ETV Bharat / state

ଏଣିକି ଲାଞ୍ଚୁଆ ଅଧିକାରୀଙ୍କୁ ମିଳିବନି ତ୍ରାହି, ଭିଜିଲାନ୍ସ ପରେ ଏବେ ଘାଣ୍ଟିବ ଇଡି ! - SIT on Corrupt officers

author img

By ETV Bharat Odisha Team

Published : Aug 21, 2024, 5:20 PM IST

SIT seeks report on Corrupt officers: ଭିଜିଲାନ୍ସ ଜାଲରେ ପଡିଥିବା ଲାଞ୍ଚୁଆ ଅଧିକାରୀଙ୍କ ତଥ୍ୟ ମାଗିଲା ଏସଆଇଟି । ଏବେ ଭିଜିଲାନ୍ସ ମାମଲାର ଖୋଳତାଡ କରିବ କି ଇଡି ? ଆସନ୍ତା ବୈଠକରେ ଏସଆଇଟି ନେଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପଢନ୍ତୁ ପୁରା ଖବର

ଏଣିକି ଲାଞ୍ଚୁଆ ଅଧିକାରୀଙ୍କୁ ମିଳିବନି ତ୍ରାହି, ଭିଜିଲାନ୍ସ ପରେ ଏବେ ଘାଣ୍ଟିବ ଇଡି !
ଏଣିକି ଲାଞ୍ଚୁଆ ଅଧିକାରୀଙ୍କୁ ମିଳିବନି ତ୍ରାହି, ଭିଜିଲାନ୍ସ ପରେ ଏବେ ଘାଣ୍ଟିବ ଇଡି ! (ETV Bharat Odisha)

କଟକ: କାହିଁକି ଲାଞ୍ଚୁଆ ଅଧିକାରୀଙ୍କ ତଥ୍ୟ ମାଗିଲେ SIT ଉପାଧ୍ୟକ୍ଷ ? ତାହାକୁ ନେଇ ଏବେ ଆରମ୍ଭ ହୋଇଗଲାଣି ଚର୍ଚ୍ଚା ! ଫସିଯିବେ କି ଲାଞ୍ଚୁଆ ଅଧିକାରୀ ? ଭିଜିଲାନ୍ସ ପରେ ଇଡି, ସିବିଆଇ କରିବେ କି ତଦନ୍ତ ? ଏପରି ଅନେକ କଥା ଚର୍ଚ୍ଚା ହେଲାଣି । ଏହା ସ୍ୱାଭାବିକ ମଧ୍ୟ, କାରଣ ପୂର୍ବରୁ ଯଦିଓ ଭିଜିଲାନ୍ସ ବହୁ ଲାଞ୍ଚୁଆ, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଗିରଫ କରିଛି ମାତ୍ର ଏହିପରି କେବେ କଠୋର ହୋଇନଥିଲା SIT । ଏବେ SIT ଲାଞ୍ଚୁଆ ଅଧିକାରୀଙ୍କ ତଥ୍ୟ ମାଗିବା ଯାହାକି ରାଜ୍ୟରେ ପ୍ରଥମ ଏବଂ ଚର୍ଚ୍ଚାର ପ୍ରସଙ୍ଗ । ଏହି କଥା କହିଛନ୍ତି ହାଇକୋର୍ଟର ଆଇନଜୀବୀ ଆଲୋକ ମହାପାତ୍ର ।

ଲାଞ୍ଚୁଆ ଅଧିକାରୀଙ୍କ ତଥ୍ୟ ମାଗିଲା SIT:

ଓଡ଼ିଶାରେ ଗତ କିଛି ଦିନ ହେବ ଯେଉଁ ଲାଞ୍ଚୁଆ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି, ସେମାନଙ୍କ ତାଲିକା ମାଗିଛନ୍ତି SIT ଉପାଧ୍ୟକ୍ଷ ଅର୍ଜିତ ପଶାୟତ । ରେଡ୍ ହୋଇଥିବା 20 ଅଧିକାରୀଙ୍କ ତଥ୍ୟ ଦେବାକୁ କୁହାୟାଇଛି । ଆସନ୍ତା 28 ତାରିଖରେ କଟକରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏନେଇ ତଥ୍ୟ ରଖିବେ ଭିଜିଲାନ୍ସ ନିର୍ଦ୍ଦେଶକ । ଏହି ଏସଆଇଟି ବୈଠକରେ ବିଶେଷ ଭାବେ କଳାଧନ ସମ୍ପର୍କିତ ମାମଲା ଉପରେ ଗୁରୁତ୍ୱର ସହ ଆଲୋଚନା କରାଯାଏ । ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଏଥିରେ ସାମିଲ ହୋଇଥାନ୍ତି । ଆସନ୍ତା ବୈଠକରେ CBI, IT, ED କଷ୍ଟମ, ଡାଇରେକ୍ଟ ଟାକ୍ସ ଅଧିକାରୀ ଯୋଗଦେବେ । ସେହିପରି ଓଡିଶାରୁ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ବି ସାମିଲ ହେବେ । ତେଣୁ ଏହି ଭିଜିଲାନ୍ସ ମାମଲାରେ ଏସଆଇଟି ବଡ ନିଷ୍ପତ୍ତି ନେଇପାରେ ବୋଲି ଅନୁମାନ କରାଯାଉଛି ।

