ETV Bharat / state

IMD: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର, 17ରୁ ବର୍ଷିବ, ଥରିବ ଓଡ଼ିଶା - ODISHA WEATHER UPDATE

ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୨ ଜିଲ୍ଲାକୁ କୋଲ୍ଡ ୱେଭ୍ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି । ଶୀତରେ ଥରିବା ସହ ବର୍ଷାରେ ଭିଜିବାକୁ ଯାଉଛି ରାଜ୍ୟ ।

Representational Image
Representational Image (ETV Bharat)
author img

By ETV Bharat Odisha Team

Published : Dec 14, 2024, 6:04 PM IST

ଭୁବନେଶ୍ୱର: ଖସୁଛି ପାରଦ ବଢୁଛି ଶୀତ । ଥରୁଛି ସାରା ରାଜ୍ୟ । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୨ ଜିଲ୍ଲାକୁ କୋଲ୍ଡ ୱେଭ୍ ପାଇଁ ପାଣିପାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଗକୁ ବର୍ଷାର ସମ୍ଭାବନା ରହିଛି ।

କୋଲ୍ଡ ୱେଭ୍ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ:

ରାଜ୍ୟରେ ୪୮ ଘଣ୍ଟା ଯାଏ ଶୀତ ଲହରୀ ବା କୋଲ୍ଡ ୱେଭ୍ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆଗାମୀ ୨ ଦିନ ଯାଏ ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳ ଓଡିଶା । ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା ଓ ସୁନ୍ଦରଗଡକୁ କୋଲ୍ଡ ୱେଭ୍ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି (ରବିବାର) ମଧ୍ୟ ଝାରସୁଗୁଡା ଓ ସୁନ୍ଦରଗଡ ଏହି ୨ ଜିଲ୍ଲାରେ ଶୀତର ଲହରୀ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହାସହ ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି ଓ କନ୍ଧମାଳରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ରହିଛି ।

IMD Bhubaneswar director Manorama Mohanty (ETV Bharat Odisha)

୩ ଦିନ ଯାଏ ପାଗରେ ନାହିଁ ପରିବର୍ତ୍ତନ:

ଆଗାମୀ ୩ ଦିନ ପାଇଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ଆକଳନ କରିଛି ପାଣିପାଗ ବିଭାଗ । ତେବେ ୩ ଦିନ ପରେ ୨ ରୁ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ବର୍ଷାରେ ଭିଜିବ ଓଡ଼ିଶା:

ଅନ୍ୟପଟେ ୧୭ ତାରିଖରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । 17 ତାରିଖରେ ଗଜପତି, ଗଂଜାମ ପୁରୀ ,ରାୟଗଡା ଜିଲ୍ଲା ଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୮ ତାରିଖରେ ଗଜପତି, ଗଂଜାମ, ପୁରୀ, ରାୟଗଡା, ଖୋର୍ଦ୍ଧା, ନୟାଗଡ, କୋରାପୁଟ ଓ ମାଲକାନଗିରି ଜିଲ୍ଲା ଏବଂ ୧୯ ତାରିଖରେ ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ୨୦ ତାରିଖରୁ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, "ବାୟୁର ଦିଗ ପରିବର୍ତ୍ତନକୁ ନେଇ ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ଯେଉଁ ବାୟୁ ପ୍ରବାହିତ ହେଉଛି ଏହାଦ୍ୱାରା ଆଦ୍ରତାର ପରିମାଣ ରହୁଛି । ଫଳରେ ଆକାଶ ମେଘୁଆ ସହ କାଁ ଭାଁ ବର୍ଷା ସମ୍ଭାବନା ରହିଛି ।"

ଏହା ମଧ୍ୟ ପଢନ୍ତୁ:

ALERT: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର, ୧୭ରୁ ପ୍ରବଳ ବର୍ଷା - LOW PRESSURE IN THE BAY OF BENGAL

ଘନ କୁହୁଡି଼ ପାଇଁ ସତର୍କତା, ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ

୨-୪ ଡିଗ୍ରୀ ଖସିବ ରାତ୍ରି ତାପମାତ୍ରା,ବଢିବ ଶୀତ: କୁହୁଡି ପାଇଁ ୮ ଜିଲ୍ଲାକୁ ଆଲର୍ଟ

ଅନ୍ୟପଟେ ଗତ ୨୪ ଘଣ୍ଟାରେ କିଛି କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ସହ ଶୀତର ପ୍ରକୋପ ଅନୁଭୂତ ହେଉଥିବା ବେଳେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ରେକର୍ଡ ହୋଇଛି । ପାହାଡିଆ ଅଞ୍ଚଳ ଜି ଉଦୟଗିରିରେ ୫.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୪.୦୦ ଓ କଟକରେ ୧୨.୦୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.