ETV Bharat / state

ନୂଆ ସରକାରଙ୍କୁ ପୁରିଲାଣି ମାସେ, AG ନିଯୁକ୍ତି କେବେ ? ହାଇକୋର୍ଟଙ୍କ ତାଗିଦ ପରେ ବି ଚୁପ ସରକାର, ଘେରିଲେ ବିରୋଧୀ - Odisha Govt Advocate General

author img

By ETV Bharat Odisha Team

Published : Jul 17, 2024, 8:24 PM IST

Advocate General: ରାଜ୍ୟରେ ନୂଆ ସରକାରକୁ ମାସେ ଟପିସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନୂଆ ଆଡଭୋକେଟ ଜେନେରାଲ ନିଯୁକ୍ତି ହୋଇଛନ୍ତି । ନିଯୁକ୍ତି ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେପଟେ ବିଜେପିକୁ ଟାର୍ଗେଟ କଲା ବିଜେଡି । ଅଧିକ ପଢ଼ନ୍ତୁ

Advocate General Appointment
Advocate General Appointment (ETV Bharat Odisha)

ଭୁବନେଶ୍ବର: ବିଜେଡି ସରକାର ପତନ ପରେ ମୋହନ ସରକାର ଶପଥ ନେବାକୁ ମାସେ ଟପିଲାଣି । କିନ୍ତୁ ଏ ଯାଏଁ ନିଯୁକ୍ତି ପାଇପାରିନାହାନ୍ତି ଆଡଭୋକେଟ ଜେନେରାଲ । ଦୀର୍ଘ ଦିନ ହେଲା ଏହି ସାମ୍ବିଧାନିକ ପଦ ପୂରଣ ହୋଇନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ହାଇକୋର୍ଟ । ହେଲେ ନୂଆ ସରକାର କାହିଁକି ଏଜି ପଦ ପୂରଣ କରୁନାହାନ୍ତି ବୋଲି ବିରୋଧୀ ପ୍ରଶ୍ନ କଲେଣି । ସେପଟେ ଆଡଭୋକେଟ ଜେନେରାଲ ପଦରେ ଅବସ୍ଥାପିତ ହେବା ପାଇଁ ଏକାଧିକ ବରିଷ୍ଠ ଆଇନଜୀବୀ ଲବି କରୁଥିବା ଚର୍ଚ୍ଚା ହେଉଥିବା ବେଳେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ବିଜେଡ଼ି ସରକାରର ପତନ ପରେ ଜୁନ 12ରେ ଶପଥ ନେଇ ଦାୟିତ୍ୱ ଗ୍ରହଣ କରିଛନ୍ତି ମୋହନ ସରକାର । ନୂଆ ସରକାର ଗଠନର ମାସେ ଟପିଲାଣି, କିନ୍ତୁ ଆଡଭୋକେଟ ଜେନେରାଲ ବା ଏଜି ପଦ ଖାଲି ପଡିଛି । କାମଚଳା ଏଜି ଏହି ଦାୟିତ୍ୱ ତୁଲାଉଛନ୍ତି । ଏଜି ଏକ ସାମ୍ବିଧାନିକ ପଦ ହୋଇଥିବାବେଳେ ଏପର୍ଯ୍ୟନ୍ତ ପୂରଣ ନହେବା ଘଟଣା ନୂଆ ସରକାରଙ୍କ କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠିଛି । ଏଜି ନିଯୁକ୍ତି ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଜି ନିଯୁକ୍ତି ନହେବା ଦ୍ଵାରା ସାମ୍ବିଧାନିକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ହାଇକୋର୍ଟ କହିଛନ୍ତି । ହାଇକୋର୍ଟଙ୍କ ମନ୍ତବ୍ୟର ପ୍ରାୟ 10 ଦିନ ପରେ ବି ଅଚଳାବସ୍ଥା ଲାଗି ରହିଛି ।

ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏଜି ପଦରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଇସ୍ତଫା ଦେଇଥିଲେ । ଫଳରେ ଜୁନ 5ରେ ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ଏହି ପଦର କାମଚଳା ଦାୟିତ୍ଵ ଦିଆଯାଇଥିଲା । ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନୂଆ ସରକାର ଶପଥ ନେବା ପରେ ବିଧିବଦ୍ଧ ଭାବେ ଏଜି ନିଯୁକ୍ତ ହେବେ ବୋଲି କୁହାଯାଇଥିଲା । ଜୁନ 12ରେ ମୋହନ ସରକାର ଶପଥ ନେବା ପରେ ବିଧି ଅନୁଯାୟୀ ଏଜି ନିଯୁକ୍ତି ହେବା କଥା । ଆଇନଗତ ମାମଲାରେ ଏଜି ସରକାରଙ୍କ ପ୍ରମୁଖ ପରାମର୍ଶଦାତା ହୋଇଥିବାବେଳେ ତାଙ୍କ ନିଯୁକ୍ତି ଏପର୍ଯ୍ୟନ୍ତ ହୋଇନାହିଁ ।

ଏଜି ରେସ ଅନେକ, ଦ୍ଵନ୍ଦ୍ବରେ ସରକାର !

ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇବା ପାଇଁ ରେସରେ ଏକାଧିକ ଆଇନଜୀବୀ ଅଛନ୍ତି । ସେହିପରି ଏହି ସାମ୍ବିଧାନିକ ପଦରେ ଅବସ୍ଥାପିତ ହେବା ଲାଗି ଏକାଧିକ ଆଇନଜୀବୀ ଲବି କରୁଥିବା ଚର୍ଚ୍ଚା ହେଉଛି । ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଏହି ସାମ୍ବିଧାନିକ ପଦରେ ବସିବା ଲାଗି ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି । ଏଥିପାଇଁ ସେ ବିଜେପିର କେନ୍ଦ୍ର ଓ ରାଜ୍ୟର ଶୀର୍ଷ ନେତୃତ୍ୱଙ୍କ ନିକଟରେ ନିଜର ଦାବିଦାରୀ ପେଶ କରୁଛନ୍ତି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ସମ୍ପୃକ୍ତ ଜଣେ ଆଇନଜୀବୀ ମଧ୍ୟ ରେସରେ ଥିବା ଚର୍ଚ୍ଚା ହେଉଛି । ଯେଉଁଥି ପାଇଁ ଏଜି ନିଯୁକ୍ତି ବିଳମ୍ବିତ ହେଉଥିବା କୁହାଯାଉଛି । ସେହିପରି ଏଜି ଭାବେ କାମଚଳା ଦାୟିତ୍ୱରେ ଥିବା ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ଏହି ପଦରେ ବିଧିବଦ୍ଧ ଭାବେ ଅବସ୍ଥାପିତ କରିବା ଲାଗି ବିଚାର କରାଯାଉଥିବା କଥା ମଧ୍ୟ କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଦୂର ହେବ ପଡୋଶୀ ରାଜ୍ୟ ସହ ଜଳ ବିବାଦ ! ଅଣ୍ଟା ଭିଡ଼ିଲେଣି ନୂଆ ସରକାର, ଏଭଳି କହିଲା ବିଜେଡି - Mahanadi Water Dispute

ଏଜିଙ୍କ କ୍ଷମତା ଓ କାର୍ଯ୍ୟ କଣ ?

ହାଇକୋର୍ଟରେ ଆଡଭୋକେଟ ଜେନେରାଲ ହେଉଛନ୍ତି ସରକାରଙ୍କ ପ୍ରତିନିଧି । ଏଜି ଏକ ସାମ୍ବିଧାନିକ ପଦ । ଆଇନଗତ ମାମଲାରେ ଏଜି ସରକାରଙ୍କ ପ୍ରମୁଖ ପରାମର୍ଶଦାତା । ଯଦି କୌଣସି ପ୍ରସଙ୍ଗରେ ହାଇକୋର୍ଟ ଜାଣିବାକୁ ଚାହିଁଥାନ୍ତି, ତେବେ ସେ ଆଡ଼ଭୋକେଟ ଜେନେରାଲଙ୍କୁ ପଚାରିଥାନ୍ତି । କୌଣସି ଆଇନ, ନିୟମ, ଅଧ୍ୟାଦେଶକୁ ଅସିଦ୍ଧ ଘୋଷଣା ପାଇଁ ମାମଲା ଦାୟର ହୋଇଥାଏ, ତେବେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଆଡଭୋକେଟ ଜେନେରାଲ ସ୍ପଷ୍ଟ କରିଥାନ୍ତି । କେଉଁ ମାମଲାରେ ରାଜ୍ୟ ସରକାର ଅପିଲ ଦାୟର କରିବେ, ପୁନର୍ବିଚାର ଆବେଦନ କରିବେ ବା ସୁପ୍ରିମକୋର୍ଟ ଯିବେ ସେ ନେଇ ଆଡଭୋକେଟ ଜେନେରାଲ ଆଇନଗତ ପରାମର୍ଶ ଦେଇଥାନ୍ତି । ବିଧାନସଭାରେ ମଧ୍ୟ ଆଡଭୋକେଟ ଜେନେରାଲଙ୍କ ବସିବା ଓ ବକ୍ତବ୍ୟ ରଖିବାର ଅଧିକାର ରହିଛି ।