ଆଇନଜୀବୀ ଆଲୋକ ମହାପାତ୍ରଙ୍କ କହିବା ମୁତାବକ, ଗତ କିଛି ଦିନ ହେବ ଯେଉଁ ଲାଞ୍ଚୁଆ ଅଧିକାରୀମାନେ ଗିରଫ ହୋଇଛନ୍ତି ଓ ସେମାନଙ୍କଠାରୁ ଯେଉଁ ସମ୍ପତ୍ତି ଠାବ କରାଯାଇଛି ତାହା ସମସ୍ତଙ୍କୁ ଚକିତ କଲାଭଳି । କାରଣ ଅଧିକାରୀଙ୍କ ଘରୁ ମିଳିଥିବା କୋଟି କୋଟି ଟଙ୍କା, ସୁନାଗହଣା ସହ ବିପୁଳ ପରିମାଣର ସମ୍ପତ୍ତି ତାଙ୍କର ଆୟଠାରୁ ଢେର୍ ଅଧିକ ଏବଂ ଚାକିରି କ୍ୟାରିୟର ମଧ୍ୟରେ ଅସମ୍ଭବ ମଧ୍ୟ । ତେଣୁ ଏତେ ଟଙ୍କା କେଉଁଠୁ ଆଣିଲେ ? କିଏ ଏତେ ଟଙ୍କା ଦେଲା ? ଏହା ପଛରେ ଆଉ କେହି ନାହାଁନ୍ତି ତ ? ଏଭଳି ଅନେକ ପ୍ରଶ୍ନ ଯାହାକି SIT ଜାଣିବାକୁ ଚାହିଁଛି । ଏହି ଲାଞ୍ଚୁଆ ଅଧିକାରୀଙ୍କ ସମ୍ପର୍କରେ ଟିକନିଖି ତଥ୍ୟ ହାସଲ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେ ଆସନ୍ତା ବୈଠକ ମଧ୍ୟରେ ଏହି ତଥ୍ୟ ଦାଖଲ କରିବେ ।

ଭିଜିଲାନ୍ସ ମାମଲାର ତଦନ୍ତ କରିବ କି ଇଡି ?

ଆଇନଜୀବୀଙ୍କ କହିବା ଅନୁଯାୟୀ, ହୁଏତ ଏହି ଲାଞ୍ଚୁଆ ଅଧିକାରୀଙ୍କ ସମ୍ପର୍କରେ ଯେଉଁ ତଥ୍ୟ ମିଳିବ ତାହା ଉକ୍ତ ବୈଠକରେ ସମସ୍ତ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ୱର ସହ ଆଲୋଚନା କରାଯିବ । ବିଶେଷକରି ଏହି ମାମଲାରେ ଇଡିର ଭୂମିକା କ'ଣ ରହିବା ଆବଶ୍ୟକ ? ଏହି ଲାଞ୍ଚୁଆ ଅଧିକାରୀଙ୍କ କଳାଧନ ସମ୍ପର୍କିତ ମାମଲାରେ ଇଡି କିମ୍ବା ସିବିଆଇ ହସ୍ତକ୍ଷେପ କରିବ କି ? ଇଡି ଏଣିକି ନିୟମିତ ବ୍ୟବଧାନରେ ଏହି ମାମଲାଗୁଡିକର ତଦନ୍ତ କରିବ କି ? ଯଦି ଇଡି ତଦନ୍ତ କରେ ତାହେଲେ ଆହୁରି ବଡ଼ ବଡ଼ ଅଧିକାରୀ ଧରାପଡିପାରନ୍ତି । ଏଥିସହ ଲାଞ୍ଚୁଆ ଅଧିକାରୀଙ୍କ ମଧ୍ୟରେ ଭୟ ରହିବ ଓ ଦୁର୍ନୀତି ମଧ୍ୟ କମିବ ବୋଲି କୁହାଯାଉଛି ।

କାହିଁକି ଏପରି ତଥ୍ୟ ମାଗିଲେ SIT:

