ETV Bharat / state

୬ରୁ ରାଜ୍ୟରେ ଛେଚିବ ବର୍ଷା; ଏହିସବୁ ଜିଲ୍ଲା ପାଇଁ ଜାରି ହେଲା ୱାର୍ଣ୍ଣିଂ - Odisha Weather update

author img

By ETV Bharat Odisha Team

Published : Jul 4, 2024, 6:13 PM IST

Odisha Weather Update: ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ସମ୍ଭାବନା । ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ

୬ରୁ ରାଜ୍ୟରେ ଛେଚିବ ବର୍ଷା; ଏହିସବୁ ଜିଲ୍ଲା ପାଇଁ ଜାରି ହେଲା ୱାର୍ଣ୍ଣିଂ
୬ରୁ ରାଜ୍ୟରେ ଛେଚିବ ବର୍ଷା; ଏହିସବୁ ଜିଲ୍ଲା ପାଇଁ ଜାରି ହେଲା ୱାର୍ଣ୍ଣିଂ (ETV Bharat Odisha)

ଭୁବନେଶ୍ବର: ଆସନ୍ତା ୬ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୬ ତାରିଖରୁ ରାଜ୍ୟରେ ଛେଚିବ ବର୍ଷା । ୬ ଏବଂ ୭ ତାରିଖ ବେଳକୁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଓଡିଶାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ସହ ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାଡ଼ସୁଗୁଡା, ଅନୁଗୋଳ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆସନ୍ତାକାଲି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବା ସହ ପ୍ରବଳ ବର୍ଷା ସମ୍ଭାବନା ନାହିଁ । ୬ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଓ ରାୟଗଡାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୭ ତାରିଖରେ କୋରାପୁଟ, କନ୍ଧମାଳ, ମାଲକାନଗିରି, ଗଞ୍ଜାମ ଏହି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଗଜପତି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ଼, କଟକ, ପୁରୀ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୭ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଥିବାବେଳେ ରଥଯାତ୍ରାରେ ଏହାର ପ୍ରଭାବ ରହିବ ବୋଲି କୁହାଯାଇପାରିବ ।

୬ରୁ ରାଜ୍ୟରେ କାଚିବ ବର୍ଷା; ଏହିସବୁ ଜିଲ୍ଲା ପାଇଁ ଜାରି ହେଲା ୱାର୍ଣ୍ଣିଂ
୬ରୁ ରାଜ୍ୟରେ କାଚିବ ବର୍ଷା; ଏହିସବୁ ଜିଲ୍ଲା ପାଇଁ ଜାରି ହେଲା ୱାର୍ଣ୍ଣିଂ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: ଆହୁରି 5 ଦିନ ବର୍ଷା, ଏସବୁ ଜିଲ୍ଲାରେ ନିର୍ଧୁମ ଛେଚିବ - Odisha Weather

ଚଳିତ ମୌସୁମୀ ସିଜିନରେ ଜୁନ ୧ରୁ ଏଯାବତ୍ ସମୁଦାୟ ୧୮୫.୦୨ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ରାଜ୍ୟରେ ୨୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ଏହି ସମୟରେ ସ୍ଵାଭାବିକ ବର୍ଷା ରହିବ କଥା ୧୪୭.୪ । ସେହିପରି ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ୧୧୩.୨ ମିମି ବର୍ଷା ସହ ମୟୂରଭଞ୍ଜରେ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲାରେ ସ୍ୱାଭାବିକ ଠାରୁ ୬୩ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ କେବଳ ମାଲକାନଗିରିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ସୁନ୍ଦରଗଡ ହେମଗିରିରେ ୬୩.୪ ମିମି ବର୍ଷା ହୋଇଛି । ସେହିପରି ନୂଆପଡାରେ ସର୍ବାଧିକ ୩୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.