ETV Bharat / state

ଦୁର୍ବଳ ହେଲା ଗଭୀର ଅବପାତ: ରାଜ୍ୟରେ ହଟିଲା ଓ୍ବାର୍ଣ୍ଣିଂ, କମିବ ବର୍ଷାର ପ୍ରଭାବ - Heavy rain alert

author img

By ETV Bharat Odisha Team

Published : Sep 10, 2024, 6:06 PM IST

Updated : Sep 10, 2024, 9:04 PM IST

Weather report: ଦୁର୍ବଳ ହେଲା ଗଭୀର ଅବପାତ । ରାଜ୍ୟରେ ହ୍ରାସ ପାଇଲା ବର୍ଷା । ସମସ୍ତ ଆଲର୍ଟ ପ୍ରତ୍ୟାହାର କଲା ପାଣିପାଗ ବିଭାଗ । ଆସନ୍ତା 24 ଘଣ୍ଟାରେ କାଁ ଭାଁ ବର୍ଷିବ । ଅଧିକ ପଢନ୍ତୁ

ଦୁର୍ବଳ ହୋଇ ଅବପାତର ରୂପ ନେଲା ଗଭୀର ଅବପାତ: ରାଜ୍ୟରେ ହଟିଲା ଓ୍ବାର୍ଣ୍ଣିଂ, କମିବ ବର୍ଷାର ପ୍ରଭାବ
ଦୁର୍ବଳ ହୋଇ ଅବପାତର ରୂପ ନେଲା ଗଭୀର ଅବପାତ: ରାଜ୍ୟରେ ହଟିଲା ଓ୍ବାର୍ଣ୍ଣିଂ, କମିବ ବର୍ଷାର ପ୍ରଭାବ (ETV Bharat Odisha)

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ କ୍ରମଶଃ ଅବପାତର ପରିଣତ ହୋଇଛି । ଫଳରେ ବର୍ଷା ପରିମାଣ ମଧ୍ୟ ହ୍ରାସ ପାଇଛି । ଆଗକୁ ଆହୁରି ସ୍ଥିତିରେ ସୁଧାର ଆସିବ । ସ୍ଥିତିକୁ ଦେଖି ରାଜ୍ୟରେ ଜାରି ରହିଥିବା ଆଲର୍ଟ ବା ଓ୍ବାର୍ଣ୍ଣିଂକୁ ପାଣିପାଗ ବିଭାଗ ପ୍ରତ୍ୟାହାର କରିଛି ।

  • ଆସନ୍ତା ୨୪ ଘଣ୍ଟାରେ କାଁ ଭାଁ ବର୍ଷା:-

ବର୍ତ୍ତମାନ ଉତ୍ତର-ଛତିଶଗଡ଼ରେ ଅବପାତ ସକ୍ରିୟ ରହିଛି । ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବ ସହ କାଁ ଭାଁ ସ୍ଥାନରେ ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ସହ ବାଲେଶ୍ୱର, ଭଦ୍ରକ, ଯାଜପୁର ,କେନ୍ଦ୍ରାପଡା,କଟକ ଜଗତସିଂହପୁର, ମୟୁରଭଞ୍ଜ ଓ କେନ୍ଦୁଝରରେ ବିଜୁଳି ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି । ୧୩ ତାରିଖଠାରୁ ବର୍ଷାର ପରିମାଣ ବଢିବ । ବିଶେଷ କରି ଉତ୍ତର-ଓଡ଼ିଶାରେ ଏହାର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

  • ଗତ 24 ଘଣ୍ଟାରେ କଳାହାଣ୍ଡିର ସର୍ବାଧିକ ବର୍ଷା ରେକର୍ଡ

ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ନେଲେ ୨୩ଟି ସ୍ଥାନରେ ପ୍ରବଳ ୩ଟି ସ୍ଥାନରେ ଅତି ପ୍ରବଳ ଓ ୨ ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଏହିକ୍ରମରେ କଳାହାଣ୍ଡିର ଲାଞ୍ଜିଗଡରେ ସର୍ବାଧିକ ୨୩୧.୪ ମିମି ବର୍ଷା ରେକର୍ଡ କରାଯାଇଛି। ସମ୍ପୂର୍ଣ ରାଜ୍ୟରେ ୬୪ .୦୦ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଦୁର୍ବଳ ହେଲା ଗଭୀର ଅବପାତ: ରାଜ୍ୟରେ ହଟିଲା ଓ୍ବାର୍ଣ୍ଣିଂ, କମିବ ବର୍ଷାର ପ୍ରଭାବ
ଦୁର୍ବଳ ହେଲା ଗଭୀର ଅବପାତ: ରାଜ୍ୟରେ ହଟିଲା ଓ୍ବାର୍ଣ୍ଣିଂ, କମିବ ବର୍ଷାର ପ୍ରଭାବ (ETV Bharat Odisha)
ଏହା ମଧ୍ୟ ପଢନ୍ତୁ :- ମାଲକାନାଗିରି ବନ୍ୟା ବିତ୍ପାତ: ସୁଧୁରିଛି ସ୍ଥିତି, ଏବେବି ପାଣିଘେରରେ ବିଭିନ୍ନ ଅଞ୍ଚଳ - malkangiri flood situation
  • ଏବେ ଯାଏ 7 ପ୍ରତିଶତ ନିଅଁଟିଆ ବର୍ଷା:-
    ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୯୩୮. ୭ ମିମି ବର୍ଷା ରେକର୍ଡ ହୋଇଛି। ଏବେବି 7 ପ୍ରତିଶତ ନିଅଁଟିଆ ବର୍ଷା ରହିଛି । ୧୦୦୯.୭ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ୨ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ ହୋଇଛି। ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।
  • ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 10, 2024, 9:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.