SIT ଉପାଧ୍ୟକ୍ଷଙ୍କ ଏପରି ନିର୍ଦ୍ଦେଶନାମା ଅନେକ ପ୍ରଶ୍ନ ସୃଷ୍ଟି କରିଛି ମଧ୍ୟ । ଗତ କିଛି ଦିନ ହେବ ରାଜ୍ୟ ଭିଜିଲାନ୍ସ ପୁରା ଆକ୍ଟିଭ ମୁଡରେ ଅଛି । ଅନେକ ବଡ ବଡ ସରକାରୀ ଅଧିକାରୀଙ୍କ ଘରେ ଚଢାଉ କରି ବାନ୍ଧିଛି । ପୂର୍ବରୁ ଭିଜିଲାନ୍ସ ଯେଉଁ ଦୁର୍ନୀତିଖୋର ସରକାରୀ ବାବୁମାନଙ୍କୁ ଗିରଫ କରିଛି, ସେମାନଙ୍କ ତୁଳନାରେ ବର୍ତ୍ତମାନ ଗିରଫ ହେଉଥିବା ବାବୁମାନଙ୍କ ସମ୍ପତ୍ତି ବହୁତ ଅଧିକ । ଏପରିକି କୋଟି କୋଟି ଟଙ୍କା କେଉଁଠାରୁ ଆସିଲା ତାହାର ବି ସଠିକ ତଥ୍ୟ ବାବୁମାନେ ଦେଇ ପାରୁନାହାଁନ୍ତି । କାରଣ କୋଟି କୋଟି ଟଙ୍କା ସୁନା ଆଉ ସମ୍ପତ୍ତି ତାଙ୍କର ଆୟ ଠାରୁ ୧ ହଜାର ପ୍ରତିଶତ ଅଧିକ । ଏହାକୁ SITରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବରେ ନିଆଯିବ । ସେଥିପାଇଁ ଏହାର ତଥ୍ୟ ମାଗିଛନ୍ତି SIT ଉପାଧ୍ୟକ୍ଷ ।

ଭିଜିଲାନ୍ସ ଜାଲରେ ବଡ ବାବୁ:

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ OBCC ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ ରଥଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଦୀର୍ଘ ଦିନ ଧରି ଭିଜିଲାନ୍ସ ରାଡ଼ାରରେ ରହିବା ପରେ ଲାଞ୍ଚ ନେଇଥିବା ବେଳେ ସେ ଧରାପଡିଥିଲେ । ଭୁବନେଶ୍ୱର ସମେତ ଢେଙ୍କାନାଳ, ଯାଜପୁର ଜିଲ୍ଲାରେ ରହିଥିବା ବାସଭବନରେ ଚଢ଼ାଉ ସମୟରେ ଅନେକ ପ୍ରମାଣ ଭିଜିଲାନ୍ସ ଟିମ ହସ୍ତଗତ ହୋଇଥିଲା । ଭିଜିଲାନ୍ସ ଏସପି ସୁଧାଂଶୁ ମିଶ୍ରଙ୍କ ସୂଚନା ଅନୁଯାୟୀ ପ୍ରଦୀପ ରଥ ମାସିକ ମାତ୍ର 2 ହଜାର ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିଲେ । ହେଲେ 33 ବର୍ଷର ଚାକିରି ମଧ୍ୟରେ ସେ 14 କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଅର୍ଜନ କରିଥିଲେ ।

ଏତେ ସମ୍ପତ୍ତି ଆସିଲା କେଉଁଠୁ !

ଭିଜିଲାନ୍ସ ଏସ୍‌ପିଙ୍କ ସୂଚନା ମୁତାବକ, ପ୍ରଦୀପଙ୍କ ଘରୁ ଏକ କେଜିର ସୁନା ଅଳଙ୍କାର, 300 ଗ୍ରାମ ରୁପା, 1 କୋଟି 38 ଲକ୍ଷ ଟଙ୍କାର ଜମା, 50ଟି ପ୍ଲଟ ସମେତ ମୂଲ୍ୟବାନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି । କଟକ ଭିଜିଲାନ୍ସ ଟିମ୍ 12ଟି ସ୍ଥାନରେ ଚଢ଼ଉ କରି ଥିବାବେଳେ ତାଙ୍କ ସମ୍ପତ୍ତି ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । 1991 ମସିହାରେ ମାସିକ ମାତ୍ର 2 ହଜାର ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିଲେ ପ୍ରଦୀପ କୁମାର ରଥ । 1999 ମସିହାରେ ସହକାରୀ ଯନ୍ତ୍ରୀ ଭାବେ ଚାକିରି ସ୍ଥାୟୀ ହେବା ପରେ ସେ ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଭୁବନେଶ୍ୱର ଓ କଟକରେ କାର୍ଯ୍ୟ କରିଥିଲେ । 2001 ପଦୋନ୍ନତି ପାଇ 2022 ମସିହାରେ ଓବିସିସିର ମୁଖ୍ୟ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.