ETV Bharat / state

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା, ଝାରପଡ଼ା ଜେଲରୁ କଲିକତା ଗଲା ଅଭିଯୁକ୍ତ - cyber fraud

CYBER FRAUD: ଡିଜିଟାଲ ଆରେଷ୍ଟ ନାଁରେ କୋଟି କୋଟି ଟଙ୍କା ହଡ଼ପ । ଓଡ଼ିଶାରୁ କଲିକତା ରିମାଣ୍ଡରେ ଗଲା କୁଖ୍ୟାତ ଠକ ଡେଞ୍ଜୋ ବସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 21, 2024, 4:07 PM IST

WEST BENGAL POLICE TAKE REMAND 5 CYBER CRIMINAL FROM ODISHA
WEST BENGAL POLICE TAKE REMAND 5 CYBER CRIMINAL FROM ODISHA (ETV Bharat Odisha)

ଭୁବନେଶ୍ବର: ବଡ଼ବଡ଼ିଆ ଲୋକଙ୍କୁ ଡିଜିଟାଲ ଆରେଷ୍ଟ ନାଁରେ ଠକାମୀ । ୨୪ ରାଜ୍ୟରୁ ଠକିଥିବା ସାଇବର ଠକକୁ ରିମାଣ୍ଡ ନେଇଛି ପଶ୍ଚିମବଙ୍ଗ ପୋଲିସ । ଏନେଇ ଭୁବନେଶ୍ୱର କୋର୍ଟରୁ ଅନୁମତି ନେଇ ଝାରପଡ଼ା ଜେଲରୁ ଠକ ଡେଞ୍ଜୋ ବସ ନାମକ ଅଭିଯୁକ୍ତକୁ 7ଦିନିଆ ରିମାଣ୍ଡରେ ନେଇଛି କଲିକତା ପୋଲିସର 3 ଜଣିଆ ତଦନ୍ତକାରି ଟିମ୍ ।

ଡିଜିଟାଲ ଆରେଷ୍ଟ ନାଁରେ ଦେଶରେ ଆତଙ୍କ ଖେଳାଇ ଥିବା ଠକ ଗ୍ୟାଙ୍ଗ । ଯାହାର ମାଷ୍ଟର ମାଇଣ୍ଡ ତ୍ରିପୁରାର ଠକ ଡେଞ୍ଜୋ ବସ । ଯେ କି ୨୪ଟି ରାଜ୍ୟର ଲୋକଙ୍କୁ ଚୁନା ଲଗାଇଛି । ଯାହାକୁ ଗତ ୧୮ଜୁନରେ ତାର ୪ ଜଣ ସହଯୋଗୀ ସହ ଗିରଫ କରିଥିଲା କମିଶନରେଟ୍ ପୋଲିସ । ଏବେ ପଶ୍ଚିମବଙ୍ଗ ପୋଲିସ ତାକୁ ନେଇ ତନାଘନା ଆରମ୍ଭ କରିଛି । ଭୁବନେଶ୍ୱର କୋର୍ଟରେ ଅନୁମତି କ୍ରମେ ଟ୍ରାନଜିଟ ରିମାଣ୍ଡରେ କଲିକତା ନେଉଛି ତଦନ୍ତରାକୀ ଟିମ୍ । କାରଣ କଲିକତାର ଅନେକ ହେବିଓ୍ବେଟ ଓ ପ୍ରତିଷ୍ଠିତି ଲୋକଙ୍କୁ ଅନଲାଇନରେ ଗିରଫ ଧମକ ଦେଇ ଠକେଇ କରିଛି ।

ପଶ୍ଚିମବଙ୍ଗ ପୋଲିସର ତିନି ଜଣିଆ ଟିମ୍ 3 ଦିନ ଧରି ଏନେଇ ତନାଘନା କରି ସମସ୍ତ ତଥ୍ୟ ଓ ଠକେଇର ତଦନ୍ତ କରୁଛନ୍ତି । ରିମାଣ୍ଡରେ ନେଇ ସେସବୁ ଠକେଇର ଗୁମର ଖୋଲିବ କଲିକତା ପୋଲିସ । କର୍ଣ୍ଣାଟକ ସର୍ବାଧିକ ୪୯ଟି, ତାମିଲନାଡୁରେ ୩୨ଟି, ତେଲେଙ୍ଗାନା ୩୮ଟି ଭଳି ୨୪ଟି ରାଜ୍ୟରୁ ୫୦୦ରୁ ଊର୍ଦ୍ଧ୍ବ ଠକେଇ କରିଛନ୍ତି । ୨୫କୋଟି ଠକେଇର ଅଭିଯୋଗ ଏମାନଙ୍କ ନାଁରେ ରହିଛି ।

