ଭୁବନେଶ୍ବର: ବଦଳିବେ ଓଡି଼ଶା ଡିଜିପି । ଅରୁଣ କୁମାର ଷଡଙ୍ଗୀଙ୍କ ପରେ କିଏ ହେବେ ରାଜ୍ୟ ପୋଲିସ ମୁଖିଆ ? ତାକୁ ନେଇ ଚର୍ଚ୍ଚା । ଚର୍ଚ୍ଚାରେ ୩ ବରିଷ୍ଠ ଆଇପିଏସ ଅଫିସର । ୩ ବରିଷ୍ଠ IPSଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଚିଠି ଆସିଛି । 1988 ବ୍ୟାଚ୍ IPS ଏ.କେ ରାୟ, 1989 ବ୍ୟାଚ୍ IPS ଏସ୍.ଏମ୍ ନରୱାଣେ ଓ 1990 ବ୍ୟାଚ୍ IPS ୱାଇ.ବି ଖୁରାନିଆଙ୍କୁ କ୍ୟାରିଅରର ସବିଶେଷ ତଥ୍ୟ ବା ବାୟୋଡାଟା ଦେବାକୁ ଗୃହ ବିଭାଗ ଚିଠି କରିଛି ।

ତିନି ବରିଷ୍ଠ ଆଇପିଏସଙ୍କୁ ଚିଠି:
ନିଜର ଏକାଡେମିକ ଆଚିଭମେଣ୍ଟ ସହ ବାୟୋଡାଟା ଗୃହ ବିଭାଗକୁ ଦେବା ପାଇଁ ତିନି ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ଚିଠିରେ ଉଲ୍ଲେଖ କରାଯାଇଛି । ଏହାପରେ ଗୃହ ବିଭାଗ ଡିଜିପି ଚୟନ ନେଇ ଗଠିତ ସମିତିକୁ ଏହି ବାୟୋଡାଟା ପଠାଯିବ । ଖୁରାନିଆ ବର୍ତ୍ତମାନ ବିଏସ୍ଏଫ୍ର ସ୍ବତନ୍ତ୍ର ଡିଜି ପଦରେ ରହିଛନ୍ତି । ଡିଜିପି ପଦ ପାଇଁ ତାଙ୍କ ନାମ ଅଧିକ ଚର୍ଚ୍ଚାରେ ରହିଛି ।

ଡିଜିପି ପଦ ପାଇଁ ଅଧିକ ଚର୍ଚ୍ଚାରେ ୱାଇ.ବି ଖୁରାନିଆ:
ଓଡିଶା କ୍ୟାଡରର ଆଇପିଏସ ହେଉଛନ୍ତି ୱାଇ.ବି ଖୁରାନିଆ । ସେ ବିଏସ୍ଏଫ୍ର ସ୍ବତନ୍ତ୍ର ଡିଜି ପଦରେ ରହିଛନ୍ତି । ୧୯୯୦ ବ୍ୟାଚ୍ IPS ୱାଇ.ବି ଖୁରାନିଆଙ୍କୁ ଶୁକ୍ରବାର ଓଡ଼ିଶା ପଠାଇ ଦେଇଛନ୍ତି କେନ୍ଦ୍ର ସରକାର । ଖୁରାନିଆ ବିଏସ୍ଏଫ୍ର ସ୍ବତନ୍ତ୍ର ଡିଜି ପଦରେ ରହିଛନ୍ତି । ଜମ୍ମୁକଶ୍ମୀରରେ ବାରମ୍ବାର ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ସରକାର IPS ୱାଇ.ବି ଖୁରାନିଆ ଙ୍କୁ ତାଙ୍କ ମୂଳ କ୍ୟାଡର୍ ଓଡିଶାକୁ ପଠାଇ ଦେଇଥିଲେ । ସେ ଓଡ଼ିଶା ଫେରିବା ପରେ ରାଜ୍ୟରେ ଡିଜିପି ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପଦରେ ତାଙ୍କୁ ନିଯୁକ୍ତି ମିଲିବା ନେଇ ଅଧିକ ଚର୍ଚ୍ଚାରେ ରହିଛି ।

IPS ୱାଇ.ବି ଖୁରାନିଆ: ଖୁରାନିଆ ବର୍ତ୍ତମାନ ବିଏସ୍ଏଫ୍ର ସ୍ବତନ୍ତ୍ର ଡିଜି ପଦରେ ରହିଛନ୍ତି । ପୂର୍ବରୁ ସେ ଭିଜିଲାନ୍ସ ନିର୍ଦ୍ଦେଶକ, ପୋଲିସ କମିଶନର ମଧ୍ୟ ରହିଛନ୍ତି ।
IPS ଏସ୍.ଏମ୍ ନରୱାଣେ: 1988 ମସିହାର ଆଇପିଏସ ଅଫିସର ହେଉଛନ୍ତି ଏସ୍.ଏମ୍ ନରୱାଣେ। ବର୍ତ୍ତମାନ ସେ ଏସ୍.ଏମ୍ ନରୱାଣେ ଗୃହ ବିଭାଗର ଓଏସଡି ରହିଛନ୍ତି ।
IPS ଏ.କେ ରାୟ: 1988ର ଆଇପିଏସ ଅଫିସର ହେଉଛନ୍ତି ଏ.କେ ରାୟ । ବର୍ତ୍ତମାନ ସେ ପ୍ରିଣ୍ଟିଂ ଷ୍ଟେସେନାରୀ ଆଣ୍ଡ ପବ୍ଲିକେସନ ନିର୍ଦ୍ଦେଶକ ରହିଛନ୍ତି ।

ବର୍ତ୍ତମାନ ଓଡିଶାର ଡିଜିପି ରହିଛନ୍ତି ଆଇପିଏସ ଅରୁଣ ଷଡଙ୍ଗୀ । ବିଜେଡି ସରକାର ସମୟରେ 2023 ଡିସେମ୍ବର 31 ତାରିଖରେ ଅରୁଣ ଷଡଙ୍ଗୀଙ୍କୁ ରାଜ୍ୟ ପୋଲିସ ଡିଜି ଭାବେ ଅସ୍ଥାଯୀ ଦାୟିତ୍ବ ନ୍ୟସ୍ତ କରିଥିଲେ । ଚଳିତ ବର୍ଷ ରାଜ୍ୟରେ ନିର୍ବାଚନ ପରେ ସରକାର ବଦଳିଛି । ବିଜେପି ସରକାର ରାଜ୍ୟରେ ସରକାର ଗଠନ କରିଥିବା ବେଳେ ଗତ 7 ମାସ ହେଲା ଅସ୍ଥାୟୀ ଡିଜି ଭାବେ କାର୍ଯ୍ୟ କରୁଛନ୍ତି ଆଇପିଏସ ଅରୁଣ ଷଡଙ୍ଗୀ । ଏବେ ଏହି ପଦରେ ସ୍ଥାୟୀ ନିଯୁକ୍ତି ହୋଇପାରେ ।
ଇଟିଭି ଭାରତ, ଭୁବନେଶ୍ବର