କଟକ: ମୂତ୍ର ଜନିତ ରୋଗ କଣ ? ଏହାର ଲକ୍ଷଣ କଣ ? ଆପଣ କେମିତି ଜାଣିବେ କି ଆପଣ ଏହି ରୋଗର ଶିକାର ହେଲେ ? ଏହା କେତେ ବିପଦ ଜନକ ? ଏହା କେତେ ପ୍ରକାରର ? କାହିଁକି ଏହି ରୋଗ ଶରୀରରେ ଦେଖାଯାଏ ? କେଉଁ ବର୍ଗର ଲୋକମାନେ ଏହି ରୋଗରେ ଅଧିକ ପ୍ରଭାବିତ ହୋଇଥାନ୍ତି ? ଜଣେ କେମିତି ଏହି ରୋଗରୁ ରକ୍ଷା ପାଇପାରିବ ? ଏହାର ପ୍ରାଥମିକ ଚିକିତ୍ସା କଣ ? ଏନେଇ ଇଟିଭି ଭାରତକୁ ସୂଚନା ଦେଇଛନ୍ତି କଟକ ବଡ଼ ମେଡିକାଲ (SCB) ୟୁରୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ପ୍ରୀତମ ପ୍ରୀତିଶ ପଟ୍ଟନାୟକ ।
ଦୈନନ୍ଦିନ ଜୀବନରେ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛୁ । ବିଶେଷ କରି ଶରୀରରେ ଯଦି ରୋଗ ଦେଖାଯାଏ ତେବେ ଆମେ ଭୟଭୀତ ହୋଇପଡୁ। ହେବା ବି ସ୍ବାଭାବିକ । ଶରୀରରେ ଅନେକ ରୋଗ ଦେଖାଯାଏ । ତାହା ମଧ୍ୟରୁ ମୂତ୍ର ଜନିତ ରୋଗ ମଧ୍ୟ ଅନ୍ୟତମ । ଅନେକ ଲୋକ ମୂତ୍ର ଜନିତ ରୋଗକୁ ହାଲୁକା ଭାବରେ ନେଇଥାନ୍ତି । ଆଉ ପରବର୍ତ୍ତୀ ସମୟରେ ମୃତ୍ୟୁ ମୁଖରେ ପଡ଼ିଥାନ୍ତି । ତେବେ ଏହି ମୂତ୍ର ଜନିତ ରୋଗ ବିଷୟରେ ଜଣେ ବା କେମିତି ଜାଣିବ ?
ଏହା ବି ପଢନ୍ତୁ- ଭୁଲ୍ରେ ବି ଚାପି ରଖନ୍ତୁ ନାହିଁ ପରିସ୍ରା ! ହୋଇପାରେ ଏହି ସବୁ ସ୍ବାସ୍ଥ୍ୟ ସମସ୍ୟା
ମୂତ୍ର ଜନିତ ରୋଗ ଯାହାକୁ ଆମେ ସମସ୍ତେ ଜାଣିବା ଉଚିତ । ବିଶେଷକରି ଏହା କଣ ? ଏହାର ଲକ୍ଷଣ କଣ ? ଏହା କାହିଁକି ଶରୀରରେ ଦେଖା ଯାଇଥାଏ ? ଏହା କେତେବେଳେ ଗୁରୁତର ହୋଇଥାଏ ? କେତେବେଳେ ଜଣେ ଡାକ୍ତରଙ୍କ ପରାମର୍ଶ ନେବ ? ଏହାର ନିରାକରଣ କଣ ? ପ୍ରାଥମିକ ସ୍ତରରେ ଏହାର ଚିକିତ୍ସା କରାଯାଇପାରିବ କି ? ଜଣେ ସାଧାରଣ ଲୋକଟିଏ କେମିତି ଜାଣିବ ଯେ ଏହା ଗୁରୁତର ହେଲା ?
ଏହା ବି ପଢନ୍ତୁ- Frequent Urination: ବାରମ୍ବାର ପରିସ୍ରା ଲାଗୁଥିଲେ ସାବଧାନ ! ହୋଇପାରେ ଏହି ସ୍ବାସ୍ଥ୍ୟ ସମସ୍ୟା
ତେବେ ଡାକ୍ତର ପଟ୍ଟନାୟକଙ୍କ କହିବା ମୁତାବକ ମୂତ୍ର ଜନିତ ରୋଗକୁ କୌଣସି ବ୍ୟକ୍ତି ହାଲୁକା ଭାବରେ ନେବା ଉଚିତ ନୁହେଁ । ଏହା ଆପଣଙ୍କ କିଡନୀକୁ ନଷ୍ଟ କରିପାରେ । ପରିସ୍ରାରେ ଯଦି ରକ୍ତ ପଡେ କିମ୍ବା ଜଳାପୋଡ଼ା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଡାକ୍ତରଙ୍କ ପରାମର୍ଶ କରି ଏହାର ନିରାକରଣ କରିବା ଉଚିତ ବୋଲି ଡାକ୍ତର ପଟ୍ଟନାୟକ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।
ଇଟିଭି ଭାରତ, କଟକ