ସେପଟେ ଭିଡିଓ କନଫରେନ୍ସ ଜରିଆରେ ଜେରା କରିଛନ୍ତି ୯ଟି ରାଜ୍ୟର ପୋଲିସ । ଏନେଇ ୯ଟି ରାଜ୍ୟ ମଧ୍ୟରେ ଅଛନ୍ତି କର୍ଣ୍ଣାଟକ ପୋଲିସ, ପଶ୍ଚିମବଙ୍ଗ, ତେଲେଙ୍ଗାନା,ତାମିଲନାଡୁ, କେରଳ ,ଉତ୍ତରାଖଣ୍ଡ ,ମହାରାଷ୍ଟ୍ର ପୋଲିସ ।ଜାଣିବାକୁ ମିଳିଛି ୩୧୩ଟି କେସ ଏଯାବତ ଠକେଇର ପୋଲିସ ଜାଣିବାକୁ ପାଇସାରିଛନ୍ତି । ତେବେ ଗିରଫ ହୋଇଥିବା ଠକଙ୍କ ମଧ୍ୟରେ ଥିଲେ ଆନ୍ଧ୍ର ପ୍ରଦେଶର ସେକ ଗୈାଷ ପିରା, ମୁଚୁମାରି ଚିଟି ବାବୁ ଓ ତ୍ରିପୁରାର ଡେଞ୍ଜୋ ବସ ଓ ଜିତେନ କାଇପେଙ୍ଗ ସହ ଜେମସ ଏଲଭିସ ତାରା । ସେମାନଙ୍କଠାରୁ ୧୩ ଲକ୍ଷ ୫୩ ହଜାର ଟଙ୍କା ଅନଲାଇନ ବ୍ୟାଙ୍କ ଡିପୋଜିଟ ସହ ୨ଟି ଲ୍ୟାପଟପ୍ ଓ ୫୬ଟି ଏଟିଏମ ସହ ୨୦ଟି ମୋବାଇଲ ଫୋନ, ୩୦ଟି ସିମକାର୍ଡ ଓ ପାସବୁକ , ଚେକବୁକ ଓ ଗୋଟିଏ ତ୍ରିପୁରା ନମ୍ବର ଥିବା କାର ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ....୫ ଠକଙ୍କୁ ଗିରଫ କଲା କମିଶନରେଟ ପୋଲିସ, ଡିଜିଟାଲ ଆରେଷ୍ଟ ଧମକ ଦେଇ କରୁଥିଲେ ଲୁଟ - 5 Cyber Criminal Arrested

କେମିତି ଠକନ୍ତି ଏହି ଠକ ଗ୍ୟାଙ୍ଗ ?

ବିଶେଷ କରି ଏମାନେ ଡିଜିଟାଲ ଆରେଷ୍ଟ ଧମକ ଦେଇ ବଡବଡ ଲୋକଙ୍କୁ ଅନଲାଇନରେ ଧମକ ଦେଉଥିଲେ । ଠକମାନେ ନିଜକୁ ପୋଲିସ କହି‌ ଯେଉଁ ଲୋକକୁ କଲ୍ କରୁଥିଲେ ତା ନାଁରେ ଡ୍ରଗସ ଜବତ ହୋଇଛି ବା ବନ୍ଧୁକ ଧରାପଡିଛି ବା ପାର୍ସଲ କିଛି ଜବତ ହୋଇଛି କହି ଇଣ୍ଟରୋଗେସନ ଆଳରେ ଅନଲାଇନରେ ଏକ ଭିଡିଓ କଲରେ ଏକାକି ଏକ ସ୍ଥାନରେ ବସିରହି ବା ଡିଜିଟାଲ ଆରେଷ୍ଟ ଆଳରେ ତଦନ୍ତ କରି କେଉଁ ଆକାଉଣ୍ଟରେ କ'ଣ କେତେ ଅଛି ? ସେସବୁର ଯାଞ୍ଚ ଆଳରେ ଏଭଳି ଠକାମି କରୁଥିଲେ ।

ବହୁ ବଡ଼ବଡ଼ ସରକାରୀ କର୍ମଚାରୀ, ବଡ଼ବଡ଼ କର୍ପୋରେଟ ବିଜନେସ ମ୍ୟାନ‌ ଏପରିକି ଅନେକ ଭିଆଇପି ଓ ଭିଭିଆଇପିଙ୍କୁ ମଧ୍ୟ ସମାନ ଢଙ୍ଗରେ‌ ଠକାମୀ କରିବା ଥିଲା ଏମାନଙ୍କର ଟ୍ରିକ । ଠକେଇ ପରେ ଠକେଇ ଟଙ୍କାକୁ ଏମାନେ କ୍ରିପ୍ଟୋରେ ନିବେଶ କରୁଥିଲେ । ଅର୍ଥାତ୍ ଅନଲାଇନରେ କ୍ରିପ୍ଟୋ କଏନରେ ନିବେଶ କରୁଥିଲେ । ତେବେ ଏଥିରେ ଦେଶ‌ବାହାରେ ଥିବା ଠକ ତଥା ବିଶେଷ କରି ଚାଇନା‌ ଲିଙ୍କ୍ ରହିଛି ବୋଲି ଜଣାପଡିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.