ ପଠାଇଛନ୍ତି ତାହା ସଫଳ ହେବ ତ ?

ଅଧିକ ପଢନ୍ତୁ- ରାଜ୍ୟସଭା ନିର୍ବାଚନ: ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ଦେବାଶିଷ ଏବଂ ଶୁଭାଶିଷ

ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ପରେ ରାଜନୀତି ମହଲରେ ସରଗରମ ଆଲୋଚନା ଚାଲିଛି । ଏନେଇ ବିଜେଡି ନେତା ଗୌରହରି ପ୍ରଧାନ କହିଛନ୍ତି, "ବିଜେଡି ଫୋକସରେ ସବୁବେଳେ ରହିଆସିଛି ପୁରୀ । ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ଏତେ ଅର୍ଥ ଖର୍ଚ୍ଚ ହେବା ଏକ ଉଦାହରଣ । ଶ୍ରୀସେତୁ, ଶ୍ରୀଦାଣ୍ଡ, ଅନ୍ତର୍ଜାତୀୟ ବିମାନ ବନ୍ଦର ଏସବୁ ହେଉଛି ବିକାଶର ଲକ୍ଷଣ । ବିଶ୍ୱ ଦରବାରରେ ଜଗନ୍ନାଥଙ୍କୁ ନେଇ ପୁରୀର ଭିନ୍ନ ପରିଚୟ ରହିଛି । ଶୁଭାଶିଷଙ୍କୁ ପ୍ରାର୍ଥୀ କରିବା ମହାପ୍ରଭୁଙ୍କ ଆଶୀର୍ବାଦ । ଆଗାମୀ ନିର୍ବାଚନରେ ଶଙ୍ଖ ବାଜିବ । ପୁରା ପୁରୀ ସଂସଦୀୟ କ୍ଷେତ୍ରରେ ବିଜେଡି ଭଲ ପ୍ରଦର୍ଶନ କରିବ ।"

ସେହିପରି ବରିଷ୍ଠ ରାଜନୈତିକ ସମୀକ୍ଷକ ଜଗନ୍ନାଥ ବସ୍ତିଆ କହିଛନ୍ତି, ଗତ ନିର୍ବାଚନରେ ପୁରୀରେ ବିଜେଡ଼ି ହାରିଛି । 2024 ନିର୍ବାଚନରେ ଏହି ଆସନ ଅକ୍ତିଆର କରିବାକୁ ଚାହୁଁଛି ଦଳ । ସେଥିପାଇଁ ବିକାଶମୂଳକ କାର୍ଯ୍ୟକ୍ରମ ପୁରୀ ପରିକ୍ରମା ପ୍ରକଳ୍ପରେ 4 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଅର୍ଥ ଖର୍ଚ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ନିର୍ବାଚନରେ ପୁରୀରେ ବିଜେଡି ପ୍ରାର୍ଥୀ ଗୁରୁତ୍ୱପୂର୍ଣ୍ଣ । ଶୁଭାଶିଷ ଜଣେ ଭଲ ସଂଗଠକ । ସେ ପୁରୀରୁ ବିଧାନସଭା ଲଢିବା ପାଇଁ ଆଶାୟୀ ଥିଲେ । ତାଙ୍କୁ ରାଜ୍ୟସଭା ପଠାଇ ଦଳ ଭିତରେ ପ୍ରାର୍ଥୀତ୍ୱକୁ ନେଇ ଥିବା ଦ୍ୱନ୍ଦକୁ ଦୂର କରିଛି ବିଜେଡ଼ି । ପୁରୀକୁ ଫୋକସରେ ରଖି ବିକାଶ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି ।

ସେହିଭଳି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ବିଜେଡି ଫୋକସରେ ପୁରୀ ରହିବା ପଛର କାରଣ ହେଲା ଏହି ଆସନକୁ ବିଜେଡ଼ି କୌଣସି ମୂଲ୍ୟରେ ଦଖଲ କରିବାକୁ ଚାହୁଁଛି । 2019ର ରେଜଲ୍ଟ ଯେମିତି ପୁଣି ରିପିଟ ନହୁଏ ସେଥିପାଇଁ ଦଳ ପରିକ୍ରମା ପ୍ରକଳ୍ପକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛି । ଏହାରି ମାଧ୍ୟମରେ ଦଳ ଭୋଟ ରାଜନୀତିକୁ ସୁଦୁଢ କରୁଛି । ଏଥିପାଇଁ ଦଳ ଭବିଷ୍ୟତ ରାଜନୀତିକୁ ଦୃଷ୍ଟିରେ ରଖି ଆଗାମୀ ନିର୍ବାଚନର ରଣନୀତି ଅନୁସାରେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି ।"

ଗତକାଲି ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । 2 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପୁରୀରୁ ଶୁଭାଷିଷ ଖୁଣ୍ଟିଆଙ୍କୁ ଦଳ ପ୍ରାର୍ଥୀ କରିଛି । ପରିକ୍ରମା ପ୍ରକଳ୍ପକୁ ନେଇ ବିଜେଡ଼ି ଭୋଟ ମାଗୁଥିବା ବେଳେ ରାଜ୍ୟସଭା ପାଇଁ ପୁରୀରୁ ରାଜ୍ୟସଭା ପ୍ରାର୍ଥୀ ଚୟନ କରିବା ଏକ ସରପ୍ରାଇଜ । ଯାହା ଦଳକୁ ବଡ ଫାଇଦା ଦେଇପାରେ । ଏବେ ଅପେକ୍ଷା ତୃତୀୟ ପ୍ରାର୍ଥୀ କିଏ ହେଉଛନ୍ତି ?

ଇଟିଭି ଭାରତ, ଭୁବନେଶ୍ୱର/ପୁରୀ

Last Updated : Feb 14, 2024, 3:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.