ଜଷ୍ଟିସ ବୀର କିଶୋର ରାୟ ପ୍ରଥମ ଏଜି :

ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରେ ପ୍ରଥମ ଆଡଭୋକେଟ ଜେନେରାଲ ହୋଇଥିଲେ ଜଷ୍ଟିସ ବୀର କିଶୋର ରାୟ । ପରବର୍ତ୍ତୀ ସମୟରେ ସେ ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ହୋଇଥିଲେ । ହାଇକୋର୍ଟର ବିଚାରପତି ହେବା ପାଇଁ ଯୋଗ୍ୟତା ଥିବା ଆଇନଜୀବୀଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦିଆଯାଏ । ଏଥିପାଇଁ ସମ୍ବିଧାନରେ ବ୍ୟବସ୍ଥା ରହିଛି । ଏଜି ଏକ ସାମ୍ବିଧାନିକ ପଦ । ଭାରତୀୟ ସମ୍ବିଧାନରେ ଏଜିଙ୍କ ନିଯୁକ୍ତି ଓ ଦାୟିତ୍ବ ପ୍ରସଙ୍ଗରେ ଉଲ୍ଲେଖ ମଧ୍ୟ ରହିଛି ।

ମୋହନ ସରକାରଙ୍କୁ ହୋଇଛି ପଲିସି ପାରାଲିସିସ: ବିଜେଡ଼ି

ଆଡଭୋକେଟ ଜେନେରାଲ ନିଯୁକ୍ତିକୁ ନେଇ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ମୋହନ ସରକାରଙ୍କୁ ଶାସନ ଗାଦିରେ ବସିବାର ମାସାଧିକ କାଳ ହେଲାଣି । ହେଲେ ବିଜେପି ସରକାର ତାଙ୍କ ସାମ୍ବିଧାନିକ ଦାୟିତ୍ଵ ତୁଲାଇବାରେ ଅସମର୍ଥ ଦେଖାଯାଉଛନ୍ତି । ପ୍ରଥମ କ୍ୟାବିନେଟରେ ହିଁ ଆଡଭୋକେଟ ଜେନେରାଲ ବା ଏଜିଙ୍କୁ ସରକାର ନିଯୁକ୍ତି ଦେବା କଥା । କିନ୍ତୁ ହାଇକୋର୍ଟଙ୍କ ଭର୍ତ୍ସନା ପରେ ମଧ୍ୟ ସରକାର ଅଥର୍ବ । ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସରକାର ତାଙ୍କ ପକ୍ଷ ରଖୁନଥିବାରୁ ଓଡିଶାବାସୀଙ୍କ ସ୍ୱାର୍ଥ ରକ୍ଷା ହୋଇପାରୁ ନାହିଁ । ସରକାର ଲୋକଙ୍କ ପାଇଁ ଚିନ୍ତିତ ନୁହଁନ୍ତି ବୋଲି, ଯାହା ଜଣାପଡୁଛି । ଏକ ସମ୍ବିଧାନିକ ସ୍ଥାଣୁତା ନୂଆ ବିଜେପି ସରକାରକୁ ଗ୍ରାସ କରିଛି । ରାଜ୍ୟ ସରକାରଙ୍କୁ ହୋଇଛି ପଲିସି ପାରାଲିସିସ । ସରକାର ଚଳାଇବାରେ ଥ ଥ ମ ମ ହେଉଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.