ETV Bharat / state

ଆସୁଛି ଆଉ ଏକ ଲଘୁଚାପ; ବର୍ଷାରେ ଲାଗିବନି ବ୍ରେକ୍, ଏମିତି ନିର୍ଦ୍ଦେଶ ଦେଲେ SRC - Another Low Pressure

author img

By ETV Bharat Odisha Team

Published : Jul 21, 2024, 2:21 PM IST

Updated : Jul 21, 2024, 10:28 PM IST

Odisha Weather Updates: ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ । ଏହି ଦିନ ଉତ୍ତର ବଙ୍ଗୋପସାଗରରେ ଘନୀଭୂତ ହେବ । ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ବର୍ଷା ସମ୍ଭାବନା । ଅଧିକ ପଢ଼ନ୍ତୁ

Weather updates
Weather updates (ETV BHARAT ODISHA)

ଭୁବନେଶ୍ୱର: ରାଜ୍ୟରେ ଛେଚୁଛି ତୁହାକୁ ତୁହା ବର୍ଷା । ବର୍ଷାରେ ବେହାଲ ରାଜ୍ୟର ବିଭିନ୍ନ ଜିଲ୍ଲା । ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ରାଜ୍ୟରେ ବର୍ଷା ଜାରି ରହିଛି । ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ଆଗକୁ ଆହୁରି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Odisha Weather (ETV Bharat Odisha)

ଏହା ମଧ୍ୟ ପଢନ୍ତୁ-ବର୍ଷାରେ ଉବୁଟୁବୁ ମାଲକାନଗିରି, ଧସିଲା ପାହାଡ଼-ବୁଡ଼ିଲା ବ୍ରିଜ, ସାରା ରାଜ୍ୟରେ ଛେଚୁଛି - Odisha weather update

ପୁଣି ଏକ ଲଘୁଚାପ !

19 ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ଏବେ ଓଡ଼ିଶା ଉପକୂଳରୁ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହା କ୍ରମଶଃ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ । ଲଘୁଚାପ ଛତିଶଗଡ ମୁହାଁ ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ବର୍ଷା କମିଛି । ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ପୁଣି ବର୍ଷାର ପରିମାଣ ବଢିବ । ବିଶେଷ କରି ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି ।

ସେପେଟ ଆସନ୍ତାକାଲି ପ୍ରବଳ ବର୍ଷା ନେଇ ଉତ୍ତର ଉପକୂଳ ଓଡ଼ିଶାର କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡା଼, ବରଗଡ଼ ଏବଂ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରଭାବରେ ସହରିଆ ଅଞ୍ଚଳରେ ଆକସ୍ମିକ ବନ୍ୟାର ପରିସ୍ଥତି ସୃଷ୍ଟି ହେବା ସହ ଦୃଶ୍ୟମାନ ଦୂରତା କମିବ । ଉପକୂଳରେ ମେଘୁଆ ଆକାଶ ସହ ସ୍ଥାନେସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଏବେ ବି ନିଅଣ୍ଟିଆ ବର୍ଷା: ସେପଟେ ଚଳିତ ସିଜିନରେ ୩୫୯.୯ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏବେବି ରାଜ୍ୟରେ ୧୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ବର୍ତ୍ତମାନ ରାଜ୍ୟରେ ୪୩୪.୦୫ ମିମି ବର୍ଷା ହେବା କଥା । ଏବେବି ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିଥିବା ବେଳେ ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ମାଲକାନଗିରିରେ ସ୍ୱାଭାବିକରୁ ଅଧିକ ବର୍ଷା ରେକର୍ଡ ହୋଇଛି ।

ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା: ଆଜି 7 ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିପରି କନ୍ଧମାଳ, ନୟାଗଡ,ଖୋର୍ଦ୍ଧା, କଟକ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼ ଓ ନୂଆପଡାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ବି ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ । 24 ତାରିଖ ଯାଏଁ ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 23 ପରେ ପୁଣି ମାଲକାନଗିରି ଜିଲ୍ଲାରେ ବଢିବ ବର୍ଷା । ଏଣୁ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନର ସମ୍ଭାବନାକୁ ନେଇ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଏହାସହ ବନ୍ଦର ଗୁଡିକରେ 3 ନମ୍ବର ବିପଦ ସଂକେତ ଦିଆଯାଇଛି । ସମୁଦ୍ର ମଧ୍ୟରେ 40 ରୁ 50 କିମି ପବନ ବହିବାର ସମ୍ଭାବନା ରହିଥିବାବେଳେ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆଗାମୀ ଦୁଇ ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

