ETV Bharat / state

ମାର୍ଚ୍ଚରୁ ଅଭୟାରଣ୍ୟରେ ଶୁଖିଲା ପଡିଲା ଜଳାଶୟ, ପାଣି ପାଇଁ ହାହାକାର ବନ୍ୟଜନ୍ତୁ

author img

By ETV Bharat Odisha Team

Published : Mar 19, 2024, 3:23 PM IST

Water Crisis in Satkosia Sanctuary: ମାର୍ଚ୍ଚ ମାସରୁ ହିଁ ଆକାଶକୁ ଅଗ୍ନିବର୍ଷା ହେଉଥିବା ବେଳେ ସାତକୋଶିଆ ଜଙ୍ଗଲରେ ପାଣିର ଅଭାବ ଦେଖାଦେଇଛି । ଫଳରେ ଖାଦ୍ୟ ଏବଂ ପାଣି ପାଇଁ ଜଙ୍ଗଲ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଅଧିକ ପଢନ୍ତୁ

Water Crisis in Satkosia
Water Crisis in Satkosia
Water Crisis in Satkosia

ଅନୁଗୋଳ: ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ତାପମାତ୍ରା । ଦୀର୍ଘ ଦିନ ହେଲା ବର୍ଷା ମଧ୍ୟ ଦେଖିନି ଜିଲ୍ଲା । ତେବେ ଏହାର ପ୍ରଭାବ ମନୁଷ୍ୟ ସହିତ ବନ୍ୟଜନ୍ତୁଙ୍କ ଉପରେ ମଧ୍ୟ ପଡୁଛି । ଜିଲ୍ଲାର ସାତକୋଶିଆ ଜଙ୍ଗଲରେ ଥିବା ପ୍ରାକୃତିକ ନାଳ ଓ ଜଳାଶୟ ଏବେଠାରୁ ଶୁଖି ଗଲାଣି । ତେଣୁ ପାଣି ପାଇଁ ବନ୍ୟଜନ୍ତୁ ଡହଳବିକଳ ହେଉଛନ୍ତି । ଏପରିକି ପାଣି ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି ।

ତାପମାତ୍ରା ବୃଦ୍ଧି: ମାର୍ଚ୍ଚ ମାସରୁ ହିଁ ଆକାଶରୁ ଅଗ୍ନିବର୍ଷା ହେଉଛି । ତତଲା କଡେଇରେ ସିଝୁଛି ସାରା ଅନୁଗୋଳ । ତାପମାତ୍ରା ୪୦ଡିଗ୍ରୀ ପାର ହୋଇଥିବା ବେଳେ ଅସ୍ତବ୍ୟସ୍ତ ହୋଇ ଗଲାଣି ସାଧାରଣ ଜୀବନ । ଏଭଳି ପରିସ୍ଥିତିରେ କେବଳ ମଣିଷ କାହିଁକି ସମସ୍ତ ଜୀବଜନ୍ତୁ ମଧ୍ୟ ଛଟପଟ ହେଉଛନ୍ତି । ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଥିବା ପ୍ରାକୃତିକ ନାଳ ଓ ଜଳାଶୟ ଶୁଖି ଗଲାଣି । ଗଛପତ୍ର ସବୁ ଶୁଖି ଯାଇଛି । ଘଞ୍ଚ ଜଙ୍ଗଲରେ ମଧ୍ୟ ଛାଇ ଟିକେ ଖୋଜିବାକୁ ପଡୁଛି। ଏଭଳି ସ୍ଥିତିରେ ବନ୍ୟଜନ୍ତୁଙ୍କ ଅବସ୍ଥା ସାଙ୍ଘାତିକ ହୋଇ ପଡିଛି । ତୃଣଭୋଜି ପ୍ରାଣୀମାନଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ସମସ୍ୟା ସାଙ୍ଗକୁ ପାଣି ଅଭାବ ସେମାନଙ୍କ ଜୀବନ ପ୍ରତି ବିପନ୍ନ ଦେଖାଦେଇଛି ।

ଜଙ୍ଗଲ ନିଆଁ: ଏବେ ଠାରୁ କେତେକ ଜଙ୍ଗଲରେ କାଁ ଭାଁ ନିଆଁ ଲାଗିବା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ତାପମାତ୍ରା ଆହୁରି ବୃଦ୍ଧି ପାଇବାରେ ଲାଗିଛି । ପ୍ରବଳ ଉତ୍ତାପରୁ ରକ୍ଷା ପାଇବାକୁ ବନ୍ୟଜନ୍ତୁ ଇତସ୍ତତଃ ହୋଇ ପଡିଛନ୍ତି । ଖାଦ୍ୟ ଓ ପାଣି ଖୋଜିବାକୁ ବନ୍ୟଜନ୍ତୁ ଏବେ ଗାଁ ମୁହାଁ ହୋଇ ପଡିଛନ୍ତି । ଫଳରେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି । ଗତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ ମାସରେ କିଛି କିଛି ବର୍ଷା ହୋଇଥିଲା । ତେଣୁ ଜଙ୍ଗଲ ଭିତରେ ଏତେଟା ଜଳ ସଙ୍କଟ ଦେଖା ଦେଇ ନଥିଲା । ହେଲେ ଚଳିତ ବର୍ଷ ଆକାଶରୁ ଟୋପାଏ ପାଣି ପଡିନଥିବାକୁ ସ୍ଥିତି ଆଗକୁ କଣ ହେବ ତାହା ସ୍ପଷ୍ଟ ବାରି ହୋଇପଡୁଛି ।

ଏହା ମଧ୍ୟ ପଢନ୍ତୁ: ଜଙ୍ଗଲରେ ମରୁଡି ସଦୃଶ ଜଳାଶୟ, ଖରା ଆସିଲେ ବଢୁଛି ବନ୍ୟପ୍ରାଣୀଙ୍କ ଜଳ ଚିନ୍ତା

ମୃତ୍ତିକା କ୍ଷୟ: ଜିଲ୍ଲାରେ ପ୍ରତିବର୍ଷ ହାରାହାରି ତାପମାତ୍ରା ବଢି ଚାଲିଛି । ତେଣୁ ଜଳାଭାଵ ଉତ୍କଟ ହେବାରେ ଲାଗିଛି । ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ଦ୍ୱାରା ବ୍ୟାପକ ମୃତ୍ତିକା କ୍ଷୟ ହେଉଛି । ତେଣୁ ପ୍ରାକୃତିକ ନାଳ ଗୁଡିକ ମାଟିରେ ପୋତି ହୋଇ ଯାଉଛି । ତେବେ ବର୍ଷା ନହେବା କାରଣରୁ ଫେବୃଆରୀ ମାସରୁ ହିଁ ପାଣିର ଅଭାବ ଦେଖାଯାଉଛି । ଏନେଇ ପରିବେଶବିତ୍‌ମାନେ କହିଛନ୍ତି, "ବନ ବିଭାଗ ତରଫରୁ ଜଙ୍ଗଲ ଭିତରେ ବହୁ ସଂଖ୍ୟାରେ ଛୋଟ ଛୋଟ ଜଳାଶୟ ଖୋଳିବାର ଆବଶ୍ୟକତା ରହିଛି । ଏହାଛଡା ଚଳିତ ବର୍ଷ ଯେଉଁ ଭଳି ଭାବେ ଜଙ୍ଗଲ ସମ୍ପୂର୍ଣ୍ଣ ଶୁଷ୍କ ହୋଇ ଯାଇଛି ଅସ୍ଥାୟୀ କୁଣ୍ଡ କରି ସେଥିରେ ପାଣି ଭର୍ତ୍ତି କରିବାର ଆବଶ୍ୟକତା ରହିଛି । ନଚେତ୍ ବହୁ ଜୀବଜନ୍ତୁ ପାଣି ବିନା ମୃତ୍ୟୁବରଣ କରିବେ ।"

ଅନ୍ୟପକ୍ଷରେ ସାତକୋଶିଆ ଡିଏଫଓ କହିଛନ୍ତି, ଚଳିତ ବର୍ଷ ଜଙ୍ଗଲ ଭିତରେ ଜଳଭାବ ଦେଖି କିଭଳି ଛୋଟ ଛୋଟ କୁଣ୍ଡରେ ପାଣି ରଖା ଯାଇ ପାରିବ ସେଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ମଣିଷ ନିଜ ବୁଦ୍ଧି ବଳରେ ମୁକାବିଲା କରି ପାରୁଛି। କିନ୍ତୁ ଜଙ୍ଗଲରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ବନ୍ୟଜନ୍ତୁ କିଭଳି ବଞ୍ଚିବେ ତାହା ଚିନ୍ତାର କାରଣ ପାଲଟିଛି।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.