ଚିତ୍ରକୋଣ୍ଡାରେ ସର୍ବାଧିକ ବର୍ଷା: ଗତକାଲି 4 ସହରରେ ଅତିପ୍ରବଳ ବର୍ଷା ଓ 18ଟି ସହରରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ମାଲକାନଗିରିର ଚିତ୍ରକୋଣ୍ଡାରେ ସର୍ବାଧିକ 220.5 ମିମି ବର୍ଷା ରେକର୍ଡ ହୋଇଛି । ସେହିପରି କୋରୁକୁଣ୍ଡରେ 217.00 ମିମି ଓ ମାଲକାନଗିରିରେ 184.2 ମିମି ବର୍ଷା ରେକର୍ଡ ହୋଇଛି ।

କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ଏସଆରସି: ଲଘୁଚାପ ବର୍ଷାରେ ବେହାଲ ରାଜ୍ୟର ଅଧିକାଂଶ ଜିଲ୍ଲା । ଏହାକୁ ଦୃଷ୍ଟିରେ ରଖି ଆଜି ସମୀକ୍ଷା କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଲଘୁଚାପ ବର୍ଷାଜନିତ ହୋଇଥିବା କ୍ଷୟକ୍ଷତିର ଆକଳନ କରି ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଖୋର୍ଦ୍ଧା,ନୟାଗଡ, ନୂଆପଡା, ବୌଦ୍ଧ ଓ ଅନୁଗୋଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Nabarangpur RICE MILL COLLAPSES (ETV Bharat Odisha)

ଭୁଶୁଡ଼ିଲା ରାଇସ୍‌ ମିଲ ଗୋଦାମ:

ସେପଟେ ପ୍ରବଳ ବର୍ଷାରେ ସ୍ଥିତି ବେହାଲ ହୋଇଛି । ନବରଙ୍ଗପୁର ସହର ପ୍ରାଇଭେଟ ବସ ଷ୍ଟାଣ୍ଡ ନିକଟସ୍ଥ ବଜରଙ୍ଗୀ ରାଇସ ମିଲ ଗୋଦାମ ଗୃହ ଭୁଶୁଡି ପଡିଛି । ଗୋଦାମ ଗୃହ ଭିତରେ 3 ହଜାର କ୍ୱିଣ୍ଟାଲ ସରକାରୀ ଚାଉଳ ସହ ଧାନ ମଧ୍ୟ ରହିଥିବା ବେଳେ ପାଣି ପଶି ଧାନ ଓ ଚାଉଳ ନଷ୍ଟ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି । ଚାଉଳର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ । ଯେଉଁ ଚାଉଳ ରହିଛି ତାହା ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ଯୋଗାଣ ପାଇଁ ରହିଥିଲା । କୋଠାଟି ଦୁଇ ମହଲା ବିଶିଷ୍ଟ ରହିଥିବା ବେଳେ ୫ ଜଣ କର୍ମଚାରୀ ମିଲରେ ରୁହନ୍ତି । ସମସ୍ତ କର୍ମଚାରୀ ରାତ୍ରି ଭୋଜନ ପାଇଁ ଘରକୁ ଯାଇଥିବା ବେଳେ ସୌଭାଗ୍ୟ ବଶତଃ ସମସ୍ତ କର୍ମଚାରୀ ଅଘଟଣରୁ ବର୍ତ୍ତୀ ଯାଇଛନ୍ତି ।

ତେବେ ଘଟଣା ବାବଦରେ ଯୋଗାଣ ବିଭାଗ ଅଧିକାରୀଙ୍କୁ ଅବଗତ କରାଇଛି । ଧାନ ଗୁଡିକୁ କିପରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ ସେନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଓ ତାଙ୍କ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରିଛନ୍ତି ମିଲ ମାଲିକ ବିକାଶ ଅଗ୍ରୱାଲ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 21, 2024, 